• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆନ୍ଧ୍ର, ତେଲଙ୍ଗାନାରେ ବନ୍ୟା

by Voice of Victims
September 2, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଆନ୍ଧ୍ର, ତେଲଙ୍ଗାନାରେ ବନ୍ୟା

ନୂଆଦିଲ୍ଲୀ:ଲଗାଣ ବର୍ଷାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ଶହ ଶହ ଗାଁ ଜଳବନ୍ଦୀ ହୋଇଥିବାବେଳେ ବହୁ ଧନଜୀବନ ହାନୀ ଘଟିଛି। ଗାଡିମୋଟର ଚାଲିବା ରାସ୍ତାରେ ଡଙ୍ଗା ଚାଲୁଛି। କେଉଁଠି ରାସ୍ତାଘାଟ ଧୋଇ ହୋଇଯାଇଛି ତ ଆଉ କେଉଁଠି ଟ୍ରେନ୍ ଲାଇନ୍ରେ ପାଣି ପଶିଯାଇଛି। ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡା ଓ ଆନ୍ଧ୍ରପ୍ରଦେଶରେ ପରିସ୍ଥିତି ପୁରା ସଙ୍ଗୀନ୍ ହୋଇପଡିଛି। ବର୍ଷା ଯୋଗୁଁ ବିଜୟୱାଡା ଓ ଗୁଣ୍ଟୁର ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଥିବାବେଳେ ରବିବାର ସକାଳେ ଏହା କଳିଙ୍ଗପଟ୍ଟନମଠାରେ ସ୍ଥଳଭାଗକୁ ପ୍ରବେଶ କରିଥିଲା। ବିଜୟୱାଡା ଜିଲାର ମୋଗଲରାଜାପୁରମ ନିକଟରେ ଭୂସ୍ଖଳନ ଘଟି ୫ ଜଣ ପ୍ରାଣ ହରାଇଥିବାବେଳେ ଚାରିଜଣ ଆହତ ହୋଇଛନ୍ତି। ଗୁଣ୍ଟୁର ଜିଲାରେ ଆଉ ୫ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଯୋଗୁଁ ସବୁ ପୋଖରୀ ଓ ହ୍ରଦର ଜଳସ୍ତର ବୃଦ୍ଧି ପାଇଛି। ଫଳରେ କ୍ରିଷ୍ଣା ଓ ଗୁଣ୍ଟୁର ଜିଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ରାତିସାରା ବର୍ଷା ଲାଗି ରହିଥିବାରୁ ବିଜୟୱାଡା, ଅମରାବତୀ, ମଙ୍ଗଳାଗିରି, ଗୁଣ୍ଟୁର, ଏଲୁରୁ ଏବଂ ଅନ୍ୟାନ୍ୟ ସ୍ଥାନରେ ଜନବସତିଗୁଡିକ ପାଣିରେ ବୁଡିଯାଇଛି। ବିଜୟୱାଡା ସହରରେ ବିଗତ ଦଶ ବର୍ଷ ମଧ୍ୟରେ ସବୁଠୁ ଅଧିକ ପରିମାଣର ବର୍ଷା ରେକର୍ଡ କରାଯାଇଛି। ସହରର ଏକାଧିକ ରାସ୍ତାରେ ତିନି ଚାରିଫୁଟ ଉଚ୍ଚରେ ବର୍ଷାଜଳ ପ୍ରବାହିତ ହେଉଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୋଟ୍ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ତେଲେଙ୍ଗାନାରେ ସବୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଖମାମ ଜିଲ୍ଲା। ୧୧୦ଟି ଗାଁ ବୁଡିଛି ଏବଂ ବିଭିନ୍ନ ସ୍ଥାନରେ ଉଦ୍ଧାର ଅପେକ୍ଷାରେ ରହିଛନ୍ତି ଶତାଧିକ ବିପନ୍ନ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି। 

Post Views: 28
Tags: Floods in Andhra
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In