• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

“ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳାରେ ପିଲାମାନଙ୍କ ନବ ଆବିଷ୍କାରର ଝଲକ”

by Voice of Victims
December 3, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
“ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳାରେ ପିଲାମାନଙ୍କ ନବ ଆବିଷ୍କାରର ଝଲକ”

ରଣପୁର, ୦୩/୧୨ : ରଣପୁର ବ୍ଲକ ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ମେଳା ଉତ୍ସାହପୂର୍ଣ୍ଣ ପରିବେଶରେ ଆୟୋଜିତ ଉଦଯାପିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମର ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା, ମୁଖ୍ୟ ବକ୍ତା ଭାବେ ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ତଥା ଆଇନିଜିବି ପ୍ରିୟବ୍ରତ ପ୍ରହରାଜ, ରଘୁନାଥ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ସରପଞ୍ଚ ମଧୁମିତା ତରାଇ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ରସାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମର ଅୟମାରମ୍ଭ ଅତିଥିମାନଙ୍କ ଦ୍ୱାରା ପରମ୍ପରାଗତ ଭାବେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ କରାଯାଇଥିଲା | ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ଶ୍ରୀ ନାୟକ କହିଥିଲେ, “ଏପରି ମେଳା ଛୋଟଦିନରୁ ବୈଜ୍ଞାନିକ ଚେତନା ଓ ନବଚିନ୍ତନ ଶକ୍ତିକୁ ଉତ୍ତେଜିତ କରେ, ଯାହା ଭବିଷ୍ୟତରେ ଦେଶ ଗଠନରେ ଦୈନିକ ଭୁମିକା ନେବ।” | ମୁଖ୍ୟ ଅତିଥି ଶ୍ରୀମତୀ ବେହେରା କହିଥିଲେ, ଏହି ବିଜ୍ଞାନ ମେଳା ପିଲାଙ୍କୁ ନୂତନ ଅନୁସନ୍ଧାନ ପାଇଁ ପ୍ରେରଣା ଯୋଗାଇ ଥାଏ |

ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଅଧିକରେ ଶ୍ରେଷ୍ଠ ପ୍ରକଳ୍ପ ସହ ମୋଟ ୭୦୦ ଶିକ୍ଷାର୍ଥୀ ଓ ୨୫୦ଜଣ ଗାଇଡ଼ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ | ଏଥିରେ ୨୪୩ ଟି ପ୍ରକଳ୍ପ ଆସିଥିଲା | ଏହି ପ୍ରକଳ୍ପଗୁଡିକ ମଧ୍ୟରୁ ବାଲ ବୈଜ୍ଞାନିକ ପ୍ରକଳ୍ପରୁ ଶ୍ରେଷ୍ଠ ୭ଟି ପ୍ରକଳ୍ପ, ପରିବେଶ ଭିତ୍ତିକ ଶ୍ରେଷ୍ଠ ୭ଟି ପ୍ରକଳ୍ପ ଓ ଉପ କନିଷ୍ଠ ବିଭାଗରେ ଶ୍ରେଷ୍ଠ ୩ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି |

ମେଳାରେ ପ୍ରାକୃତିକ ସମସ୍ୟାର ସାଇନ୍ଟିଫିକ ସମାଧାନ, ନବୀନ ଆବିଷ୍କାର, ପରିବେଶ ସୁରକ୍ଷା, ନବୀକରଣଯୋଗ୍ୟ ଶକ୍ତି, ମଡେଲ ନିର୍ମାଣ, ସ୍ମାର୍ଟ ଟେକ୍ନୋଲୋଜି ସହ ଅନେକ ଆକର୍ଷଣୀୟ ମଡେଲ ପ୍ରଦର୍ଶନୀ କରାଯାଇଥିଲା। ଶିକ୍ଷକ, ଅଭିଭାବକ ଓ ଅନ୍ୟାନ୍ୟ ଉତ୍ସୁକ ପରିଦର୍ଶକମାନେ ପିଲାମାନଙ୍କ ଜ୍ଞାନ ଓ ନୂତନ ଚିନ୍ତାଧାରାକୁ ଅଭିନନ୍ଦନ ଜଣାଇଛନ୍ତି |

ଅପରାହ୍ନରେ ଆୟୋଜିତ ଉଡ଼ାଯାପାନୀ ସଭାରେ ଅତିଥି ଭାବେ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ବାଚସ୍ପତିଙ୍କ ପ୍ରତନିଧି ତଥା ଯୁବ ସମାଜସେବୀ ଅଭିଷେକ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ପ୍ରମୁଖ ଯୋଗ ଦେଇଥିଲେ | ଅତିଥିମାନେ ପିଲାଙ୍କୁ ଉତ୍ସାହିତ ତଥା ଆଗକୁ ବଢିବା ପାଇଁ ଅଭିଭାଷଣ ମାଧ୍ୟମରେ ବହୁ ପ୍ରେରଣା ଦେଇଥିଲେ | ପରେ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଥିଲା |

ମେଳାର ସଫଳ ଆୟୋଜନ ପାଇଁ ଶିକ୍ଷା ବିଭାଗ, ଶିକ୍ଷକମଣ୍ଡଳୀ ଓ ସ୍ଥାନୀୟ ପ୍ରଶାସନ ପ୍ରଶଂସା ଅର୍ଜନ କରିଛନ୍ତି। ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ବିଭିନ୍ନ ଶିକ୍ଷକ ସଂଗଠନ, ବିଦ୍ୟାଳୟ ପରିଚାଳନା କମିଟି, ଅଞ୍ଚଳବାସୀ ଓ ଶିକ୍ଷକ ଶିକ୍ଷୟତ୍ରୀ ସମ୍ପୂର୍ଣ ସହଯୋଗ କରିଥିଲେ |

Post Views: 41
Share199Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In