ରାଇକିଆ : କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ୩ ମାଓବାଦୀ ନିହତ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡା ଅହଳାପଟା ଜଙ୍ଗଲରେ ଦୁଇ ଦିନ ଧରି ଅପରେସନ ଚଳାଇଥିଲେ ସୁରକ୍ଷାକର୍ମୀ । ଏବେ ବି ଜଙ୍ଗଲରେ ଜାରି ରହିଛି ସର୍ଚ୍ଚ ଅପେରସନ ।
CPI ମାଓବାଦୀ ସଙ୍ଗଠନର ସବୁଠାରୁ ବଡ଼ ନେତା ବା ଜେନେରାଲ ସେକ୍ରେଟାରୀ ଥିପ୍ପିରି ତିରୁପତି ଓରଫ୍ ‘ଦେବଜୀ’ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ସହ ଆଉ ଜଣେ ବଡ଼ ନେତା ମାଲା ରାଜି ରେଡ୍ଡୀ ଏବଂ ପ୍ରାୟ ୧୬ ଜଣ ସଶସ୍ତ୍ର କ୍ୟାଡର ମଧ୍ୟ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି । ତେଲେଙ୍ଗାନାର ଆସିଫାବାଦ ଜିଲ୍ଲା ଜଙ୍ଗଲରେ ଏହି ବଡ଼ ନେତାମାନେ ପୋଲିସ ନିକଟକୁ ଆସିଥିଲେ ।
