• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କାମାକ୍ଷାନଗରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ

by Voice of Victims
May 23, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
କାମାକ୍ଷାନଗରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା ଗସ୍ତ କରି କାମାକ୍ଷାନଗରରେ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ପ୍ରାୟ ୧୩୩ କୋଟି ୬୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆଜି ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ଢେଙ୍କାନାଳ ଜିଲ୍ଲାକୁ ବିକଶିତ କରିବା ଦିଗରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ପ୍ରଥମେ ଆଜି କାମାକ୍ଷାନଗର ବାଇସିଙ୍ଗାଠାରେ ଜାତୀୟ ରାଜପଥ – ୫୩ ନମ୍ବରର କାମାକ୍ଷାନଗର ବାଇପାସରୁ ଡୁବୁରି ସେକ୍ସନର ପ୍ରାୟ ୧୦କୋଟି ୬୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ଓଭର ବ୍ରିଜର ଲୋକାର୍ପଣ କରିଥିଲେ । ପରେ କାମାକ୍ଷାନଗର ମହିଳା କଲେଜ କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟ, କାମାକ୍ଷାନଗରର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ଜନ୍ତାରିବୋଲଠାରେ ୩୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ହେବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ ।

ଏହି ଅବସରରେ ଢେଙ୍କାନାଳର ବିକାଶ ପାଇଁ ରାଜ୍ୟ ସରକାରଙ୍କର ପ୍ରାୟ ୯୩କୋଟି ଟଙ୍କା ମୂଲ୍ୟର ୨୨ଟି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ମାନ୍ୟବର ସାଂସଦ ଢେଙ୍କାନାଳ ରୁଦ୍ର ନାରାୟଣ ପାଣି, ଢେଙ୍କାନାଳ ବିଧାୟକ ତଥା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In