• About Us
  • Contact Us
Monday, March 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବିଜେପିରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବାଶିଷ ନାୟକ

by Voice of Victims
February 25, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଜେପିରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବାଶିଷ ନାୟକ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ରବିନ୍ଦ୍ର କୁମାର ବାରିକ, ଶିବପ୍ରସାଦ ବେହେରା, ପ୍ରଫୁଲ୍ଲ ସାମଲ, ଦାମୋଦର ସ୍ୱାଇଁ, କାଳନ୍ଦୀ ଲେଙ୍କା, କମଳାକାନ୍ତ ଜେନା, ମାନସ ସାହୁ, ପ୍ରଭାତ ମହାନ୍ତି, ସୁଶିଲ କୁମାର ଜେନା, ପ୍ରଶାନ୍ତ ତ୍ରିପାଠୀ, ମହେଶ୍ୱର ଭ୍ରଦ୍ରା, ନିହାର ରଞ୍ଜନ ସାହୁ, ଆଲୋକ ସେଠୀ, ଗୌତମ ପ୍ରଧାନ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି। ସେହିପରି ପୂର୍ବତନ ଅତାବିରା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ନିହାର ରଞ୍ଜନ ମହାନନ୍ଦ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି। ତାଙ୍କ ସହ ବରଗଡ ଜିଲ୍ଲା କଂଗ୍ରେସର ପୂର୍ବତନ ଯୁବ ସଭାପତି ସ୍ୱାଧୀନ ରଥ, ସୌମ୍ୟକାନ୍ତ ଦାଶ, ଯୁବ କଂଗ୍ରେସ ନେତା ଉଦେଶ ପ୍ରଧାନ, ରାମୁ ରେଡ୍ଡି, ଜିତୁ ଭୋଇ, ଉସମାନ ଖାନ୍‌, ତପନ ବାଗ୍‌, କାର୍ତିକ ମହାରଣା, ପୂର୍ବତନ କାଉନସିଲର ବଳରାମ ସାହୁ, ଇରା ବାବୁ, କେ ସନ୍ଦିପ, ରିଙ୍କୁ ମହାନନ୍ଦ, ନଇମିଶ ପତି ପ୍ରମୁଖ ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ବିଜୁ ମହିଳା ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସଂପାଦିକା ଶ୍ରୀମତୀ ଜ୍ୟୋସ୍ନାରାଣୀ ଜେନା ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ରଶ୍ମୀରଞ୍ଜନ ପରିଡା, ସଲମାନ ଖାନ, କପିଳେଶ୍ୱର ସାହୁ, ଦେବସ୍ମୃତି ସ୍ୱାଇଁ, ସୁବ୍ରତ ଜେନା, ପଂକଜ ସ୍ୱାଇଁ, ଜିତେନ୍ଦ୍ର ସାହୁ, ରତ୍ନାକର ପ୍ରଧାନ, ଓମ୍‌ପ୍ରକାଶ ମଲ୍ଲିକ, ଉତ୍କଳ ମହାପାତ୍ର, ମନୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଷ୍ଠିତ ଡୁମାଣି ଖବରର ମୁଖ୍ୟ ସଂପାଦକ ଅକ୍ଷୟ କୁମାର ପଟ୍ଟନାୟକ, ବିଶିଷ୍ଟ ଆଇନଜୀବି ତଥା ସମାଜସେବୀ ଦୀପକ କୁମାର ସାହୁ, ପିତବାସ ପଣ୍ଡା, ପଦ୍ମଲୋଚନ ନନ୍ଦ, ସୁଶ୍ରୀ ଗାୟତ୍ରୀ ପ୍ରିୟଦର୍ଶୀନି ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଚାଚେଂରୀ ମାଝୀ, ରାଜେନ୍ଦ୍ର ମାଳୀ, ହରିହର କୁମାର, ପିତାମ୍ବର, ପୁଟେଲ, ରବିନ୍ଦ୍ର କୁମାର ପ୍ରଧାନୀ, ହାଡିବନ୍ଧୁ ନାଏକ, ଯଶୋବନ୍ତ ବେହେରା ଏବଂ ବିଜେଡି ନେତା ବିନୋଦ ଗୈାଡ, ଟଙ୍କଧର କାଦମ୍ବଲା ପ୍ରମୁଖ ଆନୁଷ୍ଠାନିକ ବିଜେପିରେ ସାମିଲ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଶାସକ କୁଳମଣି ବିଶ୍ୱାଳ ଆଜି ବିଜେପିରେ ଯୋଗଦାନ କରିଛନ୍ତି। ବିଜେପିରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଏହି ଅବସରରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ମନୋଜ ମହାପାତ୍ର, ସୋନାଲୀ ସାହୁ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ବରଗଡ ଜିଲ୍ଲା ସଭାପତି ଅଶ୍ୱନି ଷଡଙ୍ଗୀ, ରାଜ୍ୟ କାର୍ଯ୍ୟକାରିନୀ ସଦସ୍ୟ ଡି.ମୁରଲୀକ୍ରିଷ୍ଣା, ଡା.ଅରୁପାନନ୍ଦ ସାହୁ, ଜୟନ୍ତୀ ପଢ଼ିଆରୀ, ଉପାସନା ମହାପାତ୍ର, ରଶ୍ମିରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।

Post Views: 38
Share199Tweet124Send
Voice of Victims

Voice of Victims

Recent Posts

  • ବିଶ୍ୱରେ ଯୁଦ୍ଧର ନିଆଁ: ଆକାଶଛୁଆଁ ଅଶୋଧିତ ତୈଳ ଦର, ୧୦୦ ଡଲାର ପାର୍ କଲା ଦର
  • ୧୦ ଦଫା ଦାବି ନେଇ ରାଜରାସ୍ତାରେ ଅଲ୍ ଓଡ଼ିଶା ଆଶା କର୍ମୀ ସାମୁଖ୍ୟ
  • ଦୁଇ ବର୍ଷରେ ୭୧୧ କୋଟି ଟଙ୍କା ଲୁଟି ନେଲେଣି ସାଇବର ଠକ, ଫେରିଛି ମାତ୍ର ୭ କୋଟି ଟଙ୍କା
  • ପୁରୀ ପରେ କେନ୍ଦୁଝର କୋର୍ଟକୁ ବୋମା ଧମକ, ଯାଞ୍ଚ ଆରମ୍ଭ
  • ରାଜ୍ୟସଭା ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଆଜି, କାଏମ ରହିଲା ୫ ପ୍ରାର୍ଥୀତ୍ବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In