• About Us
  • Contact Us
Sunday, March 22, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ମୋଦୀଙ୍କୁ ମାଗିଲେ ତିନିଟି ଉପହାର

by Voice of Victims
May 20, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ମୋଦୀଙ୍କୁ ମାଗିଲେ ତିନିଟି ଉପହାର

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର, ମାହାଙ୍ଗା, ଆଳି, ରାଜନଗର, ମହାକାଳପଡା ଓ ପାଟକୁରାରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ରେକର୍ଡ ମାର୍ଜିନରେ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି। ପ୍ରତ୍ୟେକ ସଭାରେ ସେ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରି, ବିଶେଷ କରି ବିଜେପି ଦଳର ମୁଖା ଖୋଲିଛନ୍ତି। ସେ କହିଲେ ଯେ ବିଜେପି କହୁଛି ମା ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ଦେବ। ଏଥିପାଇଁ କେବଳ ଓଡିଶାର ମା ମାନଙ୍କ ପାଇଁ ଦରକାର ୧ ଲକ୍ଷ କୋଟି । ସାରା ଭାରତ ପାଇଁ ୩୦ ଲକ୍ଷ କୋଟି। ଭାରତର ବଜେଟ ୨୦ ଲକ୍ଷ କୋଟି ଟଙ୍କା। ତେଣୁ ଏ ପ୍ରତିଶୃତି କେବଳ ମିଛ, ସମ୍ପୂର୍ଣ୍ଣ ମିଛ। ପୂର୍ବରୁ କହିଥିଲେ ୧୫ ଲକ୍ଷ ଟଙ୍କା ଦେବ ମିଳିଲା କି? ଏବେ ପ୍ରଧାନମନ୍ତ୍ରୀ ତାଙ୍କ ନିର୍ବାଚନୀ ସଭାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କରିଥିବା ୩ଟି ପ୍ରଶ୍ନ ଉପରେ ବିନମ୍ରତାର ସହ ଉତ୍ତର ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ପ୍ରଥମ କଥା ଥିଲା ଚାଷୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି। ସେ କହିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ କହୁଛନ୍ତି ଚାଷୀଭାଇମାନେ MSP 2300 ଟଙ୍କା ପାଉଛନ୍ତି । କିନ୍ତୁ ସେମାନେ ୩୧୦୦ ଟଙ୍କା ପାଇବା କଥା । MSP ଦାୟିତ୍ୱ କେନ୍ଦ୍ର ସରକାରଙ୍କର। ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହେଁ। ପ୍ରଧାନମନ୍ତ୍ରୀ ଚାହିଁ ଥିଲେ ଗୋଟିଏ ମିନିଟ୍‌ରେ ଦେଇ ପାରିଥାନ୍ତେ। ଆମ ମୁଖ୍ୟମନ୍ତ୍ରୀ MSP ବଢାଇବା ପାଇଁ ସବୁବେଳେ ଦାବୀ କରି ଆସିଛନ୍ତି । କିନ୍ତୁ କେନ୍ଦ୍ର କେବେ ଶୁଣି ନାହିଁ। ସେ ପୁଣି କହିଲେ ଯେ ଦ୍ୱିତୀୟ ପ୍ରଶ୍ନ ଥିଲା ଯେ ବିଜେଡି ସରକାର ଧୀମା କାମ କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ବିନମ୍ରତାର ସହିତ କହିବି ଥରେ କଟକରୁ ସମ୍ବଲପୁର ଗାଡିରେ ଯାଆନ୍ତୁ। ତାଙ୍କ ସରକାରଙ୍କ କାର୍ଯ୍ୟ ଦକ୍ଷତାର ନମୁନା ପାଇଯିବେ। ୧୦ ବର୍ଷ ହୋଇଗଲାଣି କାମ ସରୁନାହିଁ। ଏଇଟା କଣ ଡବଲ ଇଂଜିନର speed? ତୃତୀୟ ପ୍ରସଙ୍ଗ ହେଉଛି ଯେ ନବୀନ ପଟ୍ଟନାୟକ ସରକାର ସ୍ୱଚ୍ଛ ନୁହେଁ । ଏହା ହାସ୍ୟାସ୍ପଦ କଥା। ସାରା ପୃଥିବୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ବିଷୟ ଜାଣିଛି। ମୁଖ୍ୟମନ୍ତ୍ରୀଙ୍କର ସ୍ୱଚ୍ଛତାର ପରିଚୟ- ଓଡିଶାରେ କୋଇଲା ରାଜସ୍ୱ ୧୦ ଗୁଣ ବୃଦ୍ଧି ହୋଇଛି। ୫ ହଜାରରୁ ୫୦ ହଜାର କୋଟି ଟଙ୍କାକୁ ବଢିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନିଜେ ଉଭୟ ରାଜ୍ୟସଭା ଓ ଲୋକସଭାରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି କହିଥିଲେ ଯେ ଯଦି ଜଣେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ସହ କାମ କରନ୍ତି, ସେ ରାଜ୍ୟ ଉପରକୁ ଉଠିବ। ଆଜି କେବଳ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଏ କଥା କହୁଛନ୍ତି। ଏହା ପରେ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେଲେ ଓଡିଶାବାସୀ ଖୁସି ହେବେ। କେନ୍ଦ୍ରାପଡାର ସଭାଗୁଡିକରେ ବିଶାଳ ଜନସମୁଦ୍ର ଦେଖିବାକୁ ମିଳିଥିଲା। ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଥିଲା। ଯେତେ ସବୁ ବିକାଶ ଓ କଲ୍ୟାଣ କାମ ବିଷୟରେ ଶ୍ରୀ ପାଣ୍ଡିଆନ ପଚାରିଲେ- BSKY, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‌, 5T ସ୍କୁଲ, ମଧୁବାବୁ ପେନସନ- କିଏ କରିଛି? ସବୁ ପ୍ରଶ୍ନର ଗୋଟିଏ ଉତ୍ତର ଥିଲା ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରି ସେ କହିଲେ ଯେ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାରର ସଦସ୍ୟ ବୋଲି ଭାବନ୍ତି। ରାଜନୀତି କି କ୍ଷମତା ପାଇଁ ସେ ଆସି ନାହାନ୍ତି। ସେ ଆସିଛନ୍ତି ସେବା କରିବା ପାଇଁ। ମୁଖ୍ୟମନ୍ତ୍ରୀ କଥାରେ ନୁହେଁ , କାମରେ ବିଶ୍ୱାସ କରନ୍ତି। ସେ ପୁଣି କହିଲେ ଯେ ସାରା ଓଡିଶା ଗୋଟିଏ ସ୍ୱରରେ କହୁଛି ଯେ ଜୁନ୍‌ ୯ରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଛାଡ କରିବେ। ଦ୍ୱିତୀୟ ଦସ୍ତଖତରେ BSKY କାର୍ଡରେ ସମସ୍ତେ ସାମିଲ ହେବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା ମାନଙ୍କୁ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ ଦେବେ । ନବୀନ ପଟ୍ଟନାୟକଙ୍କ ଶପଥ ଉତ୍ସବକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଆସିବା ପାଇଁ ସେ ନିମନ୍ତ୍ରଣ କରି କହିଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଓଡିଶାବାସୀଙ୍କ ପାଇଁ ୩ଟି ଉପହାର ଆଶା କରୁଛନ୍ତି। ପ୍ରଥମରେ ଧାନର MSP ୩୧୦୦ ଟଙ୍କା କରାଯାଉ। ଦ୍ୱିତୀୟରେ କୋଇଲା ରୟାଲଟି ବୃଦ୍ଧି କରାଯାଉ। ତୃତୀୟରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଉପହାର ମିଳିବ ବୋଲି ସେ କହିଥିଲେ। ବିଭିନ୍ନ ସଭାରେ କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀଙ୍କୁ ତୀବ୍ର ସମାଲୋଚନା କରି ସେ କହିଲେ ଯେ ତାଙ୍କୁ ଯୋଉ ହାତ ଖାଇବାକୁ ଦେଉଛି, ସେ ହାତକୁ ସେ କାମୁଡୁଛନ୍ତି। ସେ ଓ ତାଙ୍କ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣ ଜାଣିଛନ୍ତି କୁମ୍ଭୀର କିଏ !