ବାଲେଶ୍ଵର (ଭିଓଭି) ; ୧୫/୮ – ହରୀପ୍ରୀୟା ଇଂରାଜୀ ଭାଷା ବିଦ୍ୟାଳୟ ର କୁନି କୁନି ପିଲାମାନଙ୍କୁ ନେଇ ୭୯ତମ ସ୍ୱାଧୀନତା ଦିବସ ଏବଂ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ସକାଳ ୮ ଘଟିକା ରେ ପତାକା ଉତ୍ତୋଳନ ପରେ କୃଷ୍ଣ ବେଶ ପ୍ରତିଯୋଗୀତା କରାଗଲା । ପୈ।ର ଉପାଧକ୍ଷ ମନୋଜ କୁମାର ରାଉତ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ବିଦ୍ୟାଳୟ ର ଟ୍ରଷ୍ଟ ମୂଖ୍ୟ କ୍ଷଣପ୍ରଭା ମହାନ୍ତି ଯୋଗଦେଇ ପିଲାମାନଙ୍କର ବ୍ୟକ୍ତିତ୍ୱ ବିକାଶ ରେ ମା’ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ।

ପ୍ରଧାନ ଶିକ୍ଷକ ତଥା ଟ୍ରଷ୍ଟ ର ସମ୍ପାଦକ ଅନୁପ କୁମାର ପରିଡା ପ୍ରତିଯୋଗିତା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସ୍ୱାଗତିକା ପଣ୍ଡା , ରଶ୍ମିତା ଜେନା , ସୈ।ଜାମିନି ବେହେରା , ପରିଚାଳନା କରିଥିଲେ । ଶେଷରେ ଟ୍ରଷ୍ଟ ର ସଭ୍ୟ ଡ଼ଃ ଅମୀୟ କୁମାର ତାଲଦୀ ଧନ୍ୟବାଦ ଅର୍ପଣ କରି ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।
