• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତର ଆକ୍ରମଣ ଭୟ; ଭୁଶୁଡିଲା ପାକିସ୍ତାନ ସେୟାର ମାର୍କେଟ

by Voice of Victims
May 1, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଭାରତର ଆକ୍ରମଣ ଭୟ; ଭୁଶୁଡିଲା ପାକିସ୍ତାନ ସେୟାର ମାର୍କେଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତର ଆକ୍ରମଣାତ୍ମକ ମନୋଭାବ ଜାରି ରହିଥିବାର ପ୍ରଭାବ ବୁଧବାର ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ମଧ୍ୟ ଦେଖିବାକୁ ମିଳିଥିଲା । ଭାରତରୁ ଆକ୍ରମଣ ଭୟରେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । ପାକିସ୍ତାନୀ ଗଣମାଧ୍ୟମ ସଂସ୍ଥା DAWN ର ଏକ ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ (PSX) ରେ ସେୟାରର ତୀବ୍ର ହ୍ରାସ ପାଇଁ, ଦେଶ ବିରୁଦ୍ଧରେ ସମ୍ଭାବ୍ୟ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ନିବେଶକଙ୍କ ଚିନ୍ତାକୁ ଦାୟୀ କରିଛନ୍ତି ।

କରାଚି ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ପ୍ରମୁଖ ସୂଚକାଙ୍କ ବେଞ୍ଚମାର୍କ କେଏସଇ- ହଣ୍ଡ୍ରେଡ ୧୦୦କାରବାର ସମୟରେ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । ବୁଧବାର କାରବାର ଶେଷ ହେବା ବେଳକୁ କେଏସଇ- ହଣ୍ଡ୍ରେଡର ୧ ଲକ୍ଷ ୧୧ ହଜାର ୧୯୨ ଦଶମିକ ୯୨କୁ ଖସି ଆସିଛି । ଦିନ ସାଢେ ଗୋଟାଏରେ ଇଣ୍ଡେକ୍ସ ସର୍ବନିମ୍ନସ୍ତରକୁ ଖସି ୩ ହଜାର ୨୫୫ ଦଶମିକ ୪୨ରେ କାରବାର କରିଥିଲା ।

ପାକିସ୍ତାନୀ ମାର୍କେଟ୍ ଏକ୍ସପର୍ଟମାନେ ଆଗାମୀ କିଛି ଦିନ ମଧ୍ୟରେ ସମ୍ଭାବ୍ୟ ଆକ୍ରମଣ ଖବରକୁ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଏହି ହ୍ରାସ ପାଇଁ ଦାୟୀ କରିଛନ୍ତି । ପାକିସ୍ତାନ ବିରୁଦ୍ଧରେ ସମ୍ଭାବ୍ୟ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ନିବେଶକମାନେ ଚିନ୍ତିତ, ସୂଚନା ମନ୍ତ୍ରୀଙ୍କ ପ୍ରେସ ବ୍ରିଫିଂ ପରେ ଏହି ଚିନ୍ତା ଆହୁରି ବଢ଼ିଯାଇଛି । ସେ କହିଛନ୍ତି ଯେ ଗତକାଲି ରାତିରେ ସୂଚନା ମନ୍ତ୍ରୀଙ୍କ ବୟାନ ପରେ ବଜାର ଚାପଗ୍ରସ୍ତ ଥିଲା ଯେଉଁଥିରେ ସେ ପରାମର୍ଶ ଦେଇଥିଲେ ଯେ ଭାରତ ଆଗାମୀ ୨୪-୩୬ ଘଣ୍ଟା ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ ।

Post Views: 54
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In