• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଦାୟ ନେଲା ୨୦୨୩, ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ଆରମ୍ଭ ହେଲା ନୂଆବର୍ଷ

by Voice of Victims
January 1, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ବିଦାୟ ନେଲା ୨୦୨୩, ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ଆରମ୍ଭ ହେଲା ନୂଆବର୍ଷ

-କୋଟଗଡ ପାର୍କ ପାଇଁ ରଣପୁର-ସୁନାଖଳା-ଖୋର୍ଦ୍ଧା ରାସ୍ତାରେ ଟ୍ରାଫିକ ସମସ୍ୟା
-ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ହଜାର ହଜାର ଗାଡି
-ପୋଲିସ ଆସି କୋଟଗଡ଼ ପାର୍କ ବନ୍ଦ କଲା

ରଣପୁର(ଭିଓଭି) : ସବୁଆଡେ ଆଜି ପୁରୁଣା ବର୍ଷ ୨୦୨୩ କୁ ବିଦାୟ ଦେଇ ନୂତନ ବର୍ଷ ୨୦୨୪ କୁ ସ୍ୱାଗତ କରାଯାଇଛି | ଏହି ଅବସରରେ ଲୋକମାନେ ପରିବାର, ବନ୍ଧୁବର୍ଗଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ସ୍ଥାନ ବୁଲି ଭୋଜି ଭାତରେ ମଜି ଥିଲେ। ଓଡିଶାରେ ଦ୍ଵିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ନୂତନ ବର୍ଷରେ ଭକ୍ତମାନେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ନୂତନ ବର୍ଷଟି ଭଲରେ ବିତିବା ପାଇଁ ପ୍ରଭୁଙ୍କୁ ନିବେଦନ କରିଥିଲେ। ଏହି ସମୟରେ ରଣପୁର ବଜାରରେ ସାମୟିକ ଭାବେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା। ଅନ୍ୟ ପଟେ ବେଶ ଜଣାଶୁଣା ସୁନାଖଳା ନିକଟସ୍ଥ କୋଟଗଡ଼ ପାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆଜି ଲକ୍ଷାଧିକ ଲୋକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳି ଥିଲା। ଏଥିପାଇଁ ପ୍ରାୟ ୪ ଘଣ୍ଟା ଧରି କୋଟଗଡ଼ ପାର୍କ ଠାରୁ ସୁନାଖଳା ପର୍ଯ୍ୟନ୍ତ ଏବଂ ସୁନାଖଳା ଠାରୁ ଖୋର୍ଦ୍ଧା-ନୟାଗଡ଼ ରାସ୍ତାରେ ଯାନବାହାନଗୁଡିକ ଅଟକି ରହିଥିଲା। ଏଥିପାଇଁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା, ଯାହା ଫଳରେ ଯାତ୍ରୀମାନେ ଯିବା ଆସିବାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଶେଷରେ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ପାର୍କରେ ପହଞ୍ଚି ଲୋକମାନଙ୍କ ପ୍ରବେଶକୁ ବନ୍ଦ କରି ପାର୍କର ଗେଟ ବନ୍ଦ କରିଥିଲେ। ଏହା ସ୍ୱତେ ଟ୍ରାଫିକ ସମସ୍ୟା ନ କମିବାରୁ ରଣପୁର ଥାନାର ସହାୟତା ନେଇଥିଲେ। ଫଳରେ ରଣପୁର ପୋଲିସ ଓ ସୁନାଖଳା ଫାଣ୍ଡି ପୋଲିସ ମିଳିତ ଭାବେ ପାର୍କ ନିକଟକୁ ଯାଇ ଟ୍ରାଫିକ ସମସ୍ୟାକୁ ଧୀରେ ଧୀରେ ଆୟତ୍ତଧୀନ କରିବା ପାଇଁ ଚେଷ୍ଟା କରିଥିଲେ | ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମସ୍ୟା କରିବା ପାଇଁ ଗାଡିଚାଳକ, ପର୍ଯ୍ୟଟକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Post Views: 109
Tags: Goodbye 2023New Year started with joy
Share200Tweet125Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In