• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ, ସାକାର ହେବ ବିକଶିତ ଭାରତର ସ୍ୱପ୍ନ: ରାଷ୍ଟ୍ରପତି

by Voice of Victims
January 10, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ, ସାକାର ହେବ ବିକଶିତ ଭାରତର ସ୍ୱପ୍ନ: ରାଷ୍ଟ୍ରପତି

ଭୁବନେଶ୍ୱର: ବିକଶିତ ଭାରତର ସ୍ୱପ୍ନ ସାକାର ହେବାକୁ ଯାଉଛି। ବିଶ୍ୱ ସ୍ତରରେ ଭାରତର ଗୁରୁତ୍ୱ ଦ୍ୱିଗୁଣିତ ହେବା ସହ ଭାରତ ସବୁ କ୍ଷେତ୍ରରେ ଏବେ ଆଗକୁ ବଢ଼ୁଛି। ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ ବୋଲି ଶୁକ୍ରବାର ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦ୍‌ଯାପନୀ ଦିବସରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ପ୍ରବାସୀ ଭାରତୀୟଙ୍କ ପାଇଁ ଭାରତବାସୀ ସର୍ବଦା ଗର୍ବିତ। ନିୟୁତ ନିୟୁତ ଲୋକ ଆଦର୍ଶ ଭାବେ ବି ଗ୍ରହଣ କରିଛନ୍ତି। ତେଣୁ ଭାରତ ସରକାର ପ୍ରବାସୀ ଭାରତୀୟଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଆଗକୁ ବି କରିବେ। ଓଡ଼ିଶା ସରକାର ମଧ୍ୟ ଅନେକ ଭଲ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ଏକ ପ୍ରାଚୀନ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସଂପନ୍ନ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବା ଦ୍ୱାରା ପ୍ରବାସୀ ଭାରତୀୟଙ୍କ ସହ ସଂପର୍କ ଜୋଡ଼ିଯାଇଛି। ପର୍ଯ୍ୟଟନର ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଆର୍ଥିକ ଦିଗରୁ ବି ଉଭୟ ଭାରତ ଓ ରାଜ୍ୟ ସରକାର ଲାଭବାନ ହେବେ। ତେଣୁ ପ୍ରବାସୀ ଭାରତୀୟମାନେ ନିଜ ରାଜ୍ୟ ତଥା ଦେଶର ବିକାଶର ପଥକୁ ଆଗକୁ ନେବା ପାଇଁ ବଜ୍ର ଶପଥ ନେବା ଆବଶ୍ୟକ ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି।ବୈଦେଶିକ ମନ୍ତ୍ରୀ ଡ଼. ଏସ୍ ଜୟଶଙ୍କର କହିଛନ୍ତି ଯେ, ‘ବସୁଦେବ କୁଟୁମ୍ବକମ’କୁ ସର୍ବଦା ଗୁରୁତ୍ୱ ଦେଇଛି ଭାରତ। ଯିଏ ଯେଉଁଠି ଥିଲେ ହେଁ ଭାରତମାତାର ଆକର୍ଷଣ ସେମାନଙ୍କୁ ଏଠାକୁ ଟାଣି ଆଣିଛି। ବିଦେଶରେ ପ୍ରବାସୀ ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ଯେଉଁ ଉତ୍କର୍ଷତା ଦେଖାଇ ସଫଳତା ପାଇଛନ୍ତି, ତାହା ପାଇଁ ଭାରତର ଟେକ ରହିଛି। କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ୍ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରୁ ଅନେକ ଶିଖିବାର ମିଳିଛି। ଏଭଳି ଆୟୋଜନ ପରେ ଉଭୟ ଭାରତ ଓ ରାଜ୍ୟ ସରକାରଙ୍କୁ ଅନେକ ଆତ୍ମବିଶ୍ୱାସ ମିଳିଛି। ‘ଆମେ ଯୁଦ୍ଧ ନୁହେଁ, ବୁଦ୍ଧର ଭାରତ ଚାହୁଁ’ ବୋଲି ନାରା ଦେଇଥିବା ପ୍ରଧାନମନ୍ତ୍ରୀ ସତରେ ବିଶ୍ୱକୁ ବଡ଼ ଶାନ୍ତିର ବାର୍ତ୍ତା ଦେଇଛନ୍ତି ବୋଲି ଶ୍ରୀ ଓରାମ ପ୍ରକାଶ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସାରା ବିଶ୍ୱକୁ ଆକର୍ଷିତ କରିଛି। ଏହି ମାଟିର ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ୱର ଠାକୁର। ଓଡ଼ିଶାରେ ସ୍ୱାଭିମାନ ଓ ଗଣତନ୍ତ୍ରର ମୂଳ ଗଭୀରତା ରହିଛି। ଏହା ହେଉଛି ବୁଦ୍ଧଙ୍କ ଭୂମି, ଶାନ୍ତିର ଭୂମି । ସମଗ୍ର ବିଶ୍ୱରେ ବୌଦ୍ଧ ଧର୍ମର ମାର୍ଗ ଓଡ଼ିଶା ଜରିଆରେ ହିଁ ଉଭା ହୋଇଛି। ଯେତେବେଳେ ଓଡିଶାରେ କେହି ରାଜା ନଥିଲେ, ସେହି ସମୟରେ ଆମ ଓଡିଶାରେ ଗଣତନ୍ତ୍ର ଥିଲା । ଆମର ସମୂହ ତ୍ୟାଗ ବା ବଳିଦାନ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିବା ପାଇଁ ବାଧ୍ୟ କରିଥିଲା। ସବୁ କ୍ଷେତ୍ରରେ ଓଡ଼ିଶା ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବଦ୍ୟୋୟ ସ୍ୱପ୍ନ ସାକାର ହେବାକୁ ଯାଉଛି। ଏହି ଭୂମି ପୂର୍ବୋଦୟର ଉତ୍ପତ୍ତିସ୍ଥଳୀ ହେବ। ଏଇଠୁ ବିକାଶର ରାସ୍ତା ବି ପ୍ରଶସ୍ତ ହେବ। ଆଜି ଆମ ସମ୍ମୁଖରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ରହିଛି। ୨୦୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ୨୦୪୭ରେ ଭାରତ ସ୍ୱାଧୀନତା ପ୍ରାପ୍ତିର ଶତବାର୍ଷିକୀ ପାଳନ କରିବ। ଏହି ସମୟରେ ଆମକୁ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବ। ଓଡ଼ିଶାର ବିକାଶ ହେଲେ ହିଁ ଭାରତର ବିକାଶ ହେବ ବୋଲି ସେ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ସମ୍ମିଳନୀର ଗୁରୁତ୍ୱକୁ ବଢ଼ାଇବା ସହ ମହିମାମଣ୍ଡିତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ପ୍ରବାସୀ ଭାରତୀୟ ନିଜର ୫ ବନ୍ଧୁଙ୍କୁ ନିଜର ମାଟିକୁ ଆଣି ଦେଖାଇବା ଉଚିତ। ଏହାଦ୍ୱାରା ଭାରତ ‘ଲୋକାଲରୁ ଗ୍ଲୋବାଲ’ ହୋଇଯିବ ଏବଂ ଓଡ଼ିଆ ଅସ୍ମିତା ନୂଆ ସୋପାନରେ ଅବତୀର୍ଣ୍ଣ ହେବ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରବାସୀ ଭାରତୀୟ ଦିବସ ଉତ୍ସବର ଉଦଯାପନୀ ଅବସରରେ, ଆପଣଙ୍କ ଆଗମନ ଆମ ସମସ୍ତଙ୍କୁ ଗୌରବାନ୍ୱିତ କରିଛି । ଆପଣଙ୍କ ଉପସ୍ଥିତି, ଏ କାର୍ଯ୍ୟକ୍ରମର ମର୍ଯ୍ୟାଦାକୁ ବୃଦ୍ଧି କରିଛି। ଆପଣ ଆମ ରାଷ୍ଟ୍ରର ଉଜ୍ଜ୍ୱଳ ପ୍ରଦୀପ। ଆପଣ ଆମ ବିଶ୍ୱାସ ଆଉ ଆକାଂକ୍ଷାର ଅକ୍ଷୟ ଭଣ୍ଡାର। ଆପଣଙ୍କ ସକ୍ରିୟ ଏବଂ ଗୌରବମୟ ଉପସ୍ଥିତି ଆମ ପାଇଁ ଅନ୍ତରଙ୍ଗ ଆଶ୍ୱସ୍ତି ଓ ସୁଖଦାୟକ। ଆପଣଙ୍କ ମହିମାମଣ୍ଡିତ ଉପସ୍ଥିତି ପାଇଁ, ମୁଁ ଆପଣଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି। ମହାମହିମ ରାଷ୍ଟ୍ରପତି ଜୀ ଆମ ଓଡ଼ିଶାର ଝିଅ। ତାଙ୍କର ଶାନ୍ତ, ସରଳ ସ୍ୱଭାବ, ତାଙ୍କ ଜ୍ଞାନର ଗଭୀରତା ଓ ଦାର୍ଶନିକ ଚିନ୍ତାଧାରାରେ ସେ ସାରା ଦେଶବାସୀଙ୍କୁ ଅନୁପ୍ରାଣୀତ କରିଆସିଛନ୍ତି। ତାଙ୍କ ପାଇଁ ଆଜି ଦେଶର ମା’ମାନଙ୍କୁ, ଭଉଣୀମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହ ଓ ଶକ୍ତି ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି। ବିଦେଶରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରପତି ‘ପ୍ରବାସୀ ଭାରତୀୟ ସମ୍ମାନ’ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମପତି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ।

Post Views: 52
Tags: Immigrant Indian Day Inauguration Ceremony
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In