ଦୁବାଇ: ପାକିସ୍ତାନକୁ ଧୂଳି ଚଟାଇ ଚାମ୍ପିଅନ ହେଲା ଭାରତ । ପାକିସ୍ତାନକୁ ପରାସ୍ତ ନବମ ଥର ପାଇଁ ଏସିଆ କପ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ । ତିଳକ ପିନ୍ଧାଇଲେ ବିଜୟ ଟିକା । ତିଳକଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ପାକିସ୍ତାନ ବିରୋଧରେ ହ୍ୟାଟ୍ରିକ ବିଜୟ ସହ ନବମ ଥର ପାଇଁ ଏସିଆ କପ୍ ଦଖଲ କରି ନେଇଛି ଟିମ ଇଣ୍ଡିଆ । ଭାରତକୁ ବିଜୟର ଟିକା ପିନ୍ଧାଇଛନ୍ତି ତିଲକ ବର୍ମା । ୫୩ ବଲରୁ ୬୯ ରନ କରି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଦେଇଥିଲେ ଏସିଆ କପ୍ଉପହାର ।
ବିସିସିଆଇ ଦେଲା ଟିମ ଇଣ୍ଡିଆକୁ ୨୧ କୋଟି । ମ୍ୟାଚ ଆରମ୍ଭରୁ ବେଶ ରୋମାଞ୍ଚକର ଥିଲ୍ୟା ମ୍ୟାଚ୍ । କୁଲଦୀପ ଯାଦବଙ୍କ ସ୍ପିନ ଯାଦୁ ବଳରେ ପାକିସ୍ତାନ ୧୪୬ ରନରେ ସୀମିତ ରହିଥିଲା । ୧୪୭ରନର ବିଜୟ ଲକ୍ଷ୍ୟକୁ ଭାରତ ୫ ୱିକେଟ ହରାଇ ଜିତି ନେଇଥିଲା ।ଅନ୍ୟପଟେ ଭାରତ ବିଜୟୀ ହେଲା । କିନ୍ତୁ ଟ୍ରଫି ନେଲାନି ଭାରତ। ଭାରତ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କଲା ଭାରତ । ମ୍ୟାଚ ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଏସିଆନ କ୍ରିକେଟ କାଉନସିଲ (ଏସିସି) ଅଧ୍ୟକ୍ଷ ମୋହସିନ ନାକଭିଙ୍କଠାରୁ ବିଜୟୀ ଟିମ୍ ଟ୍ରଫି କିମ୍ବା ପଦକ ଗ୍ରହଣ କରିବାକୁ ମନା କରିଦେଲା । ଖାଲି ହାତରେ ବିଜୟ ଉତ୍ସବ ପାଳିଥିଲା ବିଜୟୀ ଟିମ୍ । ଭାରତୀୟ ଖେଳାଳୀମାନେ ଚାମ୍ପିଅନ୍ସ ବ୍ୟାନର ସହିତ ଉତ୍ସବ ମନାଇଥିଲେ । କିନ୍ତୁ ଟ୍ରଫି ବିନା ମୈଦାନ ଛାଡ଼ିଲେ । ନାକଭି ଟ୍ରଫି ନେଇ ପ୍ରସ୍ଥାନ କଲେ । ଯାହା ବିସିସିଆଇରେ କ୍ଷୋଭ ସୃଷ୍ଟି କଲା । ବିସିସିଆଇ ନଭେମ୍ବରରେ ଦୁବାଇରେ ଅନୁଷ୍ଠିତ ଆଇସିସି ସମ୍ମିଳନୀରେ ଖୁବ୍ ଦୃଢ଼ ପ୍ରତିବାଦ କରିବାକୁ ଯୋଜନା କରୁଛି ।
ଅପରେସନ ସିନ୍ଦୂରର ଏହା ପ୍ରଭାବ ଥିଲା । ଯାହା ଏସିଆ କପରେ ପୁଣି ଏକ ବିବାଦ ସୃଷ୍ଟି କରିଛି । ବିସିସିଆଇର ଏହା ପୂର୍ବ ନିଷ୍ପତ୍ତି ଥିଲା । ବିସିସିଆଇ ପୂର୍ବରୁ ଏସିସିକୁ ସୂଚନା ଦେଇଥିଲା ଯେ, ଦଳ ନାକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବ ନାହିଁ । ନାକଭି ଏସିସି ଅଧ୍ୟକ୍ଷ ଥିବା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଅଛନ୍ତି । ସେ ମଧ୍ୟ ପାକିସ୍ତାନର ଗୃହମନ୍ତ୍ରୀ । ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଏହି ନିଷ୍ପତ୍ତି ଦଳର ଥିଲା । କେହି ଆମକୁ ଏହା କରିବାକୁ କହିନଥିଲେ । ଏବଂ ପରେ ମଜାଳିଆ ଢଙ୍ଗରେ କହିଥିଲେ ତାଙ୍କ ପ୍ରକୃତ ଟ୍ରଫି ହେଉଛି ତାଙ୍କ ସାଙ୍ଗମାନେ ।
ବ୍ୟକ୍ତିଗତ ପୁରସ୍କାର ବାଂଲାଦେଶର ଅମିନୁଲ ଇସଲାମ ଏବଂ ଏମିରେଟ୍ସ କ୍ରିକେଟ ବୋର୍ଡର ଖାଲିଦ ଅଲ ଜାରୁନିଙ୍କ ଭଳି ଅନ୍ୟ ଗଣମାନ୍ୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ନାକଭି ପାକିସ୍ତାନ ଅଧିନାୟକ ସଲମାନ ଆଘାଙ୍କୁ ଉପ-ବିଜେତା ଚେକ୍ ପ୍ରଦାନ କରିଥିଲେ। କିନ୍ତୁ ଭାରତର ବର୍ଜନ ସ୍ପଷ୍ଟ ହେବା ପରେ ବାଂଲାଦେଶର ଇସଲାମ ପଦକ ପ୍ରଦାନ କରିଥିଲେ ।
