• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

କାଲି ଖୋଲିବ ରତ୍ନଭଣ୍ଡାର

by Voice of Victims
July 13, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କାଲି ଖୋଲିବ ରତ୍ନଭଣ୍ଡାର

ଭୁବନେଶ୍ବର: ଆସନ୍ତାକାଲି ଖୋଲାଯିବ ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର । ଏନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ରହିଛି, ପ୍ରତିଟି ଦିଗକୁ ଗୁରୁତ୍ୱର ସହ ନିଆଯାଇଛି । ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଭଳି ଏହାକୁ ଗୁରୁତ୍ୱ ଦିଆଯାଇଛି । ଅଳଙ୍କାର ସ୍ୱଛ ଭାବେ ଗଣାଯିବ । ହାଇ ପାୱାର କମିଟି ବସିଥିଲା ଏବଂ ନିଷ୍ପତ୍ତି ହେଲା ଆସନ୍ତାକାଲି ରତ୍ନ ଭଣ୍ଡାର ଖୋଲିବ ଏବଂ ପର୍ଯ୍ୟାୟ କ୍ରମେ ଗଣତି ଜାରି ରହିବ । ଅତ୍ୟନ୍ତ ସ୍ୱଛ ରଖିବା ପାଇଁ ଆରବିଆଇର ସହାୟତା ନିଆଯିବ । ସେମାନେ ସେଠି ରହିବେ, ମ୍ୟାନେଜିଂ ଟିମ ରହିବେ । ଏଥିସହିତ ମନ୍ଦିର ମୁଖ୍ୟ ଅଧିକାରୀ ରହିବେ ମଧ୍ୟ ଉପସ୍ଥିତ ରହିବେ । ପ୍ରଭୁଙ୍କ ପ୍ରତିଟି ଅଳଙ୍କାର ସଂଖ୍ୟା, ଗୁଣାତ୍ମକ ମାନ, ଡିଜିଟାଲ ଲାଇବ୍ରେରୀ କରାଯିବ । ଆଗାମୀ ଦିନରେ ରେଫ୍ରାନ୍ସ ଡକ୍ୟୁମେଣ୍ଟ ପାଇଁ ଏହି ଭିଡିଓ ଗ୍ରାଫି ଆଗାମୀ ଦିନରେ ସହାୟକ ହେବ । ଏସଓପିର ସ୍ପଷ୍ଟ ଚିତ୍ର ମନ୍ଦିର ପ୍ରଶାସନକୁ ଦିଆଯାଇଛି । ରତ୍ନଭଣ୍ଡାର ଭିତରକୁ ବିଶେଷଜ୍ଞ ଟିମ ଯିବ ଏବଂ ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ଟିମ ହୋଇଛି । ଏଏସଆଇ ପ୍ରତିନିଧି ରହିବେ ଏବଂ ମନ୍ଦିର ଭଣ୍ଡାର ସହ ଲିଙ୍କ ଥିବା ଲୋକେ ମଧ୍ୟ ରହିବେ । ଚାବି ଯେଉଁଟା ଅଛି ସେହି ଚାବିରେ ଖୋଲାଯିବ । ଯଦି ସେହି ଚାବିରେ ନ ଖୋଲିବ ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯିବ । ୨୪ ବର୍ଷ ସରକାର ଏ ଭଣ୍ଡାର ଖୋଲିନଥିଲେ । ଏହି ନୂଆ ସରକାର କଥା ରଖି କଥା ରଖୁଛନ୍ତି । ଗତ ଥର ୭୨ ଦିନ ଲାଗିଥିଲା । କିନ୍ତୁ ଏଥର ଆମେ ଶୀଘ୍ର ପାଇଁ ଚେଷ୍ଟା କରିବୁ। ଗତ ସରକାର ବିଭିନ୍ନ କମିଶନକୁ ଲୁଚାଇ ରଖିଥିଲେ, କିନ୍ତୁ ଆମେ ସବୁ ରିପୋର୍ଟ ପବ୍ଲିକ କରିବୁ । ପ୍ରତିଦିନ ରତ୍ନ ଭଣ୍ଡାର ସମ୍ପର୍କରେ ଯାହା ଖବର ସାର୍ବଜନୀନ ହେବା କଥା ତାହା ଜଣାଯିବ । ଏଏସଆଇ ପ୍ରତିନିଧି କାଲି ସେଇଠି ରହିବେ ଯଦି ମରାମତି ପାଇଁ ସେମାନେ ଯାଞ୍ଚ କରି କହିବେ ତେବେ ଆମେ ସେ ପ୍ରତି ଧ୍ୟାନ ଦେବୁ। ଗତ ସରକାର ଅନେକ ଭୁଲଭାଲ କାମ କରିଥିଲେ, ଆମେ ସେ ବିଷୟରେ ଗୁରୁତ୍ୱ ଦେଉ ନାହୁଁ । ଆମେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାମ କରିବୁ । ସାପ ବାହାରିବା ଏକ ଅନ୍ଧ ବିଶ୍ୱାସ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

Post Views: 20
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In