• About Us
  • Contact Us
Sunday, February 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଋଷିଆରେ ୪ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି

by Voice of Victims
February 8, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଋଷିଆରେ ୪ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି

ଋଷିଆ : ଋଷିଆରେ ଭାରତୀୟ ଛାତ୍ରଙ୍କୁ ମାରାଣାସ୍ତ୍ରରେ ଆକ୍ରମଣ ହୋଇଛି । ମେଡିକାଲ କଲେଜ ହଷ୍ଟେଲରେ ପଶି ଏହି ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୪ଜଣ ଭାରତୀୟ ଛାତ୍ର ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ଜଣେ ୧୫ ବର୍ଷୀୟ ଆକ୍ରମଣକାରୀଙ୍କୁ ଗିରଫ କରିଛି ଋଷ ପୋଲିସ ।

ସୂଚନାନୁଯାୟୀ, ଗତକାଲି ଋଷିଆର ଉଫା ସ୍ଥିତ ଷ୍ଟେଟ୍ ମେଡିକାଲ ବିଶ୍ୱବିଦ୍ୟାଳୟର ଏକ ହଷ୍ଟେଲରେ ଏ ଅଭାବନୀୟ ଘଟଣା ଘଟିଛି । ଜଣେ ୧୫ ବର୍ଷର କିଶୋର ହାତରେ ଏକ ମାରାଣାସ୍ତ୍ର ଧରି ବିଦେଶୀ ଛାତ୍ରମାନଙ୍କ ହଷ୍ଟେଲରେ ପଶି ଆକ୍ରମଣ କରିଛି । ହିଂସାକାଣ୍ଡରେ ୪ଜଣ ଭାରତୀୟ ଛାତ୍ର ଆହତ ହୋଇଥିବା ମସ୍କୋରେ ଥିବା ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି । ଆକ୍ରମଣକାରୀଙ୍କୁ ଗିରଫ କରିବା ସମୟରେ ୨ ଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ  ଆକ୍ରମଣ କରିଛି । ଭାରତୀୟ ଛାତ୍ର ଏବଂ ପୋଲିସଙ୍କୁ ମିଶାଇ ପ୍ରାୟ ୬ ରୁ ୮ ଜଣ ଆହତ ହୋଇଛନ୍ତି । କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଭାରତୀୟ ଦୂତାବାସ ପକ୍ଷରୁ ରୁଷିଆ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି ।

ଅନ୍ୟପଟେ କାଜାନରୁ ଦୂତାବାସର ଅଧିକାରୀମାନେ ଛାତ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ଉଫା ଅଭିମୁଖେ ବାହାରିଛନ୍ତି । ସେପଟେ ରୁଷିଆର ତଦନ୍ତକାରୀ ସଂସ୍ଥା ଏହାର ଯାଞ୍ଚ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ଅନୁସାରେ, ଏହା କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ, ବରଂ ଜଣେ ଯୁବକଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣ ବୋଲି ଜଣାପଡ଼ିଛି । ଋଷିଆ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ପାଇଁ ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଏହି ଘଟଣା ସେଠାରେ ରହୁଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି । ଏବେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ଥିତି ଉପରେ ନଜର ରଖିଛି ।

Post Views: 12
Share198Tweet124Send
Voice of Victims

Voice of Victims

Recent Posts

  • କେନ୍ଦ୍ରୀୟ ବଜେଟ୍ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବ: ଧର୍ମେନ୍ଦ୍ର ପ୍ରଧାନ
  • ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏହି ୧୦ ଟି ଟ୍ରେନର ଟିକେଟ୍ ଭଡ଼ା ହେବ ଶସ୍ତା
  • କାର୍ ଦୁର୍ଘଟଣାରେ ପରିବାରର ୨ ମୃତ, ୪ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ବିଜେଡିରୁ ନିଲମ୍ବିତ ହେଲେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ, ଦଳବିରୋଧ କାର୍ଯ୍ୟ ପାଇଁ ନିଲମ୍ବିତ
  • ଋଷିଆରେ ୪ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In