• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ: ନାଟମଣ୍ଡପରେ ଧାଡି ଦର୍ଶନ ଓ ୧୪ ସବ୍‌କମିଟି ଗଠନକୁ ଅନୁମୋଦନ

by Voice of Victims
September 3, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ: ନାଟମଣ୍ଡପରେ ଧାଡି ଦର୍ଶନ ଓ ୧୪ ସବ୍‌କମିଟି ଗଠନକୁ ଅନୁମୋଦନ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ପରିଚାଳନା କମିଟି ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ନେଇ ୧୪ ସବ୍‌କମିଟି ଗଠନ ହୋଇଛି । ୧୪ ସବ୍‌କମିଟି ମଧ୍ୟରୁ ୪ଟି ଷ୍ଟାଚ୍ୟୁଟାରୀ ସବ୍‌କମିଟି । ଷ୍ଟାଚ୍ୟୁଟାରୀ ସବ୍‌କମିଟି -ଅର୍ଥ, ନୀତି, ରତ୍ନଭଣ୍ଡାର, ଅପିଲ୍‌ କମିଟି ଗଠନ କରାଯାଇଛି । ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ନେଇ ସବ୍‌କମିଟି ଗଠନ କରାଯାଇଛି ।  ଶ୍ରୀଜଗନ୍ନାଥ ତତ୍ତ୍ୱ, ଗବେଷଣା, ପ୍ରକାଶନ ଓ ପ୍ରସାର ସବ୍‌କମିଟି ଗଠନ କରାଯାଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ସବ୍‌କମିଟି ଗଠନ ହୋଇଛି । ସେବକ କଲ୍ୟାଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସବ୍‌କମିଟି ଗଠନ ହୋଇଛି । ସେହିପରି ମୁଖ୍ୟପ୍ରଶାସକଙ୍କ ଅଧ୍ୟକ୍ଷତାରେ ବିଧି ସବ୍‌କମିଟି ଗଠନ କରାଯାଇଛି । ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀତି ସମନ୍ୱୟ ସବ୍‌କମିଟି ଗଠନ କରାଯାଇଛି ।

ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କମିଟିରେ ଅନୁମୋଦନ ମିଳିଛି । ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ ୯ ଜଣ ସଦସ୍ୟ ଅଛନ୍ତି, ସବୁ ଦିଗରୁ ଅନୁଧ୍ୟାନ କରିବେ । ସମ୍ପୃକ୍ତ ନିଯୋଗ ସହ ଭଲ ଭାବେ ଆଲୋଚନା କରିବେ । ଯେପରି ଭାବେ ମହାପ୍ରଭୁଙ୍କ ନୀତି ବିଳମ୍ବିତ ନ ହେବ ଗୁରୁତ୍ୱ ଦେବେ । ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନକୁ ଲାଗୁ କରାଯିବ । ଆବଶ୍ୟକତା ପଡିଲେ ଜିଲ୍ଲାପାଳଙ୍କ ନେତୃତ୍ୱାଧୀନ କମିଟି ସଂଶୋଧନ କରିବ । ଖୁବ୍‌ ଶୀଘ୍ର ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି । ନାଟମଣ୍ଡପରେ ବାତ୍ତାନୁକୁଳ କରିବା ପାଇଁ ଏଏସଆଇ ମଧ୍ୟ ଅନୁମୋଦ ଦେଇଛି ।

ସେହିପରି ଦିବ୍ୟାଙ୍ଗ ମାନଙ୍କ ପାଇଁ ଉତ୍ତରଦୁଆରରେ ରାମ୍ପ ବ୍ୟବସ୍ଥା ପାଇଁ ଏକ କମିଟି ଗଠନ ହୋଇଛି । ତା ପାଇଁ ଏକ SOP କରାଯିବ । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି । ଦୀଘାରେ ଜଗନ୍ନାଥ ଧାମ୍ ଲେଖାକୁ ନେଇ ପରିଚାଳନା କମିଟି କ୍ଷୋଭ ପ୍ରକାଶ କରିଛନ୍ତି। ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଆସନ୍ତା ୬ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ଭାବେ କହିବେ ଗଜପତି ମହାରାଜା । ଜଗନ୍ନାଥ ଧାମ୍ ଶବ୍ଦର କୌଣସି ଅପବ୍ୟବହାର କରାଯାଇପାରିବ ନାହିଁ ।  ସଂସଦ ଭବନରେ ରଥଚକ ସ୍ଥାନ ପାଇଁ ପରିଚାଳନା କମିଟି ଅନୁମୋଦନ କରିଛି । ଶ୍ରୀମନ୍ଦିର ଭିତରେ ମାତୃ ସ୍ତନ୍ୟପାନ ଗୃହ କାର୍ଯ୍ୟକ୍ଷମ ଉପରେ ଆଲୋଚନା ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

Post Views: 34
Share198Tweet124Send
Voice of Victims

Voice of Victims

Recent Posts

  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା
  • ଦିନରେ ପ୍ରବଳ ଗରମ, ସନ୍ଧ୍ୟାରେ ହେବ ବର୍ଷା; ୫ ଦିନ ରାଜ୍ୟରେ ଏଭଳି ସ୍ଥିତି
  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In