ଏ ଅଞ୍ଚଳରେ ଧଳା କଳା ସବୁ ପ୍ରକାର କୁମ୍ଭୀର ଅଛନ୍ତି। କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ସେ ୧୦ ବର୍ଷ ପାଇଁ ସାଂସଦ ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ଦାୟିତ୍ୱ ଦେଇଥିଲେ ଅଞ୍ଚଳ ପାଇଁ ପୁଞ୍ଜି ଆଣିବା ପାଇଁ। ଶିଳ୍ପ ଆଣିବା ପାଇଁ। କିନ୍ତୁ ସେ ନିଜ ଅଞ୍ଚଳ ପାଇଁ ନ ଆଣି ତାଙ୍କ ନିଜ ଶିଳ୍ପର ପୁଞ୍ଜି ବଢେଇ ଚାଲିଲେ। ସେ ବିଶ୍ୱାସଘାତକତା କଲେ ଏ ମାଟିକୁ। ମୁଖ୍ୟମନ୍ତ୍ରୀ ତାଙ୍କୁ ସେଥିପାଇଁ ବରଖାସ୍ତ କରିଦେଲ। ତାଙ୍କ ଦଳ ଏବେ ବାହାରୁ ନେତା ଆଣି ପ୍ରଚାର କରୁଛନ୍ତି। ତାଙ୍କୁ ପଚାରନ୍ତୁ ବର୍ଷା, ବାତ୍ୟା, ବନ୍ୟା ବେଳେ ସେମାନେ କୋଉଠି ଥିଲେ? ଏଠି କେବଳ ନବୀନ ଇଞ୍ଜିନ କାମ ଦେବ, ଡବଲ ଇଞ୍ଜିନ ପୁରା ଫେଲ୍। ବିଜେପି ଦଳର ଦୋମୁହାଁ କଥାର ଉଦାହରଣ ଦେଇ ସେ କହିଲେ ଯେ ଆସାମ ମୁଖ୍ୟମନ୍ତ୍ରୀ ଓଡିଶା ଆସି କହୁଛନ୍ତି ଓଡିଶାକୁ ଏକ ନମ୍ବର କରିବେ। ତାହେଲେ ଆସାମକୁ କଣ କରିବେ? ବଜେପି ନେତା କର୍ଣ୍ଣାଟକ, ତେଲଙ୍ଗାନା ଗଲେ ମଧ୍ୟ ସମାନ କଥା କହୁଛନ୍ତି। କେବଳ ମିଛ ପ୍ରତିଶୃତ। କହିଥିଲେ ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ଦର କମାଇବେ ବୋଲି। କମିଲା କି? ପ୍ରତିବର୍ଷ ୨ କୋଟି ରୋଜଗାର ଦେବେ। ତାହା ହୋଇଥିଲେ ଓଡିଶା ଭାଗରେ ୮୦ ଲକ୍ଷ ରୋଜଗାର, କେନ୍ଦ୍ରାପଡା ଭାଗରେ ପ୍ରାୟ ୩ ଲକ୍ଷ ରୋଜଗାର ପଡିଥାନ୍ତା। ଏଇଟା ଥିଲା ମୋଦିଙ୍କ ଗ୍ୟାରେଣ୍ଟି, କିଏ ପାଇଛନ୍ତି କି? କ୍ଷମତା ପାଇଁ ଗ୍ୟାରେଣ୍ଟି ଦେବା ଲୋକଙ୍କୁ କେବେ ବିଶ୍ୱାସ କରନ୍ତୁ ନାହିଁ, ୧୦ ବର୍ଷ ମଧ୍ୟରେ ଲୋକଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ବିଜେପି ସରକାର ଭାଙ୍ଗି ଦେଲେ ବୋଲି ସେ ମତ ଦେଇଥିଲେ। ସେ ପୁଣି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପିକୁ କରେଣ୍ଟ ମାରିଲାଣି। ସେମାନେ ମଧ୍ୟ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି। କିନ୍ତୁ ସେଥି ପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡିବ। ତାପରେ ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟ କିରଣରୁ ବିଜୁଳି ପାଇବେ। ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ। ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନଙ୍କୁ କଲେ ଉଚ୍ଚ ପ୍ରଶଂସା କରି ସେ କହିଲେ ଯେ ରାଜନଗର ଅଞ୍ଚଳରୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଜଣଙ୍କୁ ଲୋକସଭା ପ୍ରାର୍ଥୀ କରିଛନ୍ତି। ଅଂଶୁମାନ ବାବୁ tourist ଭଳି ହେବେ ନାହିଁ । ସେ ଏ ମାଟିର ପୁଅ, groundରେ ରହି କାମ କରିବେ। helicopterରେ ଆସି ଉପରୁ ଉଡି ଯିବେ ନାହିଁ। ଆପଣମାନେ ତାଙ୍କୁ ଲକ୍ଷାଧିକ ଭୋଟରେ ଜିତାନ୍ତୁ ବୋଲି ସେ ଅନୁରୋଧ କରିଥିଲେ। ସେ ପୁଣି ଅନୁରୋଧ କରିଥିଲେ ଯେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ, ଆପଣଙ୍କ ଅଞ୍ଚଳର ଓ ଆମ ସମସ୍ତଙ୍କର ସମ୍ମାନ ରଖନ୍ତୁ। କେନ୍ଦ୍ରାପଡାରେ ବିକାଶ କାମର ଉଦାହରଣ ଦେଇ ସେ କହିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ କେନ୍ଦ୍ରାପଡା ଜିଲ୍ଲାରେ ଆର୍ସେଲର-ମିତ୍ତଲ ପକ୍ଷରୁ ୧ ଲକ୍ଷ କୋଟି ଟଙ୍କା ବିନିଯୋଗରେ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଏହା ହେଉଛି ସାରା ଭାରତ ବର୍ଷରେ ସବୁଠାରୁ ବଡ ପୁଞ୍ଜିନିବେଶ। ଏହା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ନୂଆ ପରିଚୟ ସୃଷ୍ଟି ହେବ। ଯୁବ ପୀଢିକୁ ରୋଜଗାର ଦେବ। ଶ୍ରୀ ପାଣ୍ଡିଆନ କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଦେଲେ ବିକାଶର ହିସାବ ଦେଇ ରେକର୍ଡ ମାର୍ଜିନରେ ଜିତାଇବାକୁ କଲେ ନିବେଦନ କରିଥିଲେ। ସେ କହିଥିଲେ ଯେ ସାଲେପୁରକୁ ଏନ୍‌ଏସି ମାନ୍ୟତା ଦିଆଯାଇଛି । ଆଳିରେ Football Training Centre ପାଇଁ ୨୦ କୋଟି ଟଙ୍କା, ଲକ୍ଷ୍ମୀନାରାୟଣ ମନ୍ଦିର ପାଇଁ ୮ କୋଟି ଟଙ୍କା, ଆଳି ରାଜକନିକାରେ ଘରେ ଘରେ ପିଇବା ପାଣି ପାଇଁ ୨୪୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ରାଜନଗର ଅଞ୍ଚଳରେ ବିଭିନ୍ନ ରୂପାନ୍ତର କାମ – ମଠ, ମନ୍ଦିର, ମସଜିଦ, ରାସ୍ତାଘାଟ ସବୁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମତ୍ସଜୀବୀଙ୍କ ପାଇଁ ୧୫ ହଜାର ଟଙ୍କାର ପ୍ୟାକେଜ । ମା ରାମଚଣ୍ଡୀ ମନ୍ଦିର ବିକାଶ ପାଇଁ ୬ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ମହାକାଳପଡାରେ ସେ କହିଲେ ଯେ ମାଲକାନଗିରିର ବଙ୍ଗାଳୀ ଭାଇଭଉଣୀମାନଙ୍କର ୪୦ ବର୍ଷର ନରନାରାୟଣ ମନ୍ଦିର ଜମି ସମସ୍ୟା ଦୂର କରାଯାଇ ସେମାନଙ୍କୁ ମନ୍ଦିର ପଟ୍ଟା ଯୋଗାଇ ଦିଆଯାଇଛି। ମହାକାଳାପଡାର ବଙ୍ଗାଳୀ ଭାଇଭଉଣୀମାନଙ୍କର ଯାହା ବି ସମସ୍ୟା ଅଛି ଦୂର କରାଯିବ। ଏହା ହେଉଛି ନବୀନ ଗ୍ୟାରେଣ୍ଟ। କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା, ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା, ଆଳି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ, ମହାକାଳପଡା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚି ନାୟକ, ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଓ ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ଚରଣ ସାହୁ ପ୍ରମୁଖ ନିଜ ନିଜ ସପକ୍ଷରେ ପ୍ରଚାର କରି ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।

Post Views: 93
Share198Tweet124Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In