ଭୁବନେଶ୍ୱର : ଓଡ଼ିଶା ହେବ ଗ୍ରୋଥ ଇଞ୍ଜିନ । ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୩୬ରେ ଓଡ଼ିଶା ଗଠନକୁ ପୂରିବ ଶହେ ବର୍ଷ। ୨୦୩୬ ସୁଦ୍ଧା ୫ ଶହ ବିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି। ଅର୍ଥନୈତିକ ଅଭିବୃଦ୍ଧିକୁ ସରକାରଙ୍କ ଫୋକସ୍ । ଭିଜନ ଡକ୍ୟୁମେଣ୍ଟରେ ଓଡ଼ିଶା ଦେଶରେ ୩ୟ ରାଜ୍ୟ। ଓଡ଼ିଶାର GDP ୭%ରୁ ୯.୫%କୁ ବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ।
୨୦୪୭ ସୁଦ୍ଧା ଆୟ ୧.୮ ଲକ୍ଷରୁ ୩୨ ଲକ୍ଷ ଟଙ୍କାକୁ ବୃଦ୍ଧି ଲକ୍ଷ୍ୟ। ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ ଓଡ଼ିଶା । ବହୁମୁଖୀ ଦାରିଦ୍ର୍ୟ ହାର ୫%କୁ କମାଇବା ଲକ୍ଷ୍ୟ ରଖାଯାଇଛି। ଦେଶରେ ଇସ୍ପାତ ଓ ଷ୍ଟେଲନେସ ଷ୍ଟିଲ ଉତ୍ପାଦନରେ ଓଡ଼ିଶା ପ୍ରଥମ। ଲଘୁ ଖଣିଜ ପଦାର୍ଥରୁ ରାଜସ୍ବ ଆୟ ୪୮%ରୁ ଅଧିକ ଅଭିବୃଦ୍ଧି। ମହିଳା ଶ୍ରମଶକ୍ତି ଅଂଶଗ୍ରହଣକୁ ୭୦% ବୃଦ୍ଧି ଲକ୍ଷ୍ୟ ।
ରକ୍ତହୀନତା ଓ ପୌଷ୍ଟିକ ଅଭାବ ନିରାକରଣ କରିବା ଲକ୍ଷ୍ୟ। ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଆସିଛି। ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ ଘାଟନ ହୋଇଛି। ୧.୬୫ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ମେକ୍ ଇନ୍ ଓଡ଼ିଶା ଓ ହାଇଦ୍ରାବାଦ କନକ୍ଲେଭ ନିବେଶକଙ୍କୁ ଆକୃଷ୍ଟ କରିଛି। ୭.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସମ୍ଭାବନା ସୃଷ୍ଟି ହୋଇଛି । ଅଧିବେଶନ ଆରମ୍ଭରେ ଦିବଂଗତ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ ରାଜ୍ୟପାଳ।
