ନୂଆଦିଲ୍ଲୀ: ଜେଲରୁ ମୁକୁଳିବେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ବୁଧବାର ଜେଲରୁ ବାହାରିବା ନେଇ ଇମ୍ରାନଙ୍କ ଦଳ PTIର ବରିଷ୍ଠ ନେତା ସୂଚନା ଦେଇଛନ୍ତି । ଅଗଷ୍ଟ ୨୦୨୩ ମସିହାରୁ ପାକିସ୍ତାନର ଆଦିଆଲା ଜେଲରେ ଅଛନ୍ତି ଇମ୍ରାନ। ଆସନ୍ତା ୧୧ ତାରିଖରେ ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କ ଅଲ-କାଦିର-ଟ୍ରଷ୍ଟ ଦୁର୍ନୀତି ମାମଲାର ଶୁଣାଣି କରିବେ । ଏହି ମାମଲାରେ ଇମ୍ରାନଙ୍କୁ ଜାମିନ ମିଳିବାର ସମ୍ଭାବନା ଥିବା PTI ପକ୍ଷରୁ କୁହାଯାଇଛି । ୧୯୦ ମିଲିୟନ ପାଉଣ୍ଡ ଅଲ-କାଦିର-ଟ୍ରଷ୍ଟ ଦୁର୍ନୀତି ମାମଲାରେ ଇମ୍ରାନ ଓ ତାଙ୍କ ପତ୍ନୀ ବୁସରା ବିବିଙ୍କ ଦଣ୍ଡକୁ ରଦ୍ଦ କରିବାକୁ ଇସଲାମାବାଦ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି ।

ସୂଚନାନୁଯାୟୀ, ଜୁନ୍ ୧୧ ତାରିଖ ଦିନ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ଉଭୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । କାରଣ ସେହି ଦିନ ଇମ୍ରାନ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି । କିନ୍ତୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ଏହା ସହିତ ଇସଲାମାବାଦ ହାଇକୋର୍ଟ ଅଲ୍-କାଦିର ଟ୍ରଷ୍ଟ ମାମଲାର ଆବେଦନ ଶୁଣାଣିକୁ ଜୁନ୍ ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ।
ସେପଟେ ଗୌହର ଅଲି ଖାନ କହିଛନ୍ତି ଯେ, ପିଟିଆଇ ବିରୋଧୀ ଦଳଗୁଡିକ ସହିତ ମିଶି ଏକ ଆନ୍ଦୋଳନ କରିବ । ଯାହାର ନେତୃତ୍ୱ ଇମ୍ରାନ ଖାନ ନେବେ । ଏହା ବ୍ୟତୀତ ପିଟିଆଇ ଆଗାମୀ ବଜେଟ୍ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ଯାହା ଜୁନ ୯ ପ୍ରେସମିଟରେ ଆୟୋଜିତ ହେବାର ସୂଚନା ମିଳୁଛି । ଅନ୍ୟପଟେ ଗୌହର ଦାବି କରିଛନ୍ତି ଯେ, ଖମ୍ରାନଙ୍କ ଉପରେ ଚାପ ପପକାଇବା ପାଇଁ ବୁଶୁରା ବିବିଙ୍କୁ ବିନା ଅଭିଯୋଗରେ ଜେଲରେ ରଖାଯାଇଛି । ସେ ପିଟିଆଇରେ ଗୁଜବ ମତଭେଦକୁ ଖାରଜ କରିଛନ୍ତି ।
କିଛି ଦିନ ପୂର୍ବରୁ ଜେଲରେ ତାଙ୍କୁ ଯୌନ ନିର୍ଯ୍ୟାତନା ସମ୍ପର୍କରେ ଆଲୋଚନା ହେଉଥିଲା । ପୂର୍ବ ରିପୋର୍ଟରେ ଦିଆଯାଇଥିବା ସ୍ବାସ୍ଥ୍ୟାବସ୍ଥା ଯାହା ଇଙ୍ଗିତ କରିଛି ସେହି ଯାଞ୍ଚରେ ଅଭାବ ରହିଛି । ବର୍ତ୍ତମାନ ଯାଞ୍ଚ କରିବା ମେଡିକାଲ ରିପୋର୍ଟକୁ ପାକିସ୍ତାନୀ ଅଧିକାରୀ ଏବଂ ତଥ୍ୟ-ଯାଞ୍ଚକାରୀମାନେ ଖଣ୍ଡନ କରିଛନ୍ତି ।
