ବାଲେଶ୍ଵର (ଭିଓଭି)୧୩/୨ :- ବାଲେଶ୍ଵର ସହର ମଧ୍ୟରେ ରାତି ପ୍ରାୟ ଗୋଟାଏ ସମୟରେ ଏକ ଗୋଦାମ ଘରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଫକୀରମୋହନ ଗୋଲେଇ ନିକଟସ୍ଥ ଏକ ବ୍ୟାଙ୍କର ପଛପଟେ ଥିବା ଏକ ଗୋଦାମ ଘରେ ବାଣ ଫୁଟିବା ପରି ଶବ୍ଦ ହୋଇ ହଠାତ ନିଆଁ ଲାଗିଥିଲା ।
ରେଲୱେ କାମ କରୁଥିବା ଶ୍ରମିକ ମାନେ ଶବ୍ଦ ଏବଂ ଧୂଆଁକୁ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଗୋଦାମରେ କାଠ ନିର୍ମିତ ବିଭିନ୍ନ ଆସବାବପତ୍ର , ଅଠା ଏବଂ ପାଇପ ଗଚ୍ଛିତ ରହିଥିଲା । ଅଗ୍ନିଶମ ବିଭାଗର ଦୀର୍ଘ ସମୟ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
