• About Us
  • Contact Us
Monday, February 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରାଜସ୍ଥାନର ଭିୱାଡିରେ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ : ୭ ମୃତଦେହ ଉଦ୍ଧାର, ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା

by Voice of Victims
February 16, 2026
in ଦେଶ ବିଦେଶ, ମୁଖ୍ୟ ଖବର
ରାଜସ୍ଥାନର ଭିୱାଡିରେ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ : ୭ ମୃତଦେହ ଉଦ୍ଧାର, ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା

ରାଜସ୍ଥାନ : ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ । ନିଆଁରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ହେଲେ ଦୁଇଜଣ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି । ଘଟଣା ସମୟରେ କାରଖାନାରେ ପ୍ରାୟ ୨୫ ଜଣ ଶ୍ରମିକ କାମ କରୁଥିଲେ । ସୋମବାର ସକାଳ ପ୍ରାୟ ୯:୨୨ ମିନିଟ ସମୟରେ ଖୁଶଖେଡା କରାଉଲି ଶିଳ୍ପାଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଏହି କାରଖାନାରେ ରାସାୟନିକ ପଦାର୍ଥ ସହିତ ଫୋଟକା ମଧ୍ୟ ତିଆରି କରାଯାଉଥିଲା । କାରଖାନା ମାଲିକଙ୍କ ନାମ ରାଜେନ୍ଦ୍ର । ଅନେକ ଲୋକ ପସିଥିବା ଆଶଙ୍କା କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

କାରଖାନା ମାଲିକ କହିଛନ୍ତି, ଖୁସଖେଡା ଏବଂ ଭିୱାଡି RICO ଅଗ୍ନିଶମ କେନ୍ଦ୍ରର ଦମକଳ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଦୁର୍ଘଟଣାରେ ମୃତଦେହ ଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ଅଗ୍ନିକାଣ୍ଡ ହେବାର କାରଣ ଏଯାଏଁ ଜଣାପଡିନାହିଁ । ବିସ୍ଫୋରଣକୁ ନେଇ ତଦନ୍ତ ଚାଲିଛି । ପ୍ରଶାସନ ଘଟଣାକୁ ମାଜିଷ୍ଟ୍ରେଟ ଯାଂଚ ପାଇଁ ସଙ୍କେତ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ସହତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଈଶ୍ବରଙ୍କ ଦିଂବଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ଆଉ ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଏଲିଅନଙ୍କୁ ନେଇ ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ମତ : ଏଲିଅନ ଅଛନ୍ତି, କିନ୍ତୁ କେଉଁଠି କହିହେବନି
  • ରାଜସ୍ଥାନର ଭିୱାଡିରେ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ : ୭ ମୃତଦେହ ଉଦ୍ଧାର, ଆଗକୁ ବଢିପାରେ ମୃତକଙ୍କ ସଂଖ୍ୟା
  • ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ, ୧.୫ କୋଟି ସହ ପାସପୋର୍ଟ ଜମା
  • ବଜେଟ୍ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା, ଜଗିବେ ବ୍ଲାକ କମାଣ୍ଡୋ
  • ୨୦୨୬-୨୭ ପାଇଁ ୩.୨୦ ଲକ୍ଷ କୋଟି ଛୁଇଁପାରେ ବଜେଟ୍ ବ୍ୟୟ ବରାଦ, ନିଯୁକ୍ତି ଓ ଭିତ୍ତିଭୂମି ଉପରେ ରହିବ ନଜର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In