• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଏକଜିଟ୍‌ ପୋଲ୍‌: ବିଜେଡିକୁ ଲାଗିପାରେ ଝଟକା

by Voice of Victims
June 2, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଏକଜିଟ୍‌ ପୋଲ୍‌: ବିଜେଡିକୁ ଲାଗିପାରେ ଝଟକା

ଭୁବନେଶ୍ବର: ସରିଯାଇଛି ୨୦୨୪ ସାଧାରଣ ନିର୍ବାଚନ ପାଇଁ ମତଦାନ। ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ହାର ଜିତ୍‌କୁ ନେଇ ଚାଲିଛି ବହୁ ଅଙ୍କକଷା । ଏ ଦଳ କହୁଛି ଆମେ ବିଜୟୀ ହେବୁ ସେ ଦଳ କହୁଛି ଆମେ ବିଜୟୀ ହେବୁ । ଏହାକୁ ନେଇ ବିଭିନ୍ନ ଛକ ବଜାରରେ ଆଲୋଚନା ଜୋର୍ ଧରିିଛି । ଆଉ କେତେକ ସ୍ଥାନରେ କର୍ମୀମାନଙ୍କ ମଧ୍ୟରେ ଛୋଟ ବଡ଼ ବଚସା ହେଉଥିବାର ଦେଖିବାକୁ ମିଳିଛି । ନିର୍ବାଚନ ପରେ ଆଉ ନେତାଙ୍କର ଦେଖା ମିଳୁନି । ବିଭିନ୍ନ ଦଳର କର୍ମୀମାନଙ୍କ ମଧ୍ୟରେ ଛକ ଛକରେ ହେଉଛି ନିର୍ବାଚନୀ ଆଲୋଚନା ଓ ପର୍ଯ୍ୟାଲୋଚନା । ଅପର ପକ୍ଷରେ ହାରଜିତ୍‌କୁ ନେଇ କର୍ମୀମାନେ ଖୁସି ମନାଇ ବାଣ ଫୁଟାଯାଉଥିବାର ଦେଖିବାକୁ ମିଳୁଛି । ଏହା ଭିତରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି। ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ହେଲା ଶାସନ କରି ଆସୁଥିବା ବିଜେଡିକୁ ଚଳିତ ବିଧାନସଭା ନିର୍ବାଚନରେ ଲାଗିପାରେ ଶକ୍ତ ଝଟକା। ବିଜେପି ଓ ବିଜେଡି ମଧ୍ୟରେ ଦେଖିବାକୁ ମିଳିବ କାଣ୍ଟେକା ଟକ୍କର। ଓଡ଼ିଶା ବିଧାନସଭାର ୧୪୭ ଆସନ ପାଇଁ ଭୋଟିଂ ସରିଥିବା ବେଳେ ଆସନ୍ତା ୪ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ। ଏହି ରିପୋର୍ଟରେ ବିଜେପି ଓଡ଼ିଶା ବିଧାନସଭାରେ ଚମକାଇ ଦେବା ଭଳି ରେଜଲ୍ଟ କରିବ। ୧୪୭ ବିଧାନସଭା ଆସନରୁ ଦଳ ୬୨ରୁ ୮୦ଟି ଆସନ ଜିତିବାର ସମ୍ଭାବନା ଥିବା ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଦାବି କରିଛି। ସେହିପରି ନବୀନ ପଟନାୟକଙ୍କ ବିଜେଡି ମଧ୍ୟ ୬୨ରୁ ୮୦ ଆସନ ପାଇପାରେ। କଂଗ୍ରେସକୁ ଏହି ସଂସ୍ଥା ୫ରୁ ୮ଟି ଆସନ ଦେଇଛି। ଯଦି ଏକଜିଟ ପୋଲ ସର୍ଭେ ଠିକ ହୁଏ, ତା’ହେଲେ ରାଜ୍ୟରେ ରୋମାଞ୍ଚକର ସ୍ଥିତି ସୃଷ୍ଟି ହେବ। ଏପରି କି ଓଡ଼ିଶାରେ ଝୁଲା ବିଧାନସଭା ମଧ୍ୟ ଦେଖିବାକୁ ମିଳିପାରେ। ସେହିପରି ୨୦୦୪ ପରେ ବିଜେଡି ରାଜ୍ୟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବାରୁ ବଞ୍ଚିତ ହେବ। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର କହିଛି ଯେ ବିଜେପି ଓ ବିଜେଡିର ଭୋଟ ପ୍ରତିଶତ ସମାନ ୪୨% ଲେଖାଏଁ ରହିବ। କଂଗ୍ରେସ ୧୨% ଭୋଟ ପାଇପାରେ। ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ ୧ରେ ଭୋଟିଂ ହୋଇଥିଲା। ୨୦୧୯ ବିଧାନସଭା ନିର୍ବାଚନରେ ବିଜେହି ଏକାକୀ ୧୧୨ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୨୩ଟି ଓ କଂଗ୍ରେସ ଖାତାକୁ ୯ଟି ଆସନ ଯାଇଥିଲା। ୨୦୨୪ରେ ବିଜେଡି ଓ ବିଜେପି ୧୪୭ ଲେଖାଏଁ ଆସନରେ ପ୍ରାର୍ଥୀ ଦେଇଥିଲେ। କଂଗ୍ରେସ ୧୪୫ ଆସନରେ ଟିକେଟ ଦେଇଥିଲା। ଇଣ୍ଡିଆ ଟୁଡେ ଆକ୍ସିସ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ଓଡ଼ିଶା ବିଧାନସଭାରେ ବିଜେପି ୬୨-୮୦ ଆସନ ହାତେଇବାକୁ ଯାଉଛି। ବିଜେଡି ୬୨-୮୦ ଆସନ ମଧ୍ୟରେ ସୀମିତ ରହିବ। କଂଗ୍ରେସ ମାତ୍ର ୫ରୁ ୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ ବୋଲି ଏକ୍‌ଜିଟ୍‌ ପୋଲ୍‌ରେ କୁହାଯାଉଛି। ବିଜେଡି ଏବଂ ବିଜେପିର ଭୋଟ ପ୍ରତିଶତ ଯଥାକ୍ରମେ ୪୨ ଏବଂ ୪୨ ପ୍ରତିଶତ ରହିବାକୁ ଥିବାବେଳେ କଂଗ୍ରେସର ମାତ୍ର ୧୨ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି।

Post Views: 36
Share199Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In