• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁରୀ ବିନୋବାନଗରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

by Voice of Victims
August 14, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ପୁରୀ ବିନୋବାନଗରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ପୁରୀ(ଭିଓଭି),୧୪/୦୮: ‘ହର ଘର ତ୍ରିରଙ୍ଗା’ କେବଳ ଏକ ଶ୍ଲୋଗାନ ନୁହେଁ ବରଂ ଏହା କାଶ୍ମୀରଠୁ କନ୍ୟାକୁମାରୀ ଯାଏ ଅଖଣ୍ଡ ଭାରତ ବର୍ଷକୁ ଦେଶପ୍ରେମର ଗୋଟିଏ ଡୋରୀରେ ବାନ୍ଧି ରଖିବାର ଏକ ଅଭିନଭ ଆନ୍ଦୋଳନ। ଏଥିରେ ଆଜି ସାମିଲ ହୋଇଛନ୍ତି ପୁରୀ ଉପକଣ୍ଠ ‘ବିନୋବା ନଗର’ ଅଂଚଳର ଶତାଧିକ ଆବାଳ ବୃଦ୍ଧବନିତା।

ବିନୋବାନଗରସ୍ଥ ଆଚାର୍ଯ୍ୟ ବିନିବା ଭାବେ ଯୁବକସଂଘର ଯୁବକ ମାନଙ୍କ ଆହ୍ୱାନ କ୍ରମେ, ପ୍ରାତଃକାଳରେ ତାଳବଣିଆ ଗ୍ରୀଡଷ୍ଟେସନ ଛକଠାରେ ବିନୋବା ନଗର ଅଙ୍ଗନବାଡି କେନ୍ଦ୍ର ଏବଂ ଭୂଦାନ ନଗର ପ୍ରକଳ୍ପ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶୀକ୍ଷୟତ୍ରୀ ମାନଙ୍କ ସମେତ ଯୁବକ ସଂଘର ଯୁବକମାନଙ୍କ ସହିତ ବିନୋବାନଗର ଅଂଚଳର ଶତାଧିକ ଆବାଳ ବୃଦ୍ଧବନିତା, ବୁଦ୍ଧିଜିବୀ ଏକତ୍ର ହୋଇ ହାତରେ ଜାତୀୟ ପତାକା ଧରି ଏକ ବିଶାଳ ପଦଯାତ୍ରାରେ ତାଳବଣିଆ ଥାନା ସମ୍ମୁଖରେ ପହଁଚିଥିଲେ। ସେଠାରେ ତାଳବଣିଆ ଥାନା ଅଧିକାରିଣୀ ସତ୍ୟଭାମା ସାହୁଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ଏହି ପଦଯାତ୍ରାରେ ତାଳବଣିଆ ଥାନା ଅଧିକାରୀଣି ଶ୍ରୀମତୀ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଯୋଗ ଦେଇ ଏକ ବିରାଟ ପଟୁଆରରେ ବିନୋବାନଗର ଅଂଚଳ ପରିକ୍ରମା କରିଥିଲେ। ଭାରତ ମାତାକି ଜୟ, ବନ୍ଦେ ମାତରମ୍ ଆଦି ଶ୍ଲୋଗାନରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା।

ଅଂଚଳ ପରିକ୍ରମା ପରେ ଆଚାର୍ଯ୍ୟ ବିନୋବା ଭାବେ ଯୁବକସଂଘ ଠାରେ କୁନି କୁନି ପିଲା ମାନଙ୍କୁ ଥାନା ଅଧିକାରୀଣି ଶ୍ରୀମତୀ ସାହୁ ନିଜ ହାତରେ ଚକୋଲେଟ୍‌, ମିଷ୍ଟାନ୍ନ ପୁଡ଼ିଆ ଆଦି ବଂଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ବିନୋବା ଭାବେ ଯୁବକସଂଘ ତଥା ବିନୋବା ନଗର ସଭାପତି ଗୋପାଳ କୃଷ୍ଣ ପଣ୍ଡା ଏବଂ ସଂପାଦକ ଧୀରେନ କୁମାର ପାଣି ସଂଯୋଜନା କରିଥିବା ବେଳେ, ଅଂଚଳର ଯୁବନେତା ଶ୍ୟାମା ପ୍ରସାଦ ପଟ୍ଟନାୟକ ଏବଂ ଯୁବକସଂଘ ସଂପାଦକ ଜିତେନ୍ଦ୍ର କୁମାର ମହାପାତ୍ର ପରିଚାଳନା କରିଥିଲେ।

ଏଥିରେ ରୁଦ୍ର ନାରାୟଣ ପୃଷ୍ଟି, ରାଜେଶ ଦେଓ, ଅରୁଣ ବେହେରା, ଅଜିତ ଦାସ, ରାଜେଶ ପାତ୍ର, ରିଙ୍କୁ ଦେଓ, ଜିତେନ୍ଦ୍ର ପାଣି, ନିରଞ୍ଜନ ପ୍ରଧାନ, ନିରଞ୍ଜନ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହୋଯୋଗ କରିଥିଲେ। ଭୂଦାନ ନଗର ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କନକଲତା ବେହେରା, ସହ ଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତା ପଲେଇ, ବିନୋବା ନଗର ମହିଳା ସଂଘ ସଭାନେତ୍ରୀ ଶ୍ରୀମତୀ ସତ୍ୟଭାମା ବାରିକ ଏବଂ ଯୁବ ଚିକିତ୍ସକ ତଥା ଗଣମାଧ୍ୟମ ପ୍ରତିନିଧି ଡଃ ରଶ୍ମି ରଞ୍‌ନ ମହାରଥା ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Post Views: 182
Share213Tweet133Send
Voice of Victims

Voice of Victims

Recent Posts

  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !
  • ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୪
  • ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ, ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ
  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In