• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କେବେ ସାଂସଦ ଥିଲେ ପୁଣି କେବେ ୪ ରାଜ୍ୟର ରାଜ୍ୟପାଳ । ହେଲେ ମୃତ୍ୟୁ ପରେ ମିଳିଲାନି ରାଷ୍ଟ୍ରୀୟ ସମ୍ମାନ, ଦୁଃଖ ପ୍ରକାଶ କଲେ ସମର୍ଥକ

by Voice of Victims
August 9, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
କେବେ ସାଂସଦ ଥିଲେ ପୁଣି କେବେ ୪ ରାଜ୍ୟର ରାଜ୍ୟପାଳ । ହେଲେ ମୃତ୍ୟୁ ପରେ ମିଳିଲାନି ରାଷ୍ଟ୍ରୀୟ ସମ୍ମାନ, ଦୁଃଖ ପ୍ରକାଶ କଲେ ସମର୍ଥକ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର, ବିହାର, ଓ ଗୋଆର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କର  ଦେହାନ୍ତ ହୋଇଯାଇଛି । ଅଗଷ୍ଟ ୬ ତାରିଖରେ ଦିଲ୍ଲୀରେ ତାଙ୍କର ଅନ୍ତିମ ସଂସ୍କାର କରାଗଲା । ସେ କିଛି ସମୟ ପାଇଁ ଓଡ଼ିଶାର ଅତିରିକ୍ତ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ଅଗଷ୍ଟ ୫ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା । ସତ୍ୟପାଲ ମଲ୍ଲିକ ବିଶେଷ କରି ବିଜେପିର ଜଣେ ନେତା ମଧ୍ୟ ଥିଲା । ବିଜେପି ଟିକେଟରୁ ସେ କେବେ ସାଂସଦ ଜିତିଥିଲେ । ହେଲେ ତାଙ୍କ ମୃତ୍ୟୁ ପରେ ବିଜେପିର କୌଣସି ନେତା ତାଙ୍କୁ ଶେଷ ଦର୍ଶନ କରିବାକୁ ଆସି ନଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସତ୍ୟପାଲ ମଲ୍ଲିକଙ୍କ ଜଣେ ସମର୍ଥକ ଜାତୀୟ ଗଣମାଧ୍ୟମକୁ କହିଥିଲେ କି, ତାଙ୍କ ଅନ୍ତିମ ସଂସ୍କାରରେ ନା କେହି ବିଜେପି ନେତା ସାମିଲ ହୋଇଥିଲେ ନା ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ମିଳିଥିଲା । କେବଳ ପ୍ରଧାନମନ୍ତ୍ରୀ ତାଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଶୋକ ପ୍ରକାଶ କରିଥିଲେ ।

ସତ୍ୟପାଲ ମଲ୍ଲିକ ୧୯୪୬ ମସିହାରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୪-୭୭ ପର୍ଯ୍ୟନ୍ତ ଜନତା ଦଳ ଟିକେଟରୁ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୦-୮୯ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ୧୯୮୯-୯୧ ସେ ଜନତାଦଳ ଟିକେଟରୁ ଅଲ୍ଲିଗଡ଼ ଲୋକସଭା ଆସନରୁ ସାଂସଦ ଥିଲେ । 

ସତ୍ୟପାଲ ମଲ୍ଲିକ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଥିବା ବେଳେ ପୁଲୱାମା ଆକ୍ରମଣ ହୋଇଥିଲା । ଏହାର କିଛିଦିନ ପରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଥିଲା । କାର୍ଯ୍ୟକାଳ ସରିବା ପରେ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ କି ପୁଲୱାମା ଆକ୍ରମଣ ପରେ ସେ କେନ୍ଦ୍ର ସରକାରଙ୍କୁ ଏକ ହେଲିକପ୍ଟର ମାଗିଥଲେ । ଯେଉଁଥିରେ ଆହତ ସେନା ଯବାନଙ୍କୁ ମେଡିକାଲ ନେବାକୁ ଚାହୁଁଥିଲେ । ହେଲେ ପ୍ରଧାନମନ୍ତ୍ରୀ ତାଙ୍କୁ ସିଧା ସଳଖ ମନା କରିଦେଇଥିଲେ ବୋଲି ଗଣମାଧ୍ୟମରେ କହିଥିଲେ ସତ୍ୟପାଲ ମଲ୍ଲିକ । ଏହାସହ କିରୁ ହାଇଡ୍ରୋପାୱାର ପରିଯୋଜନାରେ ଦୁର୍ନୀତିକୁ ପର୍ଦ୍ଦାଫାସ କରିଥିଲେ । ଏହାକୁ ନେଇ ବିଜେପି ସହ ତାଙ୍କର ସମ୍ପର୍କ ଖରାପ ହୋଇଥିଲା । 

Post Views: 111
Share198Tweet124Send
Voice of Victims

Voice of Victims

Recent Posts

  • ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର
  • ମେ’ ୧ମ/ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ
  • ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ
  • ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ- ୬୩କୁ ୨ ରୁ ୪ ଲେନ୍ କରାଯାଉ, ମୋହନ ମାଝୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି
  • ନାସାର ଐତିହାସିକ ‘ଆର୍ଟେମିସ୍-୨’ ମିଶନ, ୫୦ ବର୍ଷ ପରେ ଜହ୍ନକୁ ଗଲେ ମଣିଷ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In