• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଗୁଜରାଟ ମହିସାଗର ପୋଲ ଦୁଇ ଫାଳ ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା

by Voice of Victims
July 9, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଗୁଜରାଟ ମହିସାଗର ପୋଲ ଦୁଇ ଫାଳ ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା

ନୂଆଦିଲ୍ଲୀ: ଗୁଜରାଟ ଭଦୋଦରା ମହିସାଗରରେ ନଦୀ ଉପରେ ନିର୍ମିତ ପୋଲ ହଠାତ୍ ଦୁଇ ଫାଳ ହୋଇଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହିତ ଆହତଙ୍କୁ ଆର୍ଥିକ ସହାୟତା ଦେବା ସହିତ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, ଗୁଜରାଟର ଭଦୋଦରା ଜିଲ୍ଲାରେ ପୋଲ ଭୁଶୁଡିବା ଯୋଗୁଁ ହୋଇଥିବା ଜନହାନିକୁ ନେଇ ବହୁତ ଦୁଃଖିତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା । ଆହତ ଜଲଦି ସୁସ୍ଥ ହେବାକୁ କାମନା କରୁଛି । ଏହାସହିତ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ ।
ପୋଲ ଭୁଶୁଡିବା ବେଳେ ଅନେକ ଗାଡ଼ି ଯିବା ଆସିବା କରୁଥିଲା । ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭଦୋଦରା ଓ ଆନନ୍ଦକୁ ଯୋଡୁଥିବା ମହିସାଗର ନଦୀରେ ତିଆରି ହୋଇଥିବା ପୋଲ ହଠାତ୍ ଦୁଇଖଣ୍ଡ ହୋଇଯାଇଛି । ଖବର ପାଇବା ମାତ୍ରେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପୋଲ ଦୁଇ ଫାଳ ହେବା ସମୟରେ ଅନେକ ଗାଡି ସେହି ସମୟରେ ଯାତାୟତ କରୁଥିଲା । ମଝି ନଈରେ ପୋଲ ଭୁଶୁଡ଼ି ପଡିବା ଘଟଣା । ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ତେବେ ଆଜି ସକାଳ ସାଢେ ୮ଟାରେ ପୋଲଟି ଭୁଶୁଡି ପଡିବା ପରେ ନଦୀ ମଝିରେ ଦୁଇ ଖଣ୍ଡ ହୋଇଯାଇଥିଲା । ପୋଲ ଉପରେ ଟ୍ରାଫିକ୍ ଜାମ୍ ହୋଇଥିବାରୁ ଏପରି ଅଘଟଣ ଘଟିଲା । ପୁରୁଣା ପୋଲ ଥିବାରୁ ଏହା ଭୁଶୁଡି ପଡିଲା । ତେବେ ପୋଲଟି ୪୩ ବର୍ଷ ପୁରୁଣା ହୋଇଥିବା କୁହାଯାଉଛି ।

ପୋଲ ଦୁଇଫାଳ ହେବା ପରେ ୫ରୁ ଅଧିକ ଗାଡ଼ି ନଦୀକୁ ଖସି ପଡିଥିଲା । ସେ ସବୁକୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨ଟି ଟ୍ରକ୍ ଏବଂ ପିକ୍ ଅପ୍ ଭ୍ଯାନ୍ ନଦୀରେ ପଡିଛି । ପୋଲ ଉପରେ ଗୋଟିଏ ଟ୍ୟାଙ୍କର ଭାଙ୍ଗି ଯାଇଥିବା ପୋଲରୁ ଅଧା ଝୁଲି ରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉଦ୍ଧାର ଉଦ୍ୟମ ଚାଲିଥିବା ବେଳେ ନଦୀ ଭିତରେ ଖସି ପଡିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି ।

Post Views: 118
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In