ଭଦ୍ରକ: ଲଗାଣ ବର୍ଷା ପାଇଁ ସ୍କୁଲ ଛୁଟି । ଭଦ୍ରକରେ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ୩ଟି ବ୍ଲକରେ ଦିନକ ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ତିହିଡ଼ି, ଧାମନଗର ଓ ବାସୁଦେବପୁର ବ୍ଲକରେ ସ୍କୁଲ ଛୁଟି କରାଯାଇଛି ।
ଅନ୍ୟପଟେ ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳର ବାୟୁ ମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଯାହାର ଉତ୍ତର ଆଭ୍ୟନ୍ତରଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।
