• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୨୦୨୩ରେ ଦେଢ଼ ଲକ୍ଷ ମୁସଲମାନ ମହିଳା ତିନି ତଲାକ୍ ମାମଲାର ଶିକାର

by Voice of Victims
December 25, 2023
in ଆଇନ କାନୁନ, ଦେଶ ବିଦେଶ, ମୁଖ୍ୟ ଖବର
୨୦୨୩ରେ ଦେଢ଼ ଲକ୍ଷ ମୁସଲମାନ ମହିଳା ତିନି ତଲାକ୍ ମାମଲାର ଶିକାର

ନୂଆଦିଲ୍ଲୀ: ଦେଶରେ ତିନି ତଲାକକୁ ବେଆଇନ ଘୋଷଣା ହେବାର ୫ ବର୍ଷରୁ ଅଧିକ ସମୟ ବିତିଗଲାଣି। ତଥାପି ଏହି ମାମଲା ବନ୍ଦ ହେବାର ନାଁ ନେଉ ନାହିଁ। ଆଇନ ମନ୍ତଣାଳୟ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ୧ ଲକ୍ଷ ୫୭ ହଜାର ୭୨୫ ମୁସଲମାନ ମହିଳା ଏହାର ଶିକାର ହୋଇଛନ୍ତି। ଶୀକାର ହୋଇଥିବା ମହିଳା ଅଧିକାଂଶ ଗରିବ ପରିବାରରୁ ଅଛନ୍ତି । ୨୦୧୮ ସେପ୍ଟେମ୍ବର ୧୯ରେ ଏହି ଆଇନ କାର୍ଯ୍ୟକାରୀ ହେବା ପରେ ତିନି ତଲାକ୍ ନେଇ ୧୩.୦୭ ଲକ୍ଷ ଅଭିଯୋଗ ପଞ୍ଜୀକୃତ ହୋଇଛି। ୨୦୧୯ରେ ତିନି ତଲାକ୍ ନେଇ ୨.୬୯ ଲକ୍ଷ ଅଭିଯୋଗ ଆସିଥିଲା । ୨୦୨୦ରେ ଏହି ସଂଖ୍ୟା ୯୫ ହଜାରକୁ ଖସି ଆସିଥିଲା। କିନ୍ତୁ ୨୦୨୧ରେ ଏହା ୫.୪୧ ଲକ୍ଷ ଏବଂ ୨୦୨୨ରେ ସମୁଦାୟ ୨.୪୫ ଲକ୍ଷରେ ପହଞ୍ଚିଛି । ଏହା ହେଉଛି ଏପରି ମାମଲା ଯେଉଁଠାରେ ଆଇନ ସେବା ପ୍ରାଧିକରଣ ଦ୍ୱାରା ମହିଳାମାନଙ୍କୁ ଆଇନଗତ ସହାୟତା ଦିଆଯାଇଥିଲା। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଏସ୍ ଚୌହାନ କହିଛନ୍ତି ଯେ ମୁସଲମାନ ସମ୍ପ୍ରଦାୟର ବଡ଼ ବଡ଼ ଧାର୍ମିକ ନେତାମାନେ ତିନି ତଲାକ୍‌ ବିରୋଧରେ ସଚେତନତା ସୃଷ୍ଟି କରିବା ଉଚିତ । ଧାରା-୭ ଭଳି କଠୋର ବ୍ୟବସ୍ଥା ବିଷୟରେ କହିବା ଦରକାର। ଏଥିରେ ପୀଡ଼ିତା ମହିଳାଙ୍କ କଥା ନ ଶୁଣି ସ୍ୱାମୀଙ୍କ ଆଗୁଆ ଜାମିନ ଉପରେ ଶୁଣାଣି ହୋଇପାରିବ ନାହିଁ । ଏ କଥା କୁହାଗଲେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ ଏବଂ ସେମାନେ ନିୟମକୁ ପାଳନ କରିବେ ।

Post Views: 105
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In