• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ପ୍ରଥମ ଥର ଓଡିଆ ଓ ଅନ୍ୟ ଭାଷାରେ ହେବ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର କନେଷ୍ଟବଳ ନିଯୁକ୍ତି ପରୀକ୍ଷା

by Voice of Victims
February 11, 2024
in ରାଜ୍ୟ
ପ୍ରଥମ ଥର ଓଡିଆ ଓ ଅନ୍ୟ ଭାଷାରେ ହେବ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର କନେଷ୍ଟବଳ ନିଯୁକ୍ତି ପରୀକ୍ଷା

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ)ରେ କନେଷ୍ଟବଳ (ଜିଡି) ନିଯୁକ୍ତି ପାଇଁ ପରୀକ୍ଷା ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ। ଫେବ୍ରୁଆରି ୨୦ ରୁ ମାର୍ଚ୍ଚ ୭, ୨୦୨୪ ପର୍ଯ୍ୟନ୍ତ ଦେଶର ୧୨୮ ଟି ସହରରେ ପ୍ରାୟ ୪୮ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ୨୦୨୪ ଜାନୁଆରୀ ୧ରୁ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ସିଏପିଏଫରେ ନିଯୁକ୍ତି ପାଇଁ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀରେ ସ୍ଥାନୀୟ ଯୁବକମାନଙ୍କ ଅଂଶଗ୍ରହଣ ବୃଦ୍ଧି ଏବଂ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉଦ୍ୟମରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି। କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପରୀକ୍ଷାର ପ୍ରଶ୍ନପତ୍ର ଏବେ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ନିମ୍ନଲିଖିତ ୧୩ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେବ।

୧. ଆସାମୀ

୨. ବଙ୍ଗଳା

୩. ଗୁଜରାଟୀ

୪. ମରାଠୀ

୫. ମାଲାୟାଲମ୍

୬. କନ୍ନଡ

୭. ତାମିଲ

୮. ତେଲୁଗୁ

୯. ଓଡ଼ିଆ

୧୦. ଉର୍ଦ୍ଦୁ

୧୧. ପଞ୍ଜାବୀ

୧୨. ମଣିପୁରୀ

୧୩. କୋଙ୍କଣୀ

ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ଦ୍ୱାରା ପରିଚାଳିତ କନଷ୍ଟେବଳ ଜିଡି ପରୀକ୍ଷା ହେଉଛି ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ଆକୃଷ୍ଟ କରୁଥିବା ଏକ ପ୍ରମୁଖ ପରୀକ୍ଷା । ତେଣୁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଉପରୋକ୍ତ ୧୩ ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ ପାଇଁ ଗୃହ ମନ୍ତ୍ରଣାଳୟ ଓ କର୍ମଚାରୀ ଚୟନ ଆୟୋଗ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ସେହି ଅନୁଯାୟୀ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ କନଷ୍ଟେବଳ (ଜିଡି) ପରୀକ୍ଷା, ୨୦୨୪ ଆୟୋଜନ ପାଇଁ ଏସଏସସି ବିଜ୍ଞପ୍ତି ଜାରି କରିଛି। ଏହି ନିଷ୍ପତ୍ତି ଫଳରେ ଲକ୍ଷ ଲକ୍ଷ ଯୁବକ ନିଜ ମାତୃଭାଷା / ଆଞ୍ଚଳିକ ଭାଷାରେ ପରୀକ୍ଷାରେ ଅଂଶଗ୍ରହଣ କରିବା ସହ ସେମାନଙ୍କ ଚୟନ ସମ୍ଭାବନାରେ ଉନ୍ନତି ଆଣିବେ। ଫଳରେ ସମଗ୍ର ଦେଶରେ ପ୍ରାର୍ଥୀଙ୍କ ମଧ୍ୟରେ ଏହି ପରୀକ୍ଷାର ପହଂଚ ବୃଦ୍ଧି ପାଇବ ଏବଂ ସମସ୍ତଙ୍କୁ ରୋଜଗାର ପାଇଁ ସମାନ ସୁଯୋଗ ମିଳିବ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସାରା ଦେଶର ଯୁବକମାନେ ନିଜ ମାତୃଭାଷାରେ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପରୀକ୍ଷାରେ ଭାଗ ନେଇ ଦେଶ ସେବାରେ କ୍ୟାରିୟର ଗଢ଼ିବାର ସୁବର୍ଣ୍ଣ ସୁଯୋଗ ପାଇଛନ୍ତି ।

Post Views: 158
Tags: For the first time
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In