ବାଲେଶ୍ବର ( ଭିଓଭି ), ୧୪/୮:- ପବିତ୍ର ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ସଦର ବିଜେପିର ଝାଡ଼େଶ୍ବର ଓ ବାଣେଶ୍ଵର ମଣ୍ଡଳ ପକ୍ଷରୁ ସହରରେ ବିଶାଳ ‘ତ୍ରିରଙ୍ଗା ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ତ୍ରିରଙ୍ଗା ଯାତ୍ରା ସହିତ ‘ହର ଘର ତ୍ରିରଙ୍ଗା’ ଅଭିଯାନର ମହତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ବାଧୀନତା ଦିବସକୁ ଅଧିକ ଆକର୍ଷଣୀୟ ଭାବେ ପାଳନ କରିବା ପାଇଁ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଜିଲ୍ଲା ସଭାପତି ଈଶ୍ବର ଚନ୍ଦ୍ର ବେହେରା ନିଜ ବକ୍ତବ୍ୟରେ କହିଥିଲେ ।
ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରୁ ଆରମ୍ଭ ହୋଇ ଏହି ତ୍ରିରଙ୍ଗା ଯାତ୍ରା ଫକୀରମୋହନ ଗୋଲେଇ, ଫାଣ୍ଡି ଛକ ଓ ସିନେମା ଛକ ଦେଇ ମୋତିଗଞ୍ଜ ବଜାରର ରାଧାକୃଷ୍ଣ ହିନ୍ଦୀ ବିଦ୍ୟାଳୟ ନିକଟ ରାଜସ୍ଥାନ ଭବନ ପର୍ଯ୍ୟନ୍ତ ଯାଇଥିଲା। ଶତାଧିକ ରାଷ୍ଟ୍ରପ୍ରେମୀ ୩୦୦ ଫୁଟ୍ର ବିଶାଳ ତ୍ରିରଙ୍ଗା ପତାକା ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ |
ଅନ୍ୟମାନଙ୍କ ମଧ୍ୟରେ ଶିବ ସୁନ୍ଦର ଦାଶ, ନିରୁପମା ଦାଶ, ରୋଜାଲିନ ପାଣି, ନିତ୍ୟଗୋପାଳ ସିଂ, ସସ୍ମିତା ନାଥ, ବରିଷ୍ଠ ନେତା ରବି ନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ବାଇଁ, ଲୋକନାଥ ଭୂୟାଁ, ବିକାଶ ପାଢ଼ୀ, ସୁଷମା ବିଶ୍ବାଳ, ସିପ୍ରାରେଖା ମହାପାତ୍ର, ମମତା ମହାପାତ୍ର, କାର୍ତ୍ତିକ ରାଉତ, କାହ୍ନୁ ମହାଳିକ, ଧୀରଜ ମହାନ୍ତି, ସୁଧାଂଶୁ ଶେଖର ପଣ୍ଡା, ପ୍ରିୟଙ୍କା ପ୍ରଧାନ, ଶ୍ରୀୟା ଦାସ, ପବନ କମିଳା, ବିଶ୍ବଜିତ ଖଟୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
