• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ଲାଗି ଅନୁକୂଳ ହେବ ଚଳଚ୍ଚିତ୍ର ପ୍ରଦର୍ଶନ: ଲାଗୁ ହେଲା ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡ ମଡ୍ୟୁଲ୍‌

by Voice of Victims
September 16, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ଲାଗି ଅନୁକୂଳ ହେବ ଚଳଚ୍ଚିତ୍ର ପ୍ରଦର୍ଶନ: ଲାଗୁ ହେଲା ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡ ମଡ୍ୟୁଲ୍‌

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ପକ୍ଷରୁ ଦୃଷ୍ଟି ଓ ଶ୍ରବଣ ବାଧିତ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ‘ଆକ୍ସେସିବିଲିଟି ଷ୍ଟାଣ୍ଡାର୍ଡ’ ବା ସୁଗମତା ମାନକ ମଡ୍ୟୁଲକୁ ନିର୍ଦ୍ଧାରିତ ସମୟସୀମା ଅର୍ଥାତ୍‌ ୧୫ ସେପ୍ଟେମ୍ବର ୨୦୨୪ ଠାରୁ ଇ-ସିନେମା ପ୍ରମାଣନରେ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି। ଆବେଦନକାରୀ ଏବେ ମାର୍ଗଦର୍ଶିକାରେ ନିର୍ଦ୍ଧାରିତ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ଆବଶ୍ୟକ ଆକ୍ସେସବିଲିଟି ସୁବିଧା ସହିତ ନିଜ ଚଳଚ୍ଚିତ୍ର ପାଇଁ ଆବେଦନ ଦାଖଲ କରିପାରିବେ। ଫଳରେ ଏଭଳି ଦିବ୍ୟାଙ୍ଗଙ୍କ ପାଇଁ ଚଳଚ୍ଚିତ୍ରକୁ ଉପଭୋଗ କରିବା ସହଜ ହୋଇପାରିବ। ସୂଚନାଯୋଗ୍ୟ, ଚଳଚ୍ଚିତ୍ର ଦେଖିବାକୁ ସମାବେଶୀ କରିବା ଏବଂ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଭଳି ସାର୍ବଜନୀନ ସ୍ଥାନକୁ ଦିବ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କ ଲାଗି ସୁଲଭ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୧୫ ମାର୍ଚ୍ଚ ୨୦୨୪ରେ ଜାରି ବିଜ୍ଞପ୍ତି ମାଧ୍ୟମରେ ଶ୍ରବଣ ଓ ଦୃଷ୍ଟିବାଧିତ ବ୍ୟକ୍ତିବିଶେଷଙ୍କ ପାଇଁ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଫିଚର ଚଳଚ୍ଚିତ୍ରର ସାର୍ବଜନୀନ ପ୍ରଦର୍ଶନରେ ସୁଗମତା ମାନଦଣ୍ଡ କାର୍ଯ୍ୟକାରୀ କରିବାକୁ ମାର୍ଗଦର୍ଶିକା ଜାରି କରିଥିଲା। ବ୍ୟବସାୟିକ ଉଦ୍ଦେଶ୍ୟରେ ସିନେମା ହଲ୍‌/ମୁଭି ଥିଏଟର୍‌ରେ ସାର୍ବଜନୀନ ପ୍ରଦର୍ଶନ ଲାଗି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ଫିଚର୍‌ ଚଳଚ୍ଚିତ୍ର ଉପରେ ଏସବୁ ମାର୍ଗଦର୍ଶିକା ଲାଗୁ ହେବ। ଗୋଟିଏରୁ ଅଧିକ ଭାଷାରେ ସିବିଏଫସି ପ୍ରମାଣପତ୍ର ପାଉଥିବା ସବୁ ଚଳଚ୍ଚିତ୍ରରେ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ଅତିକମ୍‌ରେ ଗୋଟିଏ ସୁଲଭତା ସୁବିଧା ଯୋଗାଇ ଦେବା ଆବଶ୍ୟକ। ଅର୍ଥାତ୍‌ ବୋଲ୍ଡ କ୍ୟାପ୍ସନିଂ/ଓପନ୍‌ କ୍ୟାପ୍ସନିଂ ଏବଂ ଅଡିଓ ବିବରଣୀ ଭଳି ସୁବିଧା ଚଳଚ୍ଚିତ୍ରରେ ରହିବା ଉଚିତ୍‌। ଏସବୁ ମାର୍ଗଦର୍ଶିକା କାର୍ଯ୍ୟକାରୀ କରିବା ଲାଗି ଶେଷ ତାରିଖ ଭାବେ ୧୫ ସେପ୍ଟେମ୍ବର ୨୦୨୪ ତାରିଖକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା।

Post Views: 28
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In