ବାଲେଶ୍ଵର (ଭିଓଭି);୧୫/୮ – ଆଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଏବଂ ୭୯ ତମ ସ୍ବାଧିନତା ଦିବସ । ଏହି ଅବସରରେ ଆଜି ସକାଳ ୮ ଘଟିକା ସମୟରେ ରେମୁଣା ମନ୍ଦିରଛକ ଠାରେ ରାଷ୍ଟ୍ର ଜାଗରଣ ସମିତି ତରଫରୁ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ପତାକା ଉତ୍ତୋଳନ ପରେ ୭ ଟି ସ୍କୁଲ ର ଛାତ୍ର ଛାତ୍ରୀ , ଆଖପାଖ ଅଞ୍ଚଳବାସୀ , ଏବଂ ସମିତିର ସମସ୍ତ କର୍ମୀ ଙ୍କୁ ନେଇ ଏକ ବିଶାଳ ପଦଯାତ୍ରା କରାଗଲା । ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଧାୟକ ତଥା ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍ୱାଧୀନତା ପାଇବା ପାଇଁ ଅନେକ ବଳୀଦାନୀଙ୍କ ରକ୍ତରେ ରଞ୍ଜିତ ହୋଇଛି ଆମ ମାଟି ଆଉ ମାତୃଭୂମି । ଏହି ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟ ଙ୍କ ପାଇଁ ଗର୍ବ ଏବଂ ସ୍ମରଣୀୟ ଦିବସ ।

ସ୍ୱାଧୀନ ଭାରତର କଥାକୁ ପ୍ରତିଟି ହୃଦୟରେ ପହଞ୍ଚାଇ ରାଷ୍ଟ୍ରପ୍ରୀତି ଜାଗ୍ରତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ସମିତିର ସଭାପତି ସରୋଜ କୁମାର ବେହେରା କହିଲେ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଦେବା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ଵ । କାର୍ଯ୍ୟକ୍ରମରେ ସମିତିର ଆବାହକ ଜୟନ୍ତ କୁମାର ପଣ୍ଡା ନାରୀ ମାନଙ୍କ ର ସୁରକ୍ଷା ସମ୍ବନ୍ଧରେ କଥା ରଖିଲେ । ସୁରେଶ ଦାସ , କିରଣ କୁମାର ମହାରଣା , କାହ୍ନୁଚରଣ ବେହେରା , କାଉନସିଲର ଶିବଶଙ୍କର ରାୟ , ମୀନାକ୍ଷୀ ବେହେରା ଏବଂ ସଂଜୟ କୁମାର ସେଠୀ , ଦେବଦତ୍ତ ବାରିକ , ହେମଲତା ସେଠୀ , ଉମାକାନ୍ତ ପଣ୍ଡା , ସୁଚିତ୍ରା ଦାସ , ରୀତାଞଳି ମହାପାତ୍ର , ପ୍ରମୁଖ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ସରସ୍ଵତୀ ଜେନା ମଞ୍ଚ ଆବାହନ କରିଥିଲେ । ସମିତିର ସମ୍ପାଦକ ତଥା ଏନ ଏ ସି ର ମଣ୍ଡଳ ସଭାପତି ମାୟାଧର ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
