ସମ୍ବଲପୁର : କମୁଛି ହୀରାକୁଦ ଡ୍ୟାମର ଜଳସ୍ତର । ବନ୍ଦ ହେଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ। ବାମ ପାର୍ଶ୍ବର ୯ଟି ଓ ଡାହାଣ ପାର୍ଶ୍ବର ୫ଟି ସ୍ଲୁଇସ ଗେଟ୍ ଖୋଲା ରହିଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨.୫୨ ଫୁଟ୍ ରହିଛି ।
ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୮ ହଜାର ୯୮୧ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୩ ଲକ୍ଷ ୧୧ ହଜାର ୩୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରରେ ଜଳପ୍ରବାହ କମିଥିବାବେଳେ ଅଧିକ ନିଷ୍କାସନ ହେଉଛି ।
