• About Us
  • Contact Us
Wednesday, March 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଚୀନ ଭାରତର ୨୦୦୦ କିମି ଜମି ହଡ଼ପ କରିଛି ବୋଲି ଆପଣ କେମିତି ଜାଣିଲେ ? ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

by Voice of Victims
August 4, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଚୀନ ଭାରତର ୨୦୦୦ କିମି ଜମି ହଡ଼ପ କରିଛି ବୋଲି ଆପଣ କେମିତି ଜାଣିଲେ ? ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଭାରତର ୨ ହଜାର କିଲୋମିଟର ଅଞ୍ଚଳ ଚୀନ ମାଡ଼ି ବସିଥିବା ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧି । ଏହାକୁ ନେଇ ରାହୁଲଙ୍କ ବିରୋଧରେ ଏକ ଅପରାଧିକ ମାନହାନୀ ମକଦ୍ଦମା ଦାୟର ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରିଥିଲେ ରାହୁଲ । ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ରାହୁଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଖଣ୍ଡପୀଠ । ଜଷ୍ଟିସ ଦୀପାଙ୍କର ଦତ୍ତା ଏବଂ ଜଷ୍ଟିସ ଅଙ୍ଗଷ୍ଟିନ ଜର୍ଜ ମସୀହଙ୍କ ବେଂଚ କହିଥିଲେ, ଚୀନ ୨ ହଜାର କିଲୋମିଟର ମାଡ଼ି ବସିଥିବା ରାହୁଲ କେମିତି ଜାଣିଲେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏ ନେଇ କିଛି ବିଶ୍ବସନୀୟ ପ୍ରମାଣ ଅଛି କି ? ଜଣେ ଭାରତୀୟ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ । ଯଦି ଆପଣ ସଚ୍ଚୋଟ ଭାରତୀୟ, ତେବେ ଆପଣ କେମିତି ଏଭଳି କଥା କହିପାରୁଛନ୍ତି ।

ଖଣ୍ଡପୀଠ କହିଥିଲେ, ଆପଣ ବିରୋଧୀ ଦଳ ନେତା । ଏକଥା କାହିଁକି ସଂସଦରେ ଉଠାଇ ପାରିବେନି । ରାହୁଲ ଗାନ୍ଧିଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ପ୍ରଥମେ ଯୁକ୍ତି ଦେଇଥିଲେ ଯେ, ଯଦି ଜଣେ ବିରୋଧୀ ନେତା ପ୍ରସଙ୍ଗ ଉଠାଇ ପାରିବେ ନାହିଁ, ତେବେ ଏହା ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ହେବ । ଯଦି ସେ ପ୍ରେସରେ ପ୍ରକାଶିତ ଏହି କଥା କହିପାରିବେ ନାହିଁ, ତେବେ ସେ ବିରୋଧୀ ଦଳ ନେତା ହୋଇପାରିବେ ନାହିଁ ।

ଏହା ଉପରେ ଜଷ୍ଟିସ୍ ଦତ୍ତା ପଚାରିଲେ, ‘ଆପଣ ସଂସଦରେ ଯାହା କହିବାକୁ ଚାହୁଁଛନ୍ତି ତାହା କାହିଁକି କହୁନାହାଁନ୍ତି ? ସୋସିଆଲ ମିଡିଆ ପୋଷ୍ଟରେ ଆପଣଙ୍କୁ ଏହା କାହିଁକି କହିବାକୁ ପଡିବ ?’

୨୦୨୩ରେ ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ କହିଥିଲେ, ଭାରତର ୨ହଜାର ବର୍ଗ କିଲୋମିଟର ଅଞ୍ଚଳ ମାଡ଼ି ବସିଛି ଚୀନ । ତାଙ୍କୁ ଏକଥା ଜଣେ ପୂର୍ବତନ ଆର୍ମୀ ଅଫିସର କହିଥିବା ରାହୁଲ ଦାବି କରିଥିଲେ । ତାଙ୍କ ବିବୃତ୍ତି ରାଜନୈତିକ ହଇଚଇ ସୃଷ୍ଟି କରିଥିଲା ଏବଂ ତାଙ୍କ ବିରୁଦ୍ଧରେ ମାନହାନି ମାମଲା ଦାୟର ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ରାହୁଲ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ ।

Post Views: 113
Share199Tweet124Send
Voice of Victims

Voice of Victims

Recent Posts

  • ଇରାନର ବଡ଼ ଦାବି, ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼
  • ଧ୍ୱଂସ ହେବ ଇରାନର ନୌସେନା ଏବଂ ମିସାଇଲ୍ : ମାର୍କୋ ରୁବିଓ
  • ଧ୍ୱଂସ ହେଲା ଇରାନର ସରକାରୀ ଟିଭି କେନ୍ଦ୍ର, ଟିଭି ଚ୍ୟାନେଲ ମୁଖ୍ୟାଳୟ ଉପରେ ଇସ୍ରାଏଲର ବଡ଼ ଧରଣର ଆକ୍ରମଣ
  • ମାର୍ଚ୍ଚ ୨୫ରୁ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ! ବୈଠକରେ ନିଷ୍ପତ୍ତି
  • ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ, ରାତିରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରିବେ ଭକ୍ତ ଶ୍ରଦ୍ଧାଳୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In