ରଣପୁର,୧୭/୦୭: ବାଲେଶ୍ୱର ଏଫ୍ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦର ପ୍ରଭାବ ରଣପୁର ଓ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି । ଯାତ୍ରୀବାହୀ ବସ୍ ଚଳାଚଳ ସମେତ ଅନ୍ୟାନ୍ୟ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି ।



ଏପରିକି ରଣପୁର ମାର୍କେଟ ଅଞ୍ଚଳରେ ଥିବା ଦୋକାନ ବଜାର ବନ୍ଦ ରହିଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛନ୍ତି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍କୁଲ, କଲେଜ, ବ୍ୟାଙ୍କ ବୁଲି ବୁଲି ବନ୍ଦ କରିଥିବା ଦେଖିବାକୁ ମିଳିଛି | ଏପରିକି କୋର୍ଟ କାର୍ଯ୍ୟକୁ ମଧ୍ୟ ଆନ୍ଦୋଳନକାରୀମାନେ ବନ୍ଦ କରିଥିଲେ | ଗୋପାଳପୁରରେ ଚାଲୁଥିବା ଶିକ୍ଷକ ତାଲିମ କେନ୍ଦ୍ରକୁ ଆନ୍ଦୋଳନକାରୀ ଯାଇ ତାଲିମ କାର୍ଯ୍ୟକୁ ଅଧାରୁ ବନ୍ଦ କରିଥିଲେ |
