ଗୋପ :-୨୩: ପୁରୀ ଜିଲ୍ଲା ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଣୀ ଡକ୍ଟର ଯସ୍ମୀନ ଅପ୍ରୋଜ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଏକ ମହା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ପହଞ୍ଚି ଡକ୍ଟର ଯସ୍ମୀନ ଅପ୍ରୋଜ ଉକ୍ତ ଶିବିରକୁ ଫିତା କାଟି ଉଦଘାଟନ କରିବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ଗୋପ ଅଞ୍ଚଳରୁ ବିଭିନ୍ନ ସ୍ଥାନରୁ ଆସିଥିବା ଅଭିଜ୍ଞ ଡାକ୍ତର ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସ୍ୱାସ୍ଥ୍ୟ ସେବାରେ ସାଧାରଣ ବର୍ହି ବିଭାଗ ,ଆୟୁଷ ବିଭାଗ, ନିଦାନ ଏବଂ ନିରାମୟ ରେ ୩୫୯ ଜଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା ।
ଏହି କାର୍ଯ୍ୟ ସେପ୍ଟେମ୍ବର ୧୭ ରୁ ଆରଂମ୍ଭ ହୋଇ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ୮ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨୯ ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚାଲୁଅଛି ବୋଲି ସୂଚନା ଦେଇଥିଲେ । ଏହି ସ୍ୱାସ୍ଥ୍ୟ ସେବା ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
