ଭୁବନେଶ୍ବର: ଆଜି ବି ଚାଲିପାରିଲାନି ଗୃହ, ୪ଟା ଯାଏଁ ମୁଲତବୀ ଘୋଷଣା । ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ୧୦ ମିନିଟ୍ ବି ଚାଲିଲାନି ଗୃହ କାର୍ଯ୍ୟ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ , ଗୃହକୁ ଅପରାହ୍ମ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗରେ ପ୍ରବଳ ହୋହାଲ୍ଲା କରିଛନ୍ତି ।

ଅନାସ୍ଥା ପ୍ରସ୍ତାବ ନଆସିବା ନେଇ କଂଗ୍ରେସ ପ୍ରତିବାଦ କରିଛି । ନିଜ ନିଜ ସିଟରେ ରହି ହୋହ୍ଲାଲା କରିଛନ୍ତି କଂଗ୍ରେସ ବିଧାୟକ । ସେପଟେ ପଂଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ପ୍ରସଙ୍ଗ ଉଠାଇ, ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ବିଜେଡି ସଦସ୍ୟ ।

