ପୁରୀ ଭିଓଭି : ଆଜି ତା ୨୫-୦୬-୨୦୨୫ , ପୁରୀର ଅଗ୍ରଣୀ ସାମାଜିକ ସଂଗଠନ “ଉର୍ଜାବାନ ଓଡିଶା” ର ଚର୍ତୁଥ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଥିଲା l ଆଜିକୁ ଚାରି ବର୍ଷ ତଳେ ନବଯୌବନ ଦର୍ଶନ ଦିନ ପୁରୀରେ ଜନ୍ମ ନେଇଥିଲା ଆମ ସଂଗଠନ l ଏହି ସମୟ ମଧ୍ୟରେ ପୁରୀ ଷ୍ଟେସନ ରେ ପ୍ରତିଦିନ ବଳକା ଖାଦ୍ୟ ବିତରଣ ଠାରୁ ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକ ମାନଙ୍କୁ ସହାୟତା ତଥା ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ସଙ୍ଗଠନ ପକ୍ଷରୁ ଆୟୋଜିତ କରାଯାଇଛି l
ନିଷ୍ଠାପର ଓ ନିଃସ୍ୱାର୍ଥପର ଉଦ୍ୟମ ଯୋଗୁଁ ଆଜି ଆମ ପରିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପରିଚିତ ହେବା ସହ ଏହାର ସମସ୍ତ ଶ୍ରେୟ ପରିବାରର ପ୍ରତିଟି ସଦସ୍ୟ ସଦସ୍ୟା, ପୁରୀ ବାସୀ ଓ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ହିଁ ସମ୍ଭବପର ହୋଇପାରିଛି l
