• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଏଚ୍‌ଏଲସିଏ ବୈଠକରେ ଅନୁମୋଦନ, ପାଞ୍ଚ ଶିଳ୍ପ ପାଇଁ ୪୪,୭୯୩.୦୩ କୋଟି ବିନିଯୋଗ

by Voice of Victims
January 6, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଏଚ୍‌ଏଲସିଏ ବୈଠକରେ ଅନୁମୋଦନ, ପାଞ୍ଚ ଶିଳ୍ପ ପାଇଁ ୪୪,୭୯୩.୦୩ କୋଟି ବିନିଯୋଗ

ଭୁବନେଶ୍ୱର: ପାଞ୍ଚଟି ଶିଳ୍ପ ପ୍ରକଳ୍ପ ପାଇଁ ୪୪,୭୯୩.୦୩ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ନିମନ୍ତେ ଉଚ୍ଚ କ୍ଷମତସମ୍ପନ୍ନ କ୍ଲିୟରାନ୍ସ ଅଥରିଟି (ଏଚ୍‌ଏଲସିଏ) ଅନୁମୋଦନ ଦେଇଛି। ସେଇ ପ୍ରକଳ୍ପଗୁଡ଼ିକ ହେଉଛି ରିଫାଇନାରୀ ଓ ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି ଉପକରଣ, ବାୟୋଟେକ୍ନୋଲୋଜି, ଇସ୍ପାତ ଓ ରାସାୟନିକ ପଦାର୍ଥ ଶିଳ୍ପ। ଏଥିଯୋଗୁଁ ୨୩,୦୦୫ ରୁ ଅଧିକ ବ୍ୟକ୍ତି ନିଯୁକ୍ତି ସୁଯୋଗ ପାଇବେ। ଓଡ଼ିଶାର ଶିଳ୍ପ ସହ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଏହି କାରଣରୁ ଓଡ଼ିଶା ଏବେ ଭାରତରେ ଏକ ପ୍ରମୁଖ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳ ହୋଇଛି। ଓଡ଼ିଶା ବି ନିଜର ସ୍ଥିତିକୁ ସୃଦୃଢ଼ କରିବାରେ ସମର୍ଥ ହୋଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ୩୮ତମ ଉଚ୍ଚ କ୍ଷମତସମ୍ପନ୍ନ କ୍ଲିୟରାନ୍ସ ଅଥରିଟି (ଏଚ୍‌ଏଲସିଏ) ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ‘ଉତ୍କର୍ଷ ଓଡ଼ିଶା ୨୦୨୫ ପୂର୍ବରୁ ପାଞ୍ଚ ବୃହତ୍ତ ପ୍ରକଳ୍ପଗୁଡ଼ିକର ଅନୁମୋଦନ ଆମ ରାଜ୍ୟର ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ବଡ଼ ସଙ୍କେତ। ଏହି ବିନିଯୋଗ ଯୋଗୁଁ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ। ଓଡ଼ିଶାର ଲୋକେ ସିଧାସଳଖ ଉପକୃତ ହେବେ। ଓଡ଼ିଶାର ଲୋକମାନଙ୍କ ଜୀବନରମାନ ବୃଦ୍ଧି ସହ ରାଜ୍ୟର ପ୍ରଗତି ସମ୍ଭବ ହେବ।’ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଯାଜପୁର, ଢ଼େଙ୍କାନାଳ ଓ କଟକ ଜିଲ୍ଲାରେ ସ୍ଥାପନ ହେବ। ଏହାଦ୍ୱାରା ରାଜ୍ୟର ଶିଳ୍ପ ଭିତ୍ତିଭୂମିକୁ ମଜବୁତ୍ କରିବାରେ ସାହାଯ୍ୟ କରିବ। ଆର୍ଥିକ ଦିଗ ଉପରେ ବି ସକରାତ୍ମକ ପ୍ରଭାବ ପକାଇବ। ଦିଲ୍ଲୀ, ମୁମ୍ବାଇ ଓ ସିଙ୍ଗାପୁର ଭଳି ସହରରେ ରାଜ୍ୟ ଦ୍ୱାରା ଆୟୋଜିତ ରୋଡ୍ ସୋ’ର ସଫଳତା ମିଳିଛି। ନିବେଶକଙ୍କ ଆଗ୍ରହ ସୃଷ୍ଟି କରିଛି। ଯାଜପୁରରେ ୮,୭୪୩ କୋଟି ବିନିଯୋଗରେ ଅଶୋଧିତ ତୈଳ ସଂରକ୍ଷଣ ସୁବିଧା ସ୍ଥାପନ ହେବ। ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ଲିମିଟେଡ୍ ଦ୍ୱାରା ହେଉଥିବା ଏହି ପ୍ରକଳ୍ପ ଦ୍ୱାରା ୫,୧୩୦ ନିଯୁକ୍ତି ସୃଷ୍ଟି କରିବ। ଇନୋକ୍ସ ସୋଲାର ଲିମିଟେଡ୍ ଢେଙ୍କାନାଳରେ ୪ହଜାର କୋଟି ବିନିଯୋଗ କରିବ। ଏହାଦ୍ୱାରା ୩,୪୦୦ ବ୍ୟକ୍ତି ନିଯୁକ୍ତି ସୁଯୋଗ ପାଇବେ। ବାଓଟେକ୍ନୋଲୋଜି ଉପରେ ଏସିଏମ୍‌ଇ କ୍ଲିଣ୍ଟେକ୍ ସଲ୍ୟୁସନ୍ସ ପ୍ରା ଲିଃ ୪୦୫୦ କୋଟି ବିନିଯୋଗ କରିବେ। ଏଥିଯୋଗୁଁ ୩୪୭୫ ବ୍ୟକ୍ତି କର୍ମ ସଂସ୍ଥାନ ପାଇବେ। ଟାଟା ଷ୍ଟିଲ୍ ଲିମିଟେଡ୍ ଯାଜପୁରରେ ୨୬,୧୭୫ କୋଟି ଟଙ୍କା ବିନଯୋଗରେ କୋଲ୍ଡ ରୋଲ୍ ଓ ଆବୃତ ଇସ୍ପାତ ଉତ୍ପାଦ କରିବ। ଏହି ପ୍ରକଳ୍ପ ଯୋଗୁଁ ୮ ହଜାର ବ୍ୟକ୍ତି ନିଯୁକ୍ତି ସୁଯୋଗ ପାଇବେ। ସେହିପରି ହିମାଡ୍ରି ଗ୍ରୀନ୍ ଟେକ୍ନୋଲୋଜି ଇନୋଭେସନ୍ କଟକରେ ୧,୮୨୫ କୋଟି ଟଙ୍କା ବିନିଯୋଗ କରିବ। ଏହା ଦ୍ୱାରା ୩୦୦୦ ବ୍ୟକ୍ତି ନିଯୁକ୍ତ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Post Views: 48
Tags: HLCA meeting approves Rs 44
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In