• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପାକିସ୍ତାନରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନରେ ଏଯାଏଁ ୨୪ ମୃତ

by Voice of Victims
August 15, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପାକିସ୍ତାନରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନରେ ଏଯାଏଁ ୨୪ ମୃତ

ପାକିସ୍ତାନ : ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ଗତ ଦୁଇଦିନ ହେଲାଣି ଲଗାତାର ବର୍ଷା ହେବା କାରଣରୁ ବନ୍ୟା ଏବଂ ଭୂସ୍ଖଳନ ଘଟଣାରେ ଅତିକମରେ ୨୪ ଜଣଙ୍କର ମ୍ତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଅନେକ ରାସ୍ତା ଭାଙ୍ଗିଥିବା ବେଳେ ନଦୀର ଜଳସ୍ତର ବଢୁଛି ।

ଖୈବର ପଖତୁନଖ୍ବା ଠାରୁ ଆରମ୍ଭ କରି ଲିଓର ଦୀର, ବାଜୋର ଏବଂ ଏବଟାବାଦ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷତି ହୋଇଛି । ଲିଓରଦୀରରେ ଏକ ଘରର ଛାତ ପଡିବା ଯୋଗୁଁ ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଗୁରୁତର ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ବାଜୋର ଜିଲ୍ଲାରେ ବାଦଲଫଟା ବର୍ଷା ପରେ ବନ୍ୟା ଆସିବାରୁ ୯ ଜଣଙ୍କର ମ୍ତ୍ୟୁ ହୋଇଛି । ଘଟଣାରେ ୧୭ରୁ ଅଧିକ ନିଖୋଜ ରହିଛନ୍ତି । ବନ୍ୟା ପାଣି ବଢିବାରୁ ଅନେକ ଗାଁ ସହିତ ସଂପର୍କ ଛିନ୍ନ ହୋଇଛି ।

ସେହିପରି ଗିଲଗିତ-ବାଲିସ୍ତାନର ଗିଜର ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୮ ଜଣଙ୍କ ଜୀବନ ଚାଲିଯାଇଛି । ୨ ଜଣ ନିଖୋଜ ରହିଛନ୍ତି । ଘଟଣାରେ ଅନେକ ଘର, ସ୍କୁଲ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ନଷଟ ହୋଇଛି । ୬୦୦ରୁ ଅଧିକ ପର୍ଯ୍ୟଟକ ରତି ଗଲି ହ୍ରଦ ପାଖରେ ଫସିଛନ୍ତି । ଏଠାରେ ଅନେକ ପୋଲ ଭାସିଯାଇଥିବା ବେଳେ ରାସ୍ତା ଭାଙ୍ଗିଯାଇଛି । ସରକାର ସମସ୍ତ ଜିଲ୍ଲାକୁ ହାଇଆଲର୍ଟରେ ରଖିଛନ୍ତି । ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଲୋକମାନଙ୍କୁ ଅନାବଶ୍ୟକ ଯାତ୍ରାରୁ ବଞ୍ଚିବାକୁ କୁହାଯାଇଛି । ସେନା ପକ୍ଷରୁ ହେଲିକପ୍ଟରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Post Views: 83
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In