• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇମ୍ଫାଲ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ମଝି ଆକାଶରେ ଘଣ୍ଟାଏ ବୁଲିବା ପରେ ଦିଲ୍ଲୀକୁ ଫେରିଲା

by Voice of Victims
July 17, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଇମ୍ଫାଲ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ମଝି ଆକାଶରେ ଘଣ୍ଟାଏ ବୁଲିବା ପରେ ଦିଲ୍ଲୀକୁ ଫେରିଲା

ନୂଆଦିଲ୍ଲୀ: ପୁଣି ଟଳିଲା ଆଉ ଏକ ବିମାନ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲା ଅନେକ ଯାତ୍ରୀଙ୍କ ଜୀବନ । ଦିଲ୍ଲୀ ଏୟାରପୋର୍ଟରୁ ଉଡ଼ାଣ ଭରିବା ପରେ ଇଣ୍ଡିଗୋ ବିମାନରେ ଦେଖାଦେଲା ତ୍ରୁଟି । ଆଗକୁ ନଯାଇ ପାଖାପାଖି ଏକ ଘଣ୍ଟା କାଳ ଆକାଶରେ ଚକ୍କର କାଟିଲା ବିମାନ । ଏହାପରେ ପୁଣି ଦିଲ୍ଲୀ ଏୟାରପୋର୍ଟକୁ ଫେରିଥିଲା ।

ଖବର ମୁତାବକ, ଇମ୍ପାଲ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ 6E-5118 ଉଡ଼ାଣର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଘଣ୍ଟା ଧରି ଆକାଶରେ ଘୂରି ବୁଲିଥିଲା । ସକାଳ ୧୦.୨୫ ମିନିଟ ସମୟରେ ବିମାନଟି ଉଡ଼ାଣ ଭରିବାର ଥିଲା । କିନ୍ତୁ ବିମାନଟି ୯ ମିନିଟ ବିଳମ୍ବରେ ଉଡ଼ାଣ ଭରିତିଲା । ଉଡ଼ାଣ ଭରିବାର ୧ ଘଣ୍ଟା ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ ଜାଣିବାକୁ ପାଇଥିଲେ । ବିମାନକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ । ପାଇଲଟମାନେ ସତର୍କତାମୂଳକ ପଦକ୍ଷେପ ନେଇ ବିମାନକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହାକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।

ଇଣ୍ଡିଗୋ କହିଛି ଯେ, ବାଧ୍ୟତାମୂଳକ ପ୍ରକ୍ରିୟା ଅନୁସାରେ, ବିମାନର ଆବଶ୍ୟକୀୟ ଯାଞ୍ଚ କରାଯାଇଥିଲା ଏବଂ ଏହା କିଛି ସମୟ ପରେ ପୁଣି ଉଡ଼ାଣ ଆରମ୍ଭ କରିଥିଲା । ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ କମ୍ପାନୀ କ୍ଷମା ପ୍ରାର୍ଥନା କରିଛି । ସୂଚନାଯୋଗ୍ୟ, ଏହାପୂର୍ବରୁ ବୁଧବାର ଦିନ ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନ ଉଡ଼ାଣ କରିବା ପରେ ଇଞ୍ଜିନ ଫେଲ ହୋଇଯାଇଥିଲା । ଫଳରେ ବିମାନକୁ ମୁମ୍ବାଇରେ ଜରୁରୀ ଅବତରଣ କରାଯାଇଥିଲା । ପାଇଲଟ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ମୁମ୍ବାଇରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ । ବୁଧବାର ରାତି ୯.୨୫ରେ ଏଭଳି ଘଟଣା ଘଟିଥିଲା ।

Post Views: 96
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In