• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଫେବୃଆରୀ ୧୦ ତାରିଖରୁ ୭ଟି ଜିଲ୍ଲାର ସମସ୍ତେ କରିବେ ଏମଡିଏ ଔଷଧ ସେବନ

by Voice of Victims
February 6, 2024
in ମୁଖ୍ୟ ଖବର, ରାଜ୍ୟ
ଫେବୃଆରୀ ୧୦ ତାରିଖରୁ ୭ଟି ଜିଲ୍ଲାର ସମସ୍ତେ କରିବେ ଏମଡିଏ ଔଷଧ ସେବନ

ଭୁବନେଶ୍ୱର: ଓଡିଶାର ୩୦ ଟି ଜିଲ୍ଲା ମଧ୍ୟରୁ ୭ଟି ଜିଲ୍ଲା ଯଥା- ବଲାଙ୍ଗିର, ଖୋର୍ଦ୍ଧା, କଟକ, କନ୍ଧମାଳ, କଳାହାଣ୍ଡି, ନୟାଗଡ ଓ ରାୟଗଡା ଜିଲ୍ଲାରେ ବାତଜ୍ୱର ନିରାକରଣ ପାଇଁ ସାମୂହିକ ଔଷଧ ସେବନ (ଏମ୍‌ଡିଏ) କାର୍ଯ୍ୟକ୍ରମ ଆସନ୍ତା ୧୦-୧୯ ଫେବୃଆରୀ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି। ଉପରୋକ୍ତ ୭ଟି ଜିଲ୍ଲାରେ ୫୬ଟି ବ୍ଲକ ତଥା ସହରାଞ୍ଚଳର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଯେଉଁଠି ବାତଜ୍ୱରର ଅଧିକ ପ୍ରଭାବ ରହିଛି, ସେହି ସ୍ଥାନମାନଙ୍କରେ ହେବ। ୩ଟି ଜିଲ୍ଲା ଯଥା ବଲାଙ୍ଗିର, କଳାହାଣ୍ଡି ଓ ରାୟଗଡାରେ ତିନି ପ୍ରକାର ବଟିକା ଯଥା (ଡି.ଇ.ସି, ଆଲବେଣ୍ଡାଜୋଲ ଓ ଆଇଭରମେକcିନ) ଖାଇବାକୁ ଦିଆଯିବ ଏବଂ ୪ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ନୟାଗଡ ଓ କନ୍ଧମାଳରେ ଦୁଇ ପ୍ରକାରର ଔଷଧ (ଡି.ଇ.ସି ଓ ଆଲବେଣ୍ଡାଜୋଲ) ଖାଇବାକୁ ଦିଆଯିବ। ଉପରୋକ୍ତ ୭ଟି ଜିଲ୍ଲାରେ ପ୍ରାୟ ୪୫ ଲକ୍ଷ ୮୯ ହଜାର ୭୯୪ ଲୋକଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ୧୬୭୪୭ ଡ୍ରଗ ଆଡମିନିଷ୍ଟ୍ରେଟର ବା ସେ୍ୱଚ୍ଛାସେବୀଙ୍କୁ ତାଲିମ ଦିଆଯାଇ ନିୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସଠିକ୍‌ ଭାବରେ ତଦାରଖ କରିବା ପାଇଁ ୧୭୧୨ ଜଣ ତଦାରଖକାରୀ ବା ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି। ତାଲିମପ୍ରାପ୍ତ ସେ୍ୱଚ୍ଛାସେବୀମାନେ ଘରକୁ ଘର ଯାଇ ଏହି ଔଷଧ ଖୁଆଇବେ। ଭ୍ରାମ୍ୟମାଣ ଟିମ୍‌ଗୁଡିକ ବିଭିନ୍ନ ସ୍କୁଲ, କଲେଜ ଓ ଅଫିସକୁ ଯାଇ ଖୁଆଇବେ। ଦୁଇବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଲୋକମାନଙ୍କୁ ଛାଡି ସମସ୍ତଙ୍କୁ ଆଶା ତଥା ଅନ୍ୟ ସେ୍ୱଚ୍ଛାସେବୀଙ୍କ ସାମ୍ନାରେ ଫାଇଲେରିଆ ନିରାକରଣ ଔଷଧଗୁଡିକ ସେବନ କରିବାକୁ ହେବ। ଆଇଭରମେକଫିନ ବଟିକା ୬ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକମାନଙ୍କୁ ଉଚ୍ଚତା ଅନୁଯାୟୀ ଦିଆଯିବ। ଏହି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ସମନ୍ୱୟ ଲୋଡାଯାଇଛି। ଏହି ଅଞ୍ଚଳର ଲୋକମାନେ ଫାଇଲେରିଆ ନିରୋଧି ଔଷଧ ସେବନ କରିବା ସହ ସରକାରଙ୍କୁ ଫାଇଲେରିଆ ମୁକ୍ତ ଓଡିଶା ଗଠନ ପାଇଁ ଆହ୍ୱାନ କରାଯାଇଛି।

Post Views: 35
Tags: From February 10
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In