• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତୀୟ ନମ୍ବର ସହିତ ଆସୁଥିବା ଅନ୍ତର୍ଜାତୀୟ ଜାଲ୍ କଲ୍ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶନାମା ଜାରି

by Voice of Victims
May 27, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଭାରତୀୟ ନମ୍ବର ସହିତ ଆସୁଥିବା ଅନ୍ତର୍ଜାତୀୟ ଜାଲ୍ କଲ୍ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ: ସାଇବର ଠକମାନେ ଏବେ ଭାରତୀୟ ନାଗରିକମାନଙ୍କୁ ଜାଲ୍ ନାମରେ ଅନ୍ତର୍ଜାତୀୟ କଲ୍ କରି ସାଇବର ଅପରାଧ କରୁଛନ୍ତି। ଏହି ଠକମାନେ ଭାରତୀୟ ନମ୍ବର ପ୍ରଦର୍ଶନ କରୁଥିବା ଜାଲ୍ ନାମରେ କଲ୍ କରି ସାଇବର ଅପରାଧ କରିବା ସହ ଆର୍ଥିକ ଠକେଇ ମଧ୍ଯ କରୁଛନ୍ତି। ଏହି କଲ୍ ଗୁଡ଼ିକ ଭାରତରୁ ଆସୁଥିବା ପରି ଜଣାପଡୁଛି, କିନ୍ତୁ ପ୍ରକୃତରେ ତାହା ସାଇବର୍ ଅପରାଧିମାନଙ୍କ ଦ୍ବାରା ବିଦେଶରୁ କରାଯାଉଛି। ସାଇବର ଅପରାଧିମାନେ କଲିଂ ଲାଇନ୍ ପରିଚୟ (ସିଏଲ୍ଆଇ)ର ନାମରେ ପରିବର୍ତ୍ତନ କରି ଏପରି କଲ୍ କରୁଛନ୍ତି। ନିକଟରେ ହୋଇଥିବା ନକଲି ଡିଜିଟାଲ୍ ଗିରଫ, ଫେଡେକ୍ସ ସ୍କାମ, କୋରିଅରରେ ନିଶା/ଡ୍ରଗ୍ସ୍ କାରବାର, ନିଜକୁ ସରକାରୀ ଏବଂ ପୋଲିସ ଅଧିକାରୀ ଭାବେ ଛଦ୍ମନାମରେ ପରିଚୟ ଦେବା ଏବଂ ଟେଲିକମ୍ ବିଭାଗ/ଟ୍ରାଇ ଦ୍ବାରା ମୋବାଇଲ୍ ନମ୍ବର ବନ୍ଦ କରିଦେବା ଇତ୍ୟାଦି ମାମଲାରେ ଏହି ଅନ୍ତର୍ଜାତୀୟ ଜାଲ୍ କଲ ଗୁଡିକର ଅପବ୍ୟବହାର କରାଯାଇଛି। ସେଥିପାଇଁ ଟେଲିକମ ବିଭାଗ (ଡଟ୍) ଏବଂ ଟେଲିକମ୍ ସେବା ପ୍ରଦାନକାରୀ (ଟିଏସପି) ଏବେ ଭାରତୀୟ ଟେଲିକମ୍ ଉପଭୋକ୍ତାମାନଙ୍କୁ ଆସୁଥିବା ଏପରି ଅନ୍ତର୍ଜାତୀୟ ଜାଲ୍ କଲ୍ ଗୁଡିକୁ ଚିହ୍ନଟ ଏବଂ ବ୍ଲକ୍ କରିବା ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି। ଟେଲିକମ୍ ସେବା ପ୍ରଦାନକାରୀମାନଙ୍କୁ ଏବେ ଏପରି ଜାଲ୍ ଅନ୍ତର୍ଜାତୀୟ କଲ ଗୁଡିକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟେଲିକମ୍ ବିଭାଗ ଦ୍ବାରା ଜାରି କରାଯାଇଥିବା ନିଦ୍ର୍ଦେଶନାମା ଅନୁଯାୟୀ, ଟିଏସପି ଦ୍ବାରା ଭାରତୀୟ ଲ୍ୟାଣ୍ଡଲାଇନ୍ ନମ୍ବର ପ୍ରଦର୍ଶନ କରି ଆସୁଥିବା ଅନ୍ତର୍ଜାତୀୟ ଜାଲ୍ କଲ୍ ଗୁଡିକୁ ବ୍ଲକ୍ କରିବା କାମ ପ୍ରଥମରୁ ଆରମ୍ଭ ହୋଇଛି। ଉପଭୋକ୍ତାମାନଙ୍କର ସୁରକ୍ଷା ଏବଂ ନିରାପତ୍ତା ଡିଜିଟାଲ୍ ଇଣ୍ଡିଆ ଭିଜନର ଏକ ମୁଖ୍ୟ ଅଂଶ ହୋଇଥିବାରୁ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ଟେଲିକମ୍ ବିଭାଗ ପକ୍ଷରୁ ନାଗରିକ କୈନ୍ଦ୍ରିକ ସଂଚାର ସାଥୀ ପୋର୍ଟାଲ୍ (https://sancharsaathi.gov.in/)ସମେତ ଅନେକ ପଦକ୍ଷେପ ନିଆଯାଇଛି। ସର୍ବଶ୍ରେଷ୍ଠ ଉଦ୍ୟମ କରାଯାଉଥିଲେ ମଧ୍ଯ କିଛି ସାଇବର ଠକ ବିଭିନ୍ନ ଉପାୟରେ ସଫଳ ହେଉଛନ୍ତି। ଏପରି କଲ୍ ପାଇଁ, ଆପଣ ସଂଚାର ସାଥୀରେ ଥିବା ଚକ୍ଷୁ ସୁବିଧା କେନ୍ଦ୍ରରେ ଏପରି ଜାଲ୍ ଯୋଗାଯୋଗ ସମ୍ପର୍କରେ ରିପୋର୍ଟ କରି ସମସ୍ତଙ୍କୁ ସାହାଯ୍ୟ କରିପାରିବେ।

Post Views: 23
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In