• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସାଧାରଣ ଜନତାଙ୍କ ଫାଇଦା ପାଇଁ ଜିଏସଟି ୨.୦: ଗୋଟିଏ କ୍ଲିକରେ ଜାଣନ୍ତୁ କଣ ଶସ୍ତା, କଣ ମହଙ୍ଗା ?

by Voice of Victims
September 4, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ସାଧାରଣ ଜନତାଙ୍କ ଫାଇଦା ପାଇଁ ଜିଏସଟି ୨.୦: ଗୋଟିଏ କ୍ଲିକରେ ଜାଣନ୍ତୁ କଣ ଶସ୍ତା, କଣ ମହଙ୍ଗା ?

ନୂଆଦିଲ୍ଲୀ: ଦେଶବାସୀଙ୍କୁ ପୂଜା ଭେଟି ଦେଇଛନ୍ତି ମୋଦୀ ସରକାର । ଦୀପାବଳି ଭେଟି ଦେବା ସହ ଜିଏସଟି ହାର କମାଇ ଜୀବନଯାପନ ପ୍ରଣାଳୀକୁ ସରଳ କରି ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ଯେଉଁଥିରେ ସାଧାରଣ ଜନତାଙ୍କୁ ଅଧିକ ଫାଇଦା ମିଳିବାକୁ ଥିବା ବେଳେ ଚାଷୀଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗୀଙ୍କ ଯାଏଁ ଏବଂ ଘର ନିର୍ମାଣ ଠାରୁ ଆରମ୍ଭ କରି ବ୍ୟବସାୟ ଯାଏଁ ସବୁ କ୍ଷେତ୍ରରେ, ସମସ୍ତଙ୍କ ମୁହଁରେ ଖୁସି ଖେଳିଯାଇଛି ।

ଜିଏସଟି କାଉନସିଲର ୫୬ତମ ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରାଯାଇଛି । ଜିଏସଟିରେ ଥିବା ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ଦିଆଯାଇଛି । ଦିଥାକିଆ କରି ଏହା ବଦଳରେ ୫ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଛି । ଯାହା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବା ସହ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ହାନିକାରକ ଦ୍ରବ୍ୟ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ସେପ୍ଟେମ୍ବର ୨୨ ତାରିଖରୁ ନିର୍ଦ୍ଧାରିତ ଜିଏସଟି ଲାଗୁ ହେବାକୁ ଥିବା ବେଳେ ଜାଣନ୍ତୁ ଜିଏସି- ୨.୦ ପରେ କଣ ହେଲା ହେବ ଶସ୍ତା, କଣ ହେବ ମହଙ୍ଗା ? କେଉଁଥିଲେ ଲାଗିବ କେତେ ଜିଏସଟି ?

ଶୂନ ଜିଏସଟି

-ଜୀବନ ବୀମା
-ସ୍ବାସ୍ଥ୍ୟବୀମା
-ଛେନା, ପନୀର, ରୁଟି
-ପିଜ୍ଜା ବ୍ରେଡ, ପାଉଡର କ୍ଷୀର, ପରଟା
-ମ୍ୟାପ୍, ଚାର୍ଟ, ଗ୍ଲୋବ
-ପେନସିଲ୍, ଖାତା ବହି, ରବର

୧୮% ଜିଏସଟି

-ଏସି, ଟିଭି, ଓ୍ଵାସିଂ ମେସିନ୍, କାର୍ ପାର୍ଟ୍ସ
-ଛୋଟ କାର, ବାଇକ୍ (୩୫୦ ସିସିରୁ କମ୍) 
-ପେଟ୍ରୋଲ-ଏଲପିଜି ଓ ସିଏନଜି କାର 
( ୧୨ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ତିନି ଚକିଆ ଯାନ, ସାମଗ୍ରୀ ପରିବହନ କରୁଥିବା ଗାଡ଼ି
-ଡିଜେଲ୍ ଚାଳିତ ଗାଡ଼ି (୧୫ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ମନିଟର ଓ ପ୍ରୋଜେକ୍ଟର, ସିମେଣ୍ଟ
-ପୂର୍ବରୁ ସିମେଣ୍ଟ ଉପରେ ୨୮%ରୁ ଜିଏସଟି ଥିଲା ଏବେ କମି ୧୮% ହେଲା


୫% ଜିଏସଟି

-କେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ
-ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ
-ରୋଷେଇ ଘରର ସାମଗ୍ରୀ, ନମକିନ
-ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, କଫି
-ନୁଡଲ୍ସ, ଚକୋଲେଟ, କଫି, ଘିଅ, ଲହୁଣି
-ସିଲେଇ ମେସିନ ଓ ପାର୍ଟସ, ନ୍ୟାପକିନ୍
-କ୍ଲିନିକାଲ ଡାଇପର
-ଛୋଟ ପିଲାଙ୍କୁ କ୍ଷୀର ଖୁଆଇବା ବୋତଲ
-ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଓ ପାର୍ଟସ୍, ନିର୍ଦ୍ଦିଷ୍ଟ ଜୈବିକ ସାର
-ଚାଷ କାମରେ ଲାଗୁଥିବା ମେସିନ
-ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍
-ଡାଇଗ୍ନୋଷ୍ଟିକ କିଟ୍, ଗ୍ଲୋକୋମିଟର
-ଜୀବନ ରକ୍ଷାକାରୀ ଔଷଧ

Post Views: 63
Share201Tweet126Send
Voice of Victims

Voice of Victims

Recent Posts

  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା
  • ଦିନରେ ପ୍ରବଳ ଗରମ, ସନ୍ଧ୍ୟାରେ ହେବ ବର୍ଷା; ୫ ଦିନ ରାଜ୍ୟରେ ଏଭଳି ସ୍ଥିତି
  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In