• About Us
  • Contact Us
Saturday, April 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

କିଟ ଘଟଣାରେ ୪ଟି ଦିଗ ଉପରେ ହେବ ତଦନ୍ତ: ସୂର୍ଯ୍ୟବଂଶୀ

by Voice of Victims
February 21, 2025
in ମୁଖ୍ୟ ଖବର, ରାଜ୍ୟ
କିଟ ଘଟଣାରେ ୪ଟି ଦିଗ ଉପରେ ହେବ ତଦନ୍ତ: ସୂର୍ଯ୍ୟବଂଶୀ

ଭୁବନେଶ୍ୱର: କିଟ ଘଟଣାରେ ୪ଟି ଦିଗ ଉପରେ ତଦନ୍ତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । କିଟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଶୁକ୍ରବାର ବିଧାନସଭାରେ  କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାବେଳେ ମନ୍ତ୍ରୀ ଶ୍ରୀ ସୂରଜ ଏହି ସୂଚନା ଦେଇଛନ୍ତି । 

ଏହି ୪ ଦିଗ ଉପରେ ହେବ ତଦନ୍ତ:
୧-କ’ଣ ପାଇଁ ବିଶ୍ୱବିଦ୍ୟାଳୟ ସାଇନ ଡାଏ ହୋଇଥିଲା ।
୨-ଛାତ୍ରଛାତ୍ରୀଙ୍କୁ କାହିଁକି କଟକ, ଭୁବନେଶ୍ୱର ରେଳଷ୍ଟେସନରେ ଛଡ଼ାଗଲା
୩-ନେପାଳୀ ଛାତ୍ରଛାତ୍ରୀଙ୍କୁ କାହିଁକି ମାଡ଼ ମରାଗଲା
୪-ବାରମ୍ବାର ଅଭିଯୋଗ ସତ୍ତ୍ୱେ ମୃତ ଝିଅର କାହିଁକି ଅଭିଯୋଗ ଶୁଣିଲେ ନାହିଁ କାହିଁକି

ଏହାଛଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ଭାଇରାଲ କଲ ଅଡ଼ିଓର ତଦନ୍ତ ଉନ୍ନତ ଜ୍ଞାନ କୌଶଳରେ ହେବ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୮ ଜଣଙ୍କୁ ସମନ କରାଯାଇଛି ।  ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିବୃତ୍ତି ରଖି ଘଟଣାକୁ ନିନ୍ଦା କରିବା ସହ ବର୍ବୋରଚିତ ବୋଲି  କହିଛନ୍ତି ।ଏହାଛଡ଼ା ସେ କହିଛନ୍ତି ଯେ କିଟ ଘଟଣାକୁକୁ ନେଇ ୩ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ କେନ୍ଦ୍ର ସରକାର ଘଟଣାକୁ ଗୁରୁତର ସହ ନେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି । ଯୋଗାଯୋଗରେ ରହି କେନ୍ଦ୍ର ସରକାର ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ନେଉଛନ୍ତି । ନେପାଳ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ବି ଆଲୋଚନା କରିଛନ୍ତି । ଏମିତିକି ଛାତ୍ରଛାତ୍ରୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଥିବା ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ରାଜ୍ୟ ସରକାର ୪ଟି ୨୪ଘଣ୍ଟିଆ ହେଲ୍ପ ଲାଇନ ଜାରି କରିଛନ୍ତି । ନେପାଳ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଫେରିଆସିବାକୁ ଅନୁରୋଧ କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ ହେବ । ମିଡ ସେମିଷ୍ଟାର ଘୁଞ୍ଚାଯିବ । ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ । 

Post Views: 245
Tags: In Kit incident
Share199Tweet124Send
Voice of Victims

Voice of Victims

Recent Posts

  • କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ, ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ
  • ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ତଳେ ପିଲାଙ୍କ ସହ ବସି କଥାବାର୍ତ୍ତା ହେଲେ ମୁଖ୍ୟମନ୍ତ୍ରୀ
  • ପୁରୀ ବିମାନବନ୍ଦରକୁ ସର୍ତ୍ତ ସହ ଅନୁମତି; ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ
  • ଶିଶୁ ମନ୍ଦିର ରେ ପାଳିତ ହେଲା ଵିଦ୍ୟାରମ୍ଭ ଯଜ୍ଞ
  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In