• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ସାରା ଦେଶରେ ହାଇ-ଆଲର୍ଟ, ଆତଙ୍କୀ ଆକ୍ରମଣ ଆଶଙ୍କା

by Voice of Victims
January 17, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ସାଧାରଣତନ୍ତ୍ର ଦିବସ ପୂର୍ବରୁ ସାରା ଦେଶରେ ହାଇ-ଆଲର୍ଟ, ଆତଙ୍କୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି । ସାଧାରଣତନ୍ତ୍ର ଦିବସରେ ଖଲିସ୍ତାନୀ ଏବଂ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀ ବଡ଼ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ଆଧାରରେ ଆଲର୍ଟ ଜାରି ହୋଇଛି । ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହର ଉପରେ ରହିଛି ଆତଙ୍କୀ ସଂଗଠନର ନଜର । ଏଥର ଗ୍ୟାଙ୍ଗଷ୍ଟରଙ୍କୁ ମୋହରା କରି ହିଂସାକାଣ୍ଡ ଭିଆଇବାକୁ ଯୋଜନା କରିଛନ୍ତି ଆତଙ୍କୀ ସଂଗଠନ । ଏଭଳି କିଛି ସୂଚନା ପାଇ ସଜାଗ ହୋଇଛି ଗୁଇନ୍ଦା ବିଭାଗ ।

ସୂଚନା ଅନୁସାରେ, ଖଲିସ୍ତାନୀ ଆତଙ୍କୀ ସଂଗଠନ ଓ ବାଂଲାଦେଶ ଭିତ୍ତିକ ଆତଙ୍କୀ ଗୋଷ୍ଠୀମାନେ ମିଳିତ ଭାବେ ଦେଶର ରାଜଧାନୀ ଦିଲ୍ଲୀ ସମେତ ଏକାଧିକ ପ୍ରମୁଖ ସହରକୁ ଟାର୍ଗେଟ୍ କରିବାକୁ ଯୋଜନା କରୁଛନ୍ତି । ତେବେ ଚିନ୍ତାର ବିଷୟ ଯେ, ବିଦେଶରୁ ପରିଚାଳିତ ଆତଙ୍କୀ ସଂଗଠନ ଏବେ ଭାରତ ଗ୍ୟାଙ୍ଗଷ୍ଟରଙ୍କୁ ଅସ୍ତ୍ର କରିଛନ୍ତି । ଅପରାଧୀ ଗୋଷ୍ଠୀଗୁଡ଼ିକର ନେଟୱର୍କକୁ ବ୍ୟବହାର କରି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିଗାଡ଼ିବା ଏବଂ ଅରାଜକତା ସୃଷ୍ଟି କରିବା ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର ରଚାଯାଇଛି ।

ସେହିପରି ପଞ୍ଜାବର ଗ୍ୟାଙ୍ଗଷ୍ଟର ଓ ଖଲିସ୍ତାନୀ ହ୍ୟାଣ୍ଡଲରଙ୍କ ମଧ୍ୟରେ ବଢୁଥିବା ସଂପର୍କ ବି ଚିନ୍ତାର କାରଣ ପାଲଟିଛି । ଖଲିସ୍ତାନୀ ଆତଙ୍କୀଙ୍କ ସହ ସମ୍ପର୍କ ରଖିଥିବା ଗ୍ୟାଙ୍ଗଷ୍ଟରମାନେ ମୁଖ୍ୟତଃ ହରିୟାଣା, ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ଅଧିକ ସକ୍ରିୟ ରହିଛନ୍ତି । ଯାହାଙ୍କୁ ନିୟନ୍ତ୍ରଣ କରିବା ସୁରକ୍ଷା ଏଜେନ୍ସୀମାନଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଛି । ଏଣୁ ଗୁଇନ୍ଦା ସୂଚନା ପରେ ବିଶେଷକରି ଦିଲ୍ଲୀର ସୀମା, ବିମାନବନ୍ଦର, ରେଳ ଷ୍ଟେସନ ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତି ଓ ଗତିବିଧି ଉପରେ କଡ଼ା ନଜର ରଖିବାକୁ ସମସ୍ତ ରାଜ୍ୟର ପୋଲିସ ବାହିନୀକୁ ପରାମର୍ଶ ଦିଆଯାଇଛି । ଗୁପ୍ତଚର ବିଭାଗ ଓ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ପ୍ରୟାସ ଜାରି ରହିଛି ।

Post Views: 22
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In