ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ଏବଂ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଷ୍ଟେଟ ଏମରଜେନ୍ସୀ ଅପରେସନ ସେଣ୍ଟର ମୁତାବକ, ହିମାଚଳରେ ତୁଷାରପାତ ଯୋଗୁଁ ରାସ୍ତା, ବିଜୁଳି ଏବଂ ପାଣି ସମସ୍ୟା ଦେଖାଦେଇଛି । ଲଗାତାର ତୁଷାରବପାତ ଏବଂ ବର୍ଷା ଯୋଗୁଁ ଭୂସ୍ଖଳନ ଘଟଣା ଦେଖିବକୁ ମିଳିଛି । ଏଥିପାଇଁ ୪ଟି ନ୍ୟାସନାଲ ହାଇୱେ ସହିତ ୮୮୫ ରାସ୍ତା ବନ୍ଦ ପଡିଛି । ଅନେକ ବିଦ୍ୟୁତ ଟ୍ରାନ୍ସଫରମର ଠପ୍ ହୋଇଥିବା ୧୨୧ ଜଣ ଯୋଜନା ପ୍ରଭାବିତ ହୋଇଛି ।
ଶିମଲା, କୁଲ୍ଲୁ, ଲାହୋଲ-ସ୍ପିତି, ମଣ୍ଡି, କିନ୍ନୋର ଏବଂ ଚମ୍ବା ଜିଲ୍ଲାର ସ୍ଥିତି ବହୁତ ଖରାପ ରହିଛି । ଶିମଲାରେ ୧୭୬ ରାସ୍ତା, ୧୦୮୨ ଟ୍ରାନ୍ସଫରମର, ୯୧ ପାନୀୟ ଜଳ ଯୋଜନା ପ୍ରଭାବିତ ହୋଇଛି । କୁଲ୍ଲୁରେ ହାଇ ଟେନସନ ଲାଇନ ଭାଙ୍ଗିବା ଯୋଗୁଁ ବିଦ୍ୟୁତ ସଙ୍କଟ ଦେଖାଦେଇଛି । ଚମ୍ବା, ସ୍ପିତି ସବୁ ଜିଲ୍ଲାର ସ୍ଥିତି ସମାନ ରହିଛି ।
ରାଜ୍ୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ରାସ୍ତାରୁ ବରଫ ହଟାଇବା ମେସିନ, ରାସ୍ତା ମରାମତି କରୁଥିବା ଟିମ୍ ଏବଂ ବିଦ୍ୟୁତ ବିଭାଗ ୨୪ ଘଣ୍ଟା କାମ କରୁଛି । ସରକାର ପର୍ଯ୍ୟଟକ ଏବଂ ସ୍ଥାନୀୟ ନିବାସୀଙ୍କୁ ଯାତ୍ରା କରିବାକୁ ମନା କରାଯାଇଛି । ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରି ପାଳନ କରିବାକୁ କୁହାଯାଇଛି ।
