• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଅଭିଯୋଗ ଶୁଣିଲେ, ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

by Voice of Victims
July 15, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅଭିଯୋଗ ଶୁଣିଲେ, ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକଙ୍କୁ ନ୍ୟାୟ ଦେବାକୁ ଆମ ସରକାର ପ୍ରାଥମିକତା ଦେଉଛନ୍ତି । ମନ୍ତ୍ରୀମାନେ ଅଭିଯୋଗ ଗ୍ରହଣ କଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାଟ ଦେଇ ତାହା ତଳକୁ ଯାଉଛି । ଆମେ ପଛେ ଟିକେ କଷ୍ଟ ପାଉ ସାଧାରଣ ଲୋକଟିଏ ଯେପରି ନିରାଶ ନ ହେଉ, ସେଥିପ୍ରତି ଆମେ ସ୍ୱତନ୍ତ୍ର ଦୃଷ୍ଟି ଦେଉଛୁ । ଆଗକୁ ଏହି ପ୍ରକ୍ରିୟା କେବଳ ଭୁବନେଶ୍ୱରରେ ସିମିତ ନ ରଖି ଆରଡିସି ସ୍ତରରେ ଅଭିଯୋଗ ଶୁଣାଣି ପାଇଁ ବିଚାର କରୁଛୁ । ଏହାଦ୍ୱାରା ଲୋକଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଆହୁରି ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ସାଢ଼େ ୪ ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ । ସମୁଦାୟ ୧୭୪୧ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଲୋକମାନେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ଥିଲେ । ପୂର୍ବରୁ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ଶୁଣୁଥିଲେ ଓ ସମାଧାନ କରୁଥିଲେ । ଲୋକଙ୍କ ସମସ୍ୟାକୁ ମନ ଦେଇ ଶୁଣିବା ଓ ଦୁଃଖ ବୁଝି ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ତାଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ଦେଇଛି ଏବଂ ତାଙ୍କ ସରକାର ଲୋକଙ୍କ ସରକାର ଭାବେ ସୁନାମ ଅର୍ଜନ କରିପାରିଛି । ଶୁଣାଣୀ ପାଇଁ ଆସିଥିବା ବିଭିନ୍ନ ଅଭିଯୋଗକାରୀଙ୍କ ମଧ୍ୟରୁ ଜଣେ ଥିଲେ ଭୁବନେଶ୍ୱରର ଭିନ୍ନକ୍ଷମ ବ୍ୟକ୍ତି ରୋହିତ ପ୍ରଧାନ । ତାଙ୍କର ଜୀବିକା ପାଇଁ ଗୋଟିଏ ଇ-ରିକ୍ସା ଓ ରହିବା ପାଇଁ ଘରର ଆବଶ୍ୟକତା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଖୁବ୍ ଶୀଘ୍ର ଏକ ଇ-ରିକ୍ସା ଯୋଗାଇଦିଆଯିବ ବୋଲି ଜଣାଇ ଦିଆଯାଇଥିଲା । ଘର ସମ୍ପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା । ପାରାଦୀପର ନିରୁପମା ନାୟକ ନାମକ ଜଣେ ମହିଳା ତାଙ୍କର ଦୁଇ ଭିନ୍ନକ୍ଷମ ପିଲାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣେଇବାକୁ ଆସିଥିଲେ । ତାଙ୍କର ଘର ନାହିଁ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିଥିଲେ ଏବଂ ତତ୍‌କ୍ଷଣାତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବଙ୍କୁ ଡାକି ତାଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଉକ୍ତ ମହିଳାଙ୍କୁ କହିଥିଲେ ଯେ ଏବେ ତୁମେ ଭତ୍ତା ପାଉଛ, ଆଗକୁ ଘର ମଧ୍ୟ ତୁମକୁ ମିଳିବ । ଧୀରେ ଧୀରେ ସବୁ ସମସ୍ୟାର ସମାଧାନ ହେବ, ଧୈର୍ଯ୍ୟ ରଖ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଥିଲେ । ଅଭିଯୋଗ ଶୁଣାଣି ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ଅନ୍ୟ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅଭିଯୋଗ ଶୁଣାଣି ପୋର୍ଟାଲକୁ ଅପ୍‌ଡେଟ୍ କରି ରଖିବା ଓ ଦୈନିକ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ କହିଥିଲେ । ବିଶେଷ କରି ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସୁଦୃଢ଼ ଓ ଦକ୍ଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ପ୍ରଶାସନ ଦ୍ୱାରା ଲୋକଙ୍କ ଅଭିଯୋଗ ଠିକ୍ ଭାବରେ ଶୁଣାଗଲେ ଲୋକମାନଙ୍କୁ ଆଉ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ । ସେହିପରି ଯେଉଁ ଅଭିଯୋଗ ଗୁଡ଼ିକ ଶୀଘ୍ର ଫଇସଲା ହେବା ସମ୍ଭବ, ସେଗୁଡ଼ିକୁ ଉପରେ ତୁରନ୍ତ ନିଷ୍ପତ୍ତି କରି ଲୋକଙ୍କୁ ନ୍ୟାୟ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସରକାରୀ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ଆସୁଥିବାରୁ ଏହା ଆଚରଣ ବିଧିର ଉଲ୍ଲଘଂନ କରୁଛି । ତେଣୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନ ଆସି, ସଂପୃକ୍ତ ବିଭାଗର କର୍ତ୍ତୃପକ୍ଷମାନଙ୍କୁ ଅଭିଯୋଗ ଜଣାଇବାକୁ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଜୁଲାଇ ୧ରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ମୁଁ ଏବଂ ଆମ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଏଠାରେ ଉପସ୍ଥିତ ରହି ଲୋକଙ୍କ କଥାକୁ ଗୁରୁତ୍ୱ ଦେଇ ଶୁଣି ସେ ସଂପର୍କରେ ଆଲୋଚନା କରି ତୁରନ୍ତ ସଂପୃକ୍ତ ବିଭାଗକୁ ଜଣାଇ ଏହାର ସମାଧାନ ପାଇଁ ପଦକ୍ଷେପ ନେଉଛୁ । ଏହା ଦ୍ୱାରା ଲୋକମାନଙ୍କୁ ତୁରନ୍ତ ନ୍ୟାୟ ଦେବା ସମ୍ଭବ ହେଉଛି । ଏଠାରେ ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ । ମନ୍ତ୍ରୀମାନେ ଅଭିଯୋଗ ଗ୍ରହଣ କଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାଟ ଦେଇ ତାହା ତଳକୁ ଯାଉଛି । ଏହା ଦ୍ୱାରା ଲୋକଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଆହୁରି ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଉକ୍ତ ଶୁଣାଣୀ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମନ୍ତ୍ରୀ ରବି ନାରାୟଣ ନାୟକ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Post Views: 81
Tags: Hearing the complaint
Share199Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In