ଭୁବନେଶ୍ୱର (ଭିଓଭି): ବରମୁଣ୍ଡା ଖେଳପଡ଼ିଆଠାରେ ଆୟୋଜିତ ତିନି ଦିନିଆ ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶରେ ରାଜ୍ୟ ଇଲୋକ୍ଟ୍ରୋହୋମିଓ ଚିକିତ୍ସକ ସଂଘ ଦ୍ୱାରା ଏକ ମେଗା ମାଗଣା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ପ୍ରତ୍ୟେହ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ରାତ୍ରି ୮ଟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରାଣୀ ଚିକିତ୍ସା ବିଜ୍ଞାନ କଲେଜ ଓ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ସହଯୋଗରେ ଆୟୋଜିତ ଏହି ଶିବିରରେ ୫ ଶହରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ପ୍ରାଣୀ ଚିକିତ୍ସା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଶିବିରରେ ବହୁ ବରିଷ୍ଠ ଇଲେକ୍ଟ୍ରୋହୋମିଓ ଚିକିତ୍ସକ ଯୋଗଦେଇ ଏହି ସେବାକୁ ତଦାରଖ କରିଥିଲେ। ବରିଷ୍ଠ ଚିକିତ୍ସକ ଡା. କମଳାକାନ୍ତ ନାୟକ, ଡା. ସରୋଜ କୁମାର ସାହୁ, ଡା. ପର୍ଶୁରାମ ଖଟୁଆ, ଡା. ମନୋରଞ୍ଜନ ଦାଶ, ଡା. ମନୋଜ କୁମାର ମହଲା, ଡା. ଅଭୟ କୁମାର ପତି, ଡା. ସୂର୍ଯ୍ୟ ନାରାୟଣ ମହାନ୍ତି, ଡା. ମୁକେଶ ରଞ୍ଜନ ମହାପାତ୍ର ଓ ଡା. ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡା. ସୁଶେନ କୁମାର ପଣ୍ଡା ଓ ଅତିରିକ୍ତ ନିର୍ଦ୍ଦେଶକ ଡା. ବିମଳ କୁମାର ଚୌଧୁରୀ ଯୋଗଦେଇ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଇଲେକ୍ଟ୍ରୋହୋମିଓ ଔଷଧର ପ୍ରଭାବ ଓ ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଇଲୋକ୍ଟ୍ରୋହୋମିଓପାଥିକ ରିସର୍ଚ୍ଚ ଆଣ୍ଡ୍ ଡେଭଲପ୍ମେଣ୍ଟ୍ କାଉନ୍ସିଲ୍ ଓ ରାଜପୁତ୍ ଏକାଡେମୀ ଅଫ୍ ମେଡିକାଲ୍ ସାଇନ୍ସେସ୍ର କମକର୍ତ୍ତାଙ୍କର ମିଳିତ ଏହି ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଏହି ସ୍ବାସ୍ଥ୍ୟ ଶିବିରକୁ ସଂଘର ସାଧାରଣ ସମ୍ପାଦକ ଡଃ. ପର୍ଶୁରାମ ଖଟୁଆ ପରିଚାଳନା କରିଥିଲେ।
