ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ । ମ୍ୟାକ୍ସୱେଲ୍ ତାଙ୍କ ୧୩ ବର୍ଷର ଦିନିକିଆ କ୍ୟାରିଅରକୁ ବାଏ ବାଏ କହିଛନ୍ତି । ଅଷ୍ଟ୍ରେଲିଆକୁ ଦୁଇଥର ଦିନିକିଆ ବିଶ୍ୱକପ୍ ଜିତାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦିନିକିଆରୁ ଅବସର ନେବା ପରେ ଟି୨୦ କିନ୍ତୁ ଖେଳିବେ ।

ମ୍ୟାକ୍ସୱେଲ ତାଙ୍କ ଅବସର ଘୋଷଣା କରି କହିଛନ୍ତି, ‘ମୁଁ ଅନୁଭବ କଲି ଯେ ମୁଁ ଦଳକୁ ଟିକେ ନିରାଶ କରୁଛି । ମୁଁ ଅଷ୍ଟ୍ରେଲିଆର ଚୟନକର୍ତ୍ତାଙ୍କ ଅଧ୍ୟକ୍ଷ ଜର୍ଜ ବେଲିଙ୍କ ସହିତ ଭଲ କଥାବାର୍ତ୍ତା କରିଥିଲି ଏବଂ ତାଙ୍କୁ ପଚାରିଥିଲି ଯେ, ଭବିଷ୍ୟତ ବିଷୟରେ ତାଙ୍କର ମତାମତ କ’ଣ । ଆମେ ୨୦୨୭ ବିଶ୍ୱକପ୍ ବିଷୟରେ କଥା ହୋଇଥିଲୁ । ମୁଁ ତାଙ୍କୁ କହିଥିଲି ଯେ ମୁଁ ଭାବୁନାହିଁ ଯେ ମୁଁ ଏହା କରିପାରିବି । ଏବେ ସମୟ ଆସିଛି ଯେ ମୋ ସ୍ଥାନରେ ଆସୁଥିବା ପ୍ରତିଭାଙ୍କୁ ସୁଯୋଗ ଦିଆଯାଉ । ସେମାନଙ୍କୁ ଏହି ଭୂମିକା ନିର୍ବାହ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିବ।’ ମ୍ୟାକ୍ସୱେଲ୍ ଅବସର ନେବା ପରେ କ୍ରିକେଟ ଅଷ୍ଟ୍ରେଲିଆ ଟ୍ବିଟ୍ କରି ଧନ୍ୟବାଦ ଜଣାଇଛି ।
