• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କଟକର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ: ଉଦ୍ଧାର କାର୍ଯ୍ୟ ଜାରି, ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତରିତ

by Voice of Victims
July 13, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କଟକର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ: ଉଦ୍ଧାର କାର୍ଯ୍ୟ ଜାରି, ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତରିତ

ଭୁବନେଶ୍ବର: କଟକ ସହର ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମରେ ଶନିବାର ଅପରାହ୍ନରେ ନିଆଁ ଲାଗିଛି । ନର୍ସିଂହୋମର ତୃତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି । ଏହି ଅପ୍ରୀତିକର ଘଟଣା ପରେ ରୋଗୀମାନଙ୍କୁ ଯୁଦ୍ଧାକାଳୀନ ପରିସ୍ଥିତିରେ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି । ସୂଚନା ଅନୁସାରେ ପୁରୀଘାଟ ଥାନା ନିକଟ ଘରୋଇ ନର୍ସିଂହୋମରେ ଆଜି ଅପରାହ୍ନ ପ୍ରାୟ ୪ଟାରେ ଅଗ୍ନିକାଣ୍ଡ ଘଟିଥିଲା । ଡାକ୍ତରଖାନାର ତୃତୀୟ ମହଲାରେ ନିଆଁ ଲାଗିବା ମାତ୍ରେ ରୋଗୀ, ରୋଗୀ ସମ୍ପର୍କୀୟ, ଡାକ୍ତରଖାନାର କର୍ମଚାରୀ ଡରି ଯାଇଥିଲେ । ଅଗ୍ନିକାଣ୍ଡ ଘଟଣା ନେଇ ଦମକଳବାହିନୀଙ୍କୁ ସୂଚନା ଦିଆଯାଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଜାରି ରଖିଛନ୍ତି । ଡାକ୍ତରଖାନାର ତୃତୀୟ ମହଲାରେ ଥିବା ରୋଗୀମାନଙ୍କୁ ଉଦ୍ଧାର କରାଯାଇଛି । କିଛି ନବଜାତଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଚିକିତ୍ସାଧୀନ ରୋଗୀମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ୍ ସର୍ଟସର୍କିଟରୁ ଏହି ଅପ୍ରୀତିକର ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଏହାରି ମଧ୍ୟରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ରିପୋର୍ଟ ଲେଖାଯିବା ବେଳକୁ କୌଣସି ଜୀବନକୁ କ୍ଷତି ପହଞ୍ଚିନଥିବା ଜଣାପଡ଼ିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
କଟକରେ ଘରୋଇ ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ନେଇ ବାରବାଟୀ-କଟକ ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମ, ସିଏମସି ମେୟର ସୁବାସ ସିଂହ, ବିଜେପି ନେତା ଲଲାଟେନ୍ଦୁବଡ଼ୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ସେଠାରୁ ଉଦ୍ଧାର କରାଯାଇ କଟକ ବଡ଼ମେଡିକାଲ ସମେତ ବିଭିନ୍ନ ନର୍ସିଂହୋମକୁ ମଧ୍ୟ ପଠା ଯାଇଛି । ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନର୍ସିଂହୋମରୁ ଉଦ୍ଧାର ହୋଇଥିବା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପୁରୀଘାଟ ଥାନା ଅଞ୍ଚଳରେ ଥିବା ତ୍ରୀଶା ନର୍ସିଂହୋମର ତୃତୀୟ ମହଲାରେ ଥିବା ଆଇସିୟୁରେ ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଏସିରୁ ହଠାତ ଧୂଆଁ ବାହାରିଲା । ସେହି ଧୁଆଁ ସଙ୍ଗେ ସଙ୍ଗେ ତୃତୀୟ ମହଲା ସାରା ବ୍ୟାପି ହୋଇ ଯାଇଥିଲା । ଏଠାରେ ଗୁରୁତର ରୋଗୀ ଓ ନବଜାତ ଶିଶୁଙ୍କ ଚିକିତ୍ସା ଚାଲିଥିଲା । ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ଖବର ପ୍ରକାଶ ପାଇବା ପରେ ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯିବା ସହ ଧାଁ ଦୌଡ଼ ଆରମ୍ଭ ହୋଇଥିଲା । ନର୍ସିଂହୋମରେ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଟିମ୍ ପହଞ୍ଚିଥିଲା । ପ୍ରଥମେ ରୋଗୀଙ୍କୁ ଉଦ୍ଧାର ଉଦ୍ୟମ କରାଯାଇଥିଲା । ସିଡି ପକାଇ ତୃତୀୟ ମହଲାରୁ ଅତି ଦୟନୀୟ ଭାବେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା । ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଉଦ୍ଧାର କରାଯାଇ କଟକ ଏସ୍ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ସେଠାରେ ଚିକିତ୍ସା ଚାଲିଛି । ସେହିପରି ୧୫ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇ ଶିଶୁ ଭବନରେ ଭର୍ତ୍ତି କରାଯାଇଛି । ଧୂଆଁ ଭିତରେ ଗୁରୁତର ରୋଗୀଙ୍କୁ ଉଦ୍ଧାର କରିବା ଅଗ୍ନିଶମ ବିଭାଗ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ସବୁଠାରୁ ଦୁଃଖର ବିଷୟ ନର୍ସିଂହୋମରୁ ଉଦ୍ଧାର ହୋଇଥିବା ରୋଗୀଙ୍କୁ ମେଡ଼ିକାଲ୍ ନେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍ସ ଆସି ପାରିନଥିଲା । ଯେଉଁଥିପାଇଁ ରୋଗୀମାନେ ରାସ୍ତାରେ କଲବଲ ହୋଇଥିଲେ । ମୁହଁରେ ଅକ୍ସିଜେନ୍ ପାଇପ୍ ଓ ହାତରେ ସାଲାଇନ୍ ଛୁଞ୍ଚି ଲାଗିଥିବାରେ ରାସ୍ତାରେ ଗଡ଼ୁଥିଲେ ରୋଗୀ । ଦୀର୍ଘ ସମୟର ଅପେକ୍ଷା ପରେ ଗୋଟିଏ ପରେ ଗୋଟିଏ ଆମ୍ବୁଲାନ୍ସ ଆସିଥିଲା । ଆଉ ତା’ପରେ ଉଦ୍ଧାର ହୋଇଥିବା ରୋଗୀଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।ସୂଚନାଯୋଗ୍ୟ ଯେ, କଟକରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ବଡ଼ ମେଡ଼ିକାଲ) ଥିଲେ ମଧ୍ୟ ଏଠାରେ ଚିକିତ୍ସା ନେଇ ରୋଗୀ ଓ ସେମାନଙ୍କର ସଂପର୍କୀୟ ଅଭିଯୋଗ କରିବା ସହ ଘରୋଇ ଡାକ୍ତରଖାନାକୁ ଯାଇଥାନ୍ତି । ତେବେ ଘରୋଇ ଡାକ୍ତରଖାନାରେ ରୋଗୀଙ୍କୁ ଆଥିର୍କ ଭାବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ସେହିପରି ଘରୋଇ ହସ୍ପିଟାଲରେ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ନଥିବାରୁ ହଇରାଣ ହେବାକୁ ପଡ଼ିଥାଏ । କଟକର ଘରୋଇ ଡାକ୍ତରଖାନାରେ ନିଆଁ ଲାଗିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏହିଭଳି ଅଘଟଣ ଘଟିଛି । ୨୦୨୦ ମସିହା ସେପ୍ଟେମ୍ବର ୨୧ ତାରିଖରେ ମଧ୍ୟ ଏକ ଘରୋଇ ଡାକ୍ତରଖାନାରେ ନିଆଁ ଲାଗିଥିଲା । ସେହି ସମୟରେ ସଦଗୁରୁ ଡାକ୍ତରଖାନାରେ ନିଆଁ ଲାଗିଥିଲା ।

Post Views: 31
Tags: Fire at a private nursing home in Cuttack: Rescue operations underway
Share200Tweet125Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In