• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଅଦିନିଆ ବର୍ଷାକୁ ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କଲେ ସରକାର: ୬.୬୬ ଲକ୍ଷ ଚାଷୀଙ୍କୁ ଏସଡ଼ିଆରଏଫରୁ ୨୯୧.୫୯ କୋଟିର ଇନ୍‌ପୁଟ୍ ସବ୍‌ସିଡ୍‌

by Voice of Victims
January 3, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅଦିନିଆ ବର୍ଷାକୁ ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କଲେ ସରକାର: ୬.୬୬ ଲକ୍ଷ ଚାଷୀଙ୍କୁ ଏସଡ଼ିଆରଏଫରୁ ୨୯୧.୫୯ କୋଟିର ଇନ୍‌ପୁଟ୍ ସବ୍‌ସିଡ୍‌

ଭୁବନେଶ୍ୱର: ଅଦିନିଆ ବର୍ଷାକୁଏକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ଏସଡ଼ିଆରଏଫ୍ ପାଣ୍ଠିରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ଯେଉଁଚାଷୀଙ୍କର ୩୩% ବା ଅଧିକ ଫସଲ କ୍ଷତି ହୋଇଥିବ, ସେହିଚାଷୀଙ୍କୁ ସହାୟତା ମିଳିବ। ଏସ୍‌ଡ଼ିଆରଏଫ୍ ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ଇନ୍‌ପୁଟ୍ ସବ୍‌ସିଡି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ତିନି ଦିନିଆ କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଜିଲ୍ଲାପାଳ ମାନଙ୍କ ରିପୋର୍ଟ ଅନୁଯାୟୀ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି। ଏହି ଚାଷୀମାନଙ୍କୁ ସହାୟତା ମିଳିବ। ଏହା ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨ ଲକ୍ଷ ୬୧ ହଜାର ଚାଷୀଙ୍କ ଆବେଦନ ହସ୍ତଗତ ହୋଇଛି। ବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆଜିଠାରୁ ଡିବିଟି ଜରିଆରେ କ୍ଷତିପୂରଣ ପ୍ରଦାନ କରାଯାଉଛି। କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ହୋଇଥିବା ଚାଷୀମାନଙ୍କ ଆବେଦନ ସମୟ ତିନି ଦିନ ବଢ଼ା ଯାଇଥିଲା। ଏଥିପାଇଁ ସବୁ ବୀମାଭୁକ୍ତ ଚାଷୀମାନେ ଆବେଦନ କରିବାର ସୁଯୋଗ ପାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଦିନିଆ ବର୍ଷା ଯୋଗୁ ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତ। ହେଲେ ସରକାର ସବୁ ସମୟରେ ଚାଷୀଙ୍କ ସହିତ ଅଛନ୍ତି ଓ ରହିବେ। ଇନ୍‌ପୁଟ୍ ସବସିଡି ସହିତ, ଆଉ କେଉଁ ପ୍ରକାର ସାହାଯ୍ୟ ପ୍ରଦାନ କରାଯାଇପାରିବ, ସରକାର ସେ ଦିଗରେ ବିଚାର କରୁଛନ୍ତି ଆମ ସରକାର ସର୍ବଦା ଚାଷୀଙ୍କ ସହିତ ଅଛନ୍ତି । କୃଷକଙ୍କ ମଙ୍ଗଳ ପାଇଁ ସବୁ ପ୍ରକାର ସାହାଯ୍ୟ କରିବାକୁ ଚେଷ୍ଟିତ ହେଉଛନ୍ତି। ଆମର ଏହି ପଦକ୍ଷେପ ଆପଣମାନଙ୍କ କ୍ଷତି ଭରଣା କରିବା ସହିତ ଆଗାମୀ ଦିନରେ ଚାଷ ପାଇଁ ଆପଣମାନଙ୍କ ମନରେ ଭରସା ସୃଷ୍ଟି କରିବ । ଏଥି ସହିତ, ରବି ଫସଲ ପାଇଁ ଯାହା ବି ଆବଶ୍ୟକ, ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ, ଆପଣ ସେଥିପ୍ରତି ନିଶ୍ଚିନ୍ତ ରୁହନ୍ତୁ ବୋଲି ସେ କହିଥିଲେ । ଆଜିର କାର୍ଯ୍ୟକ୍ରମଟି ଆମ ରାଜ୍ୟର ସମଗ୍ର କୃଷକ ଭାଇଭଉଣୀ, ଆମର ଅନ୍ନଦାତାମାନଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାମ କରି ଜୀବିକା ନିର୍ବାହ କରିଥାନ୍ତି । ତେଣୁ ଯେଉଁଠି ଏତେ ସଂଖ୍ୟକ ଲୋକେ ଗୋଟିଏ ବୃତ୍ତିରେ କାମ କରନ୍ତି, ସେମାନଙ୍କ ବିକାଶ କରିବା ସହ ସୁଖ ଦୁଃଖରେ ଠିଆ ହେବା ଯେ କୌଣସି ସରକାରଙ୍କ ନୈତିକ ଦାୟିତ୍ୱ । କୋଭିଡ ମହାମାରୀ ବେଳେ କେବଳ କୃଷକ ମାନେ ହିଁ ଦେଶର ଅର୍ଥନୀତିକୁ ବଞ୍ଚାଇ ସମସ୍ତଙ୍କ ମୁହଁରେ ଆହାର ଦେଇଥିଲେ । ଏହି ମହତ କାର୍ଯ୍ୟ ପାଇଁ ଆପଣ ସମସ୍ତେ ଧନ୍ୟବାଦ ଏବଂ ପ୍ରଶଂସାର ପାତ୍ର ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହଛନ୍ତି ଯେ, ଗତ ଦୁଇ ଦଶନ୍ଧିରେ କେବଳ ଚାଉଳକୁ ଛାଡିଦେଲେ ଅନ୍ୟ କୌଣସି କୃଷି ଉତ୍ପାଦରେ ଆମେ ସ୍ୱାବଲମ୍ବୀ ହୋଇପାରି ନାହୁଁ । ଆଳୁ, ପିଆଜ, ଟମାଟୋ ଭଳି ବିଭିନ୍ନ ପନିପରିବା ଏବଂ ମାଛ, ଅଣ୍ଡା ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ମୁଁ ଦୃଢ଼ ଭାବେ କହିପାରିବି ଯେ ଉତ୍ତମ ଯୋଜନା ଏବଂ ଇଚ୍ଛା ଶକ୍ତିର ଟିକେ ଅଧିକ ପ୍ରୟୋଗ କରିଥିଲେ, କୃଷି ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ ହୋଇପାରିଥାନ୍ତା। ଓଡିଶାରେ କୃଷି ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ। ତେଣୁ, ଆମ ସରକାର ପ୍ରାଥମିକତା ଭିତ୍ତିରେ କୃଷି ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଜଳ ସେଚନ, ଶୀତଳ ଭଣ୍ଡାର, ମଡେଲ ମଣ୍ଡି ଏବଂ ଗୋଦାମ ଗୃହ ନିର୍ମାଣ, କୃଷି ଯନ୍ତ୍ରପାତି ଉପଲବ୍ଧତା ଉପରେ ଆମ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହଛନ୍ତି ଯେ, ‘କୃଷି ଓଡ଼ିଶା ୨୦୨୫’ ର ମୁଖ୍ୟ ବିଷୟ ବସ୍ତୁ ହେଉଛି “ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ’ । ଯଦି ଆମର ଖାଦ୍ୟ ପ୍ରଣାଳୀ ଚିରନ୍ତନ ହେବ, ତେବେ ଆମର ଜନସାଧାରଣ ଖାଦ୍ୟାଭାବର ସମ୍ମୁଖୀନ ହେବେ ନାହିଁ କିମ୍ବା ପରିବେଶ ଉପରେ କୌଣସି କୁପ୍ରଭାବ ପଡିବ ନାହିଁ । ଆମକୁ ଆର୍ôଥକ ଦକ୍ଷତା ଅପେକ୍ଷା ଜୀବନ ଦକ୍ଷତା ବା ଲାଇଫ୍ ସ୍କିଲ ଉପରେ ବେଶୀ ଯତ୍ନବାନ ହେବାକୁ ପଡ଼ିବ । କୃଷି, କେବଳ ଫସଲ ଉତ୍ପାଦନ ନୁହେଁ, ବରଂ ମାଟି, ପାଣି, ପବନ ଓ ଏହା ଉପରେ ଜୀବନ ଧାରଣ ପାଇଁ ନିର୍ଭରଶୀଳ ସମସ୍ତ ପଦାର୍ଥ ପ୍ରତି ଯତ୍ନବାନ ହେବା ଉଚିତ୍‌। ଏହା ଦ୍ୱାରା ଆମର ଚାଷୀଭାଇଙ୍କ ଆର୍ôଥକ ସ୍ଥିତି ସବୁ ଦିନ ପାଇଁ ସୁଦୃଢ଼ ରହିବ। ସରକାରଙ୍କ ସହିତ ବିଭିନ୍ନ ବେସରକାରୀ ସଂସ୍ଥା ଓ କୃଷକ ସମବାୟ ସମିତିର ସହଯୋଗରେ ଓଡ଼ିଶାରେ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି। ଏହା ଦ୍ୱାରା ଆମର ପରିବେଶ ଓ ଅର୍ଥନୀତି ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇପାରିବ। ଓଡ଼ିଶାରେ ବଳଭଦ୍ର ଜୈବିକ ଚାଷ ମିଶନରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ୍ ଏବଂ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ରସାୟନମୁକ୍ତ ପ୍ରାକୃତିକ ଚାଷ ପ୍ରଚଳନ କରାଯିବ। ମୃତ୍ତିକାର ଜୈବିକ ଅଙ୍ଗାର ବୃଦ୍ଧି ନିମନ୍ତେ ରାଜ୍ୟରେ ମୃତ୍ତିକା ସ୍ୱାସ୍ଥ୍ୟ ମିଶନ୍ ମଧ୍ୟ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ଆହୁରି କହଛନ୍ତି ଯେ, ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ୍ ସହାୟତା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୩ ହଜାର ଚାଷୀଙ୍କୁ ୩ ହଜାର କୋଟିରୁ ଅଧିକ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଓ ୧ହଜାର କୋଟି ଟଙ୍କାର ଇନପୁଟ୍ ସହାୟତା ପ୍ରଦାନ କରାଯାଇ ସାରିଛି। ସେହିପରି ସିଏମ – କିଷାନ ଯୋଜନାରେ ୪୫ ଲକ୍ଷ ୫୭ ହଜାର ୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୩୯ ହଜାର ୩୦୩ ଜଣ ଭୂମିହୀନ କୃଷି ପରିବାରକୁ ରବି ଫସଲ ପାଇଁ ୯୨୫ କୋଟିରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ପିଏମ କିଷାନ ଯୋଜନାରେ ପ୍ରତ୍ୟେକ ଭୂମିଧାରୀ ଚାଷୀଙ୍କ ପାଇଁ ତିନୋଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କାର ଆର୍ôଥକ ସହାୟତା ଦିଆଯାଉଛି। ଗତ ଅକ୍ଟୋବର ମାସ ୫ ତାରିଖରେ ପ୍ରଦାନ କରାଯାଇଥିବା ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତିରେ ରାଜ୍ୟର ୩୧ ଲକ୍ଷ ୫୧ ହଜାର ଜଣ ଚାଷୀ ଉପକୃତ ହୋଇଛନ୍ତି କ୍ଷ ଏଥିରେ ଅଧିକ ଚାଷୀଙ୍କୁ ଯୋଡିବା ପାଇଁ ଏକ ସ୍ୱତନ୍ତ୍ର ସାଚୁରେସନ ଡ୍ରାଇଭ୍ ଆରମ୍ଭ କରାଯାଇ ୩.୬୨ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି କୃଷକ ଉତ୍ପାଦକ ଗୋଷ୍ଠୀ ଓ ଏଥିରେ ଜଡ଼ିତ ଥିବା ୨୦୦ ରୁ ଅଧିକା ଚାଷୀ ଏବଂ ୪୫ ଜଣ ମହିଳା ଚାଷୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଆମେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶାର ଭିଜନ ପ୍ରସ୍ତୁତ କରୁଛୁ। କୃଷି କ୍ଷେତ୍ରରେ ଆମର ସର୍ବାଧିକ ଲୋକ ନିୟୋଜିତ ଅଛନ୍ତି। ତେଣୁ ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ କୃଷି କ୍ଷେତ୍ରର ବିକାଶ ଅତ୍ୟନ୍ତ ଆବଶ୍ୟକ। ଯାହା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଏବଂ ଓଡ଼ିଶାକୁ ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ କରିବା। ଏଥିପାଇଁ ଆମ ସମସ୍ତଙ୍କର ମିଳିତ ଉଦ୍ୟମ ଜରୁରୀ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଅତିଥି ମାନେ କୃଷି କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜ୍ୟର ୧୦ଜଣ ସଫଳ ଚାଷୀ ଓ ୯ଜଣ ଉଦ୍ୟାନ କୃଷି ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଭାଗ ପକ୍ଷରୁ ପ୍ରକାଶିତ ‘ଅମଳ ଉତ୍କଳ’ ପୁସ୍ତକ, ଇମେଜର ଅଫିସିଆଲ ୱେବସାଇଟ୍ ଉନ୍ମୋଚନ କରାଯାଇଥିଲା । ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଆମେ ରାଜ୍ୟର କୃଷକ ମାନଙ୍କୁ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ଅତିରିକ୍ତ ଇନପୁଟ ସହାୟତା ୮୦୦ ଟଙ୍କା ପ୍ରଦାନ କରୁଛୁ । ପଶ୍ଚିମବଙ୍ଗର ଆଳୁ ଉପରେ ମନମାନିକୁ ଦେଖି ଆମେ ରାଜ୍ୟରେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇ ଦେଇଛୁ । ରାଜ୍ୟରେ ୫୮ଟି ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ। ରାଜ୍ୟର କୃଷକ ମାନଙ୍କୁ କେବଳ ଧାନ ଉପରେ ନିର୍ଭର ନକରି ନୂଆ ଟେକନିକ୍ ପ୍ରୟୋଗରେ ଅନ୍ୟାନ୍ୟ ଫସଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ଯେ, ଓଡ଼ିଶାରେ କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ କରାଯାଉଛି। ଭାରତ ବର୍ଷରେ କୃଷକ ମାନଙ୍କୁ ଅନ୍ୟ କୌଣସି ରାଜ୍ୟରେ ଏତେ ପରିମାଣର ଅର୍ଥ ଦିଆଯାଉନାହିଁ । ପ୍ରାକୃତିକ ବିପର୍ଯ୍ୟୟ ପରେ ରାଜ୍ୟ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଉଛି । ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଯାହା ଆବଶ୍ୟକ ହେବ ରାଜ୍ୟ ସରକାର ତାହା ଯୋଗାଇଦେବେ । ଆମର ଲକ୍ଷ୍ୟ ରହିଛି ୨୦୩୬ ବେଳକୁ ଓଡିଶା କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଥିବ । ସେହି ଲକ୍ଷ୍ୟ ନେଇ ଆମେ କାମ କରୁଛୁ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ରାଜ୍ୟର କୃଷି ଓ କୃଷକ ସଶକ୍ତ ହେଲେ ଆମ ଅର୍ଥନୀତି ସୁଦୃଢ ହେବ। କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପ୍ରାୟ ୧୦ହଜାର କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, କୃଷି ବିଜ୍ଞାନୀ, କୃଷି ଉତ୍ପାଦନ ସଂସ୍ଥାର ପ୍ରତିନିଧି, ଗବେଷକ ଓ ଛାତ୍ରଛାତ୍ରୀ ଏହି ତିନି ଦିନିଆ କୃଷି ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। କାର୍ଯ୍ୟକ୍ରମରେ କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ୍ ଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 37
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In