ଭୁବନେଶ୍ୱର : ସରକାରୀ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ଲୋକସେବା ଭବନରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ଓଡ଼ିଶା ଡାକ୍ତର ସଂଘ । ସରକାରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି । ଆଜି ସଂଧ୍ୟା ସୁଦ୍ଧା ଅନେକ ଦାବି ପୂରଣ ହୋଇଯିବ । ତେଣୁ ବର୍ତ୍ତମାନ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା ।
ଆସନ୍ତାକାଲିଠୁ ସବୁ ଡାକ୍ତରଖାନାରେ ରୋଗୀ ସେବା ସ୍ଵାଭାବିକ ହେବ ବୋଲି ଓମସା ସଭାପତି କିଶୋର ମିଶ୍ର କହିଛନ୍ତି । ୧୪ ଦଫା ଦାବି ନେଇ ଗତ ଡିସେମ୍ବର ୨୬ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ସାରା ରାଜ୍ୟରେ ଡାକ୍ତରଙ୍କ ୨ ଘଣ୍ଟିଆ OPD ବନ୍ଦ କରିଥିଲେ ।
