ଭୁବନେଶ୍ବର: ଭୁବନେଶ୍ବରରେ ଭୟଙ୍କର ଅଗ୍ନିକାଣ୍ଡ । ପ୍ରିୟଦର୍ଶିନୀ ମାର୍କେଟରେ ନିଆଁ । ଟେଡି ଦୋକାନରେ ଲାଗିଲା ନିଆଁ। ନୁଆ କରି ଦୋକାନ ଖୋଲିଥିବା ଦୋକାନରେ ଅଗ୍ନିକାଣ୍ଡ । ଟେଡି ଓ ଖେଳନା ଯୋଗୁ ନିଆ ମାତ୍ରାଧିକ ଭାବେ ବ୍ୟାପିଛି। ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ।
ସେହିପରି ଗୁରୁବାର, ଯାଜପୁର ଜିଲ୍ଲା ବଡ଼ ତ୍ରିଲୋଚନପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଜଳିଗଲା ୪ଟି ପରିବାରର ୧୨ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ରାତିରେ ହଠାତ୍ ଗ୍ରାମର ପରମାନନ୍ଦ ପଣ୍ଡାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ଚାହୁଁଚାହୁଁ ଅନ୍ୟ ଘର ଗୁଡ଼ିକୁ ବ୍ୟାପି ଯାଇଥିଲା । ପ୍ରାୟ ୪ଜଣଙ୍କ ଘର ପୋଡ଼ି ପାଉଁଶ ହୋଇଛି । ଅଗ୍ନିଶମ ବିଭାଗର ୩ଟି ଦମକଳ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ସୂଚନାଯୋଗ୍ୟ, କଟକ ଏସସିବି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିଥିବା ହେତୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଥିଲା । ଅନ୍ୟପଟେ ମୃତକଙ୍କ ପରିଚୟ ମିଳିଥିଲା । ମୃତକମାନେ ହେଲେ ରମେଶ ପରିଡ଼ା, ଦାଶରୁ ମୁଣ୍ଡା, ଏମ୍ .ଡି ନ୍ୟୁମ୍ , ଗୌରାଙ୍ଗ ବାରକ, ଏସ୍ . କେ ଅବଦୁଲ ସତାର, ମଧୁସୂଦନ ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ବାଳ ଓ ରବୀନ୍ଦ୍ର ଦାସ, ଚେରୁ ପରିଡ଼ା ଓ ମେନକା ରାଉତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।